Advertisment

ଶ୍ରୀଲଙ୍କାର ଦୁଇ ଓପନରଙ୍କୁ ପ୍ୟାଭିଲିୟନ ପଠାଇଲା ଆଫଗାନିସ୍ତାନ

ପଥୁମ ନିଶାଙ୍କା ଓ ଦିମୁଥ କରୁଣାରତ୍ନେ ଆଉଟ ହୋଇଥିଲେ ହେଁ ଶ୍ରୀଲଙ୍କା କିନ୍ତୁ ଦଳ ଆଫଗାନ ବୋଲରଙ୍କୁ ଚାପ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇ ନାହିଁ।

SL

SL

Advertisment

ଚଳିତ ବିଶ୍ୱକପର ୩୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଶ୍ରୀଲଙ୍କା ଓ ଆଫଗାନିସ୍ତାନ। ପୁଣେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ କର ବା ମର ସଦୃଶ ହୋଇଥିବା ବେଳେ ଶ୍ରୀଲଙ୍କା ଦୁଇ ଓପନରଙ୍କୁ ହରାଇଛି।

Advertisment

ପଥୁମ ନିଶାଙ୍କା ଓ ଦିମୁଥ କରୁଣାରତ୍ନେ ଆଉଟ ହୋଇଥିଲେ ହେଁ ଶ୍ରୀଲଙ୍କା କିନ୍ତୁ ଦଳ ଆଫଗାନ ବୋଲରଙ୍କୁ ଚାପ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇ ନାହିଁ।

କୁଶଲ ପେରେରାଙ୍କ ସ୍ଥାନରେ ଆଜି ମ୍ୟାଚ୍‌ ଖେଳୁଥିବା କରୁଣାରତ୍ନେ ଗୋଟିଏ ଚୌକା ମାରିଥିଲେ ମଧ୍ୟ କେବଳ ୧୫ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଫଜଲହକ ଫାରୁକି ଆଉଟ କରି ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିଲେ। ଶ୍ରୀଲଙ୍କା ୨୨ ରନରେ ପ୍ରଥମ ୱିକେଟ ହରାଇଥିଲେ ହେଁ ଅଧିନାୟକ କୁଶଲ ମେଣ୍ଡିସ ଓ ପଥୁମ ନିଶାଙ୍କା ଦମଦାର ବ୍ୟାଟିଂ କରିଥିଲେ।

Advertisment

ଦ୍ୱିତୀୟ ୱିକେଟ ପାଇଁ ଏମାନେ ୬୨ ରନ ମଧ୍ୟ ଯୋଡ଼ିଥିଲେ। ପଥୁମ ଚଳିତ ବିଶ୍ୱକପରେ ନିଜର ୫ମ ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ଅଜମତୁଲ୍ଲା ଓମରଜାଇ ତାଙ୍କୁ ଆଉଟ କରି ଦେଇଥିଲେ। ଏଥିସହ ୮୪ ରନରେ ଶ୍ରୀଲଙ୍କା ତା’ର ଦ୍ୱିତୀୟ ୱିକେଟ ହରାଇଥିଲା। ନିଶାଙ୍କା ଆଜି ୪୬ ରନ କରିଛନ୍ତି।

୮୪ ରନରେ ଦ୍ୱିତୀୟ ୱିକେଟ ହରାଇବା ପରେ ଶ୍ରୀଲଙ୍କାକୁ ଏବେ ଦୁଇ ଇନଫର୍ମ ବ୍ୟାଟର ମେଣ୍ଡିସ ଓ ସଦୀରା ସମରାବିକ୍ରମା ସମ୍ଭାଳିଛନ୍ତ। ମିଡିଲ ଓଭରରେ ଉଭୟ ଆଫଗାନି ସ୍ପିନରଙ୍କୁ କାଉଣ୍ଟର କରି ଦଳୀୟ ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଶ୍ରୀଲଙ୍କା ୨୬ ଓଭର୍‌ରେ ୨ ୱିକେଟ ହରାଇ ୧୨୯ ରନ କରିଛି। ମେଣ୍ଡିସ ୩୭ ଓ ସଦୀରା ୨୯ ରନ କରି ବ୍ୟାଟିଂ କରୁଛନ୍ତି। 

ଆଜି ଆଫଗାନର ଷ୍ଟାର ସ୍ପିନର ରାଶିଦ ଖାନ ନିଜର ୧୦୦ତମ ଦିନିକିଆ ମ୍ୟାଚ୍‌ ଖେଳୁଛନ୍ତି। ତେଣୁ ତାଙ୍କ ଠାରୁ ଟିମ ୱିକେଟ ଚାହୁଁଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe