Advertisment

ଘାଣ୍ଟିଲେ ଶ୍ରୀଲଙ୍କା ସ୍ପିନର, ୧୨୧ରେ ପାକିସ୍ତାନ ସଫା

ଦୁବାଇ: ଏସିଆ କପର ଶେଷ ସୁପର ୪ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଶ୍ରୀଲଙ୍କା ବୋଲର। ବିଶେଷ କରି ଦଳର ସ୍ପିନରଙ୍କ ଜାଲରେ ପାକିସ୍ତାନ ବ୍ୟାଟରମାନେ ଫସି ଯାଇଛନ୍ତି। ୱାନିନ୍ଦୁ ହସରଙ୍ଗା, ମହୀଶ ତିକଶାନା ଓ ଧନଞ୍ଜୟ ଡି’ସିଲଭାଙ୍କ ମାପଚୁପ ବୋଲିଂ ଯୋଗୁ ପାକିସ୍ତାନ ବଡ଼ ସ୍କୋର କରିପାରି ନାହିଁ। ଏହି ୩ ସ୍ପିନର ମିଳିତ ଭାବେ ୬ ୱିକେଟ ଦଖଲ କରିବାରୁ ପାକିସ୍ତାନ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୨୧ ରନ କରିପାରିଛି। ଫଳରେ […]

author-image
Hemant Lenka
ଘାଣ୍ଟିଲେ ଶ୍ରୀଲଙ୍କା ସ୍ପିନର, ୧୨୧ରେ ପାକିସ୍ତାନ ସଫା

babar

ଦୁବାଇ: ଏସିଆ କପର ଶେଷ ସୁପର ୪ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ଶ୍ରୀଲଙ୍କା ବୋଲର। ବିଶେଷ କରି ଦଳର ସ୍ପିନରଙ୍କ ଜାଲରେ ପାକିସ୍ତାନ ବ୍ୟାଟରମାନେ ଫସି ଯାଇଛନ୍ତି। ୱାନିନ୍ଦୁ ହସରଙ୍ଗା, ମହୀଶ ତିକଶାନା ଓ ଧନଞ୍ଜୟ ଡି’ସିଲଭାଙ୍କ ମାପଚୁପ ବୋଲିଂ ଯୋଗୁ ପାକିସ୍ତାନ ବଡ଼ ସ୍କୋର କରିପାରି ନାହିଁ। ଏହି ୩ ସ୍ପିନର ମିଳିତ ଭାବେ ୬ ୱିକେଟ ଦଖଲ କରିବାରୁ ପାକିସ୍ତାନ ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୨୧ ରନ କରିପାରିଛି।

Advertisment

ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ମିଳିଛି। ଉଭୟ ଦଳ ପୂର୍ବରୁ ହିଁ ଏସିଆ କପ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ରବିବାର ଏମାନଙ୍କ ମଧ୍ୟରେ ଟ୍ରଫି ପାଇଁ ଟକ୍କର ହେବ। ଏହାପୂର୍ବରୁ ଶ୍ରୀଲଙ୍କାର ବୋଲରମାନେ କମାଲ କରିଛନ୍ତି।

ଦୁବାଇ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଦଳର ଇନଫର୍ମ ବ୍ୟାଟର ମହମ୍ମଦ ରିଜୱାନ ଆଜି ବେଶୀ କିଛି କରିପାରି ନଥିଲେ। ସେ ମାତ୍ର ୧୪ ରନ କରି ଡେବ୍ୟୁଟାଣ୍ଟ ପ୍ରମୋଦ ମଦୁଶାଣଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ‍ଫଖର ଜମାନ ଓ ଅଧିନାୟକ ବାବର ଆଜମ ସ୍ଥିତି ସମ୍ଭାଳିଥିଲେ ମଧ୍ୟ ଦଳୀୟ ସ୍କୋରକୁ କେବଳ ୬୩ରେ ପହଞ୍ଚାଇ ପାରିଥିଲେ।

Advertisment

ଏହିଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଚାମିକା କରୁଣାରତ୍ନେ ୧୩ ରନ କରିଥିବା ଫଖରଙ୍କୁ ଆଉଟ କରି ପାକିସ୍ତାନକୁ ଦ୍ୱିତୀୟ ଝଟକା ଦେଇଥିଲେ। ଏହାପରେ ହସରଙ୍ଗା ପ୍ରଥମେ ୩୦ ରନ କରିଥିବା ବାବରଙ୍କୁ ଆଉଟ କରିଥିଲେ। ଖୁସଦିଲ ଶାହ(୪)ଙ୍କ ୱିକେଟ ଧନଞ୍ଜୟ ଡି’ ସିଲଭା ନେଇଥିଲେ। ଇଫତକାର ଅହମଦ(୧୩) ଓ ଆସିଫ ଅଲୀ(୦)ଙ୍କୁ କ୍ରମାଗତ ୨ଟି ବଲରେ ଆଉଟ କରି ହସରଙ୍ଗା ପାକିସ୍ତାନ ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରିଦେଇଥିଲେ।

ମହୀଶ ତିକଶାନା ୧୬ତମ ଓଭରରେ ହାସଲ ଅଲୀ(୦) ଓ ୧୮ତମ ଓଭରରେ ଉସାମନ କାଦିର(୩)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଷ ଭାଗରେ ମହମ୍ମଦ ନୱାଜ ୨୬ ରନ କରିବାରୁ ପାକିସ୍ତାନ ୧୨୦ ରନ ପାର କରିବାକୁ ସକ୍ଷମ ହୋଇଥିଲା। ସେ ୧୯ତମ ଓଭରରେ ରନ ଆଉଟ ରୂପେ ଆଉଟ ହୋଇଥିଲା।

ଶେଷ ଓଭରର ପ୍ରଥମ ବଲରେ ହରିଶ ରୌଫ(୧) ପ୍ରମୋଦ ମଦୁଶାଣ ଆଉଟ କରି ପାକିସ୍ତାନ ଇନିଂସକୁ ୧୨୧ରେ ଅଟକାଇ ଦେଇଥିଲେ।

ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ୱିକେଟ ନେଇଥିବା ବେଳେ ତିକଶାନା ଓ ପ୍ରମୋଦ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଧନଞ୍ଜୟ ଓ କରୁଣାରତ୍ନେ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।