Advertisment

ଭାରତ-ପାକିସ୍ତାନ ସୁପର ୪ ଲଢ଼େଇ ପୂର୍ବରୁ ପାଣିପାଗକୁ ନେଇ ଆସିଲା ବଡ଼ ଖବର

ପ୍ରଥମ ମ୍ୟାଚ୍‌ ଭଳି ଶ୍ରୀଲଙ୍କାରେ ହିଁ ସୁପର ୪ ଲଢ଼େଇ ହେବ। କିନ୍ତୁ ଏହା ପୂର୍ବରୁ ଶ୍ରୀଲଙ୍କାର ପାଣିପାଗକୁ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Rain

Rain

Advertisment

ଏସିଆ କପ ୨୦୨୩ର ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ଲଢ଼େଇ ବର୍ଷା ଯୋଗୁ ପ୍ରଭାବିତ ହୋଇଥିଲା। ତେବେ ପୁଣିଥରେ ସୁପର ୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆସନ୍ତା ୧୦ ତାରିଖରେ ଭାରତ ଓ ପାକିସ୍ତାନ କଲମ୍ବୋରେ ଲଢ଼େଇ କରିବେ।

Advertisment

ପ୍ରଥମ ମ୍ୟାଚ୍‌ ଭଳି ଶ୍ରୀଲଙ୍କାରେ ହିଁ ସୁପର ୪ ଲଢ଼େଇ ହେବ। କିନ୍ତୁ ଏହା ପୂର୍ବରୁ ଶ୍ରୀଲଙ୍କାର ପାଣିପାଗକୁ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅତୁଲା କରୁଣାନାୟେକେ କହିଛନ୍ତି ଯେ ସେପ୍ଟେମ୍ବର ୯ ପରେ କ୍ରିକେଟ ମ୍ୟାଚ ପାଇଁ ପାଣିପାଗ ବେଶ ଅନୁକୂଳ ରହିବ।

କଲମ୍ବୋରେ ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ। ଏହାପରେ ୧୨ ତାରିଖରେ ଶ୍ରୀଲଙ୍କା ଓ ଶେଷରେ ୧୫ ତାରିଖରେ ବାଂଲାଦେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ସେପ୍ଟେମ୍ବର ୧୭ରେ ଏହି ସ୍ଥାନରେ ଫାଇନାଲ ମ୍ୟାଚ୍‌ ମଧ୍ୟ ଖେଳାଯିବ। ତେଣୁ ଏଠାକାର ପାଣିପାଗ କେମିତି ରହିବ, ସେ ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ।

Advertisment

ଏସବୁ ଭିତରେ ଅତୁଲା କହିଛନ୍ତି, “ବର୍ଷର ଏହି ସମୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀର ଶେଷ ପର୍ଯ୍ୟାୟ। ଶ୍ରୀଲଙ୍କାର ଦକ୍ଷିଣପଶ୍ଚିମ ପ୍ରାନ୍ତ ଗତ ଦୁଇ ସପ୍ତାହ ହେଲାଣି ଭଲ ବର୍ଷାରେ ଭିଜିଛି।

ପଶ୍ଚିମ ପ୍ରଦେଶରେ ମଧ୍ୟ ଭଲ ବର୍ଷା ଆରମ୍ଭ ହୋଇଛି। ପଶ୍ଚିମ ପ୍ରଦେଶରେ ବର୍ଷା ହେବ। କିନ୍ତୁ ସେପ୍ଟେମ୍ବର ୯ ପରେ ଏଠାରେ ଖରା ହେବା ସହ କଳା ବାଦଲ ରହିବ। ଅଳ୍ପ ମାତ୍ରାରେ ବର୍ଷା ମଧ୍ୟ ହୋଇପାରେ।

ଆସନ୍ତା ସପ୍ତାହରେ ପଶ୍ଚିମ ପ୍ରଦେଶର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିନ୍ତୁ ସେପ୍ଟେମ୍ବର ୧୭ ଏସିଆ କପ ଫାଇନାଲ ବେଳକୁ ସ୍ଥିତି ସ୍ୱାଭାବିକ ହୋଇ ସାରିଥିବ।”

India Vs Pakistan Asia Cup Cricket Asia Cup 2023 Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe