/odisha-reporter/media/post_attachments/uploads/2022/02/india-7.jpg)
india
ଲକ୍ଷ୍ନୌ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ। ସିରିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ୍ ଶନକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ମ୍ୟାଚରେ ଖେଳିଥିବା ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଅଧ ଡଜନ୍ ଖେଳାଳି ପରିବର୍ତ୍ତନ କରିଛି। ସଞ୍ଜୁ ସାମସନ୍, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍, ରବୀନ୍ଦ୍ର ଜାଡେଜା, ଦୀପକ ହୁଡା ଓ ଯଶପ୍ରୀତ ଟିମରେ ସାମିଲ୍ ହୋଇଛନ୍ତି। ଆହତରୁ ଫିଟ୍ ହୋଇ ଫେରିଥିବା ଜାଡେଜା ପ୍ରାୟ ଦୀର୍ଘ ତିନିମାସ ପରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ବିଶ୍ରାମ ପାଇଥିବା ବୁମ୍ରା ମଧ୍ୟ କମବ୍ୟାକ୍ କରିଛନ୍ତି। ଋତୁରାଜ ଗାଏକ୍ୱାଡଙ୍କ ରିଷ୍ଟରେ ସମସ୍ୟା ଥିବାରୁ ଟିମରେ ସ୍ଥାନ ପାଇନାହାନ୍ତି।
https://twitter.com/BCCI/status/1496832892529672196?s=20&t=2nLK_XhleP1TmmsM5ArQqw
https://twitter.com/BCCI/status/1496833778488012801?s=20&t=2nLK_XhleP1TmmsM5ArQqw
ସେହିପରି ଶ୍ରୀଲଙ୍କା ଟିମକୁ ଦିନେଶ ଚାଣ୍ଡିମଲ୍ ଫେରିଥିବା ବେଳେ କୁଶଲ ମେଣ୍ଡିସ୍ ବାଦ୍ ପଡ଼ିଛନ୍ତି। ସେହିପରି ମହୀଶ ତୀକ୍ଷଣାଙ୍କ ସ୍ଥାନରେ ଜେଫରୀ ଭାଣ୍ଡରସେ ସ୍ଥାନ ପାଇଛନ୍ତି। ଉଭୟ ଭାରତ ଓ ଶ୍ରୀଲଙ୍କା ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଚଳିତ ବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଦୁଇ ଦଳ ଏହି ସିରିଜ୍ ଜରିଆରେ ଟିମ୍ କମ୍ବିନେସନ୍ ପ୍ରସ୍ତୁତ କରିବେ।
ଭାରତ: ଈଶାନ୍ କିଶନ, ରୋହିତ୍ ଶର୍ମା (କ୍ୟାପଟେନ୍), ଶ୍ରେୟସ ଆୟର୍, ସଞ୍ଜୁ ସାମସନ୍, ଦୀପକ ହୁଡା, ଭେଙ୍କଟେଶ ଆୟର, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ।
ଶ୍ରୀଲଙ୍କା: ପାଥୁମ୍ ନିଶାଙ୍କ, କାମିଲ୍ ମିଶରା, ଚରିଥ ଅଶଲଙ୍କା, ଜନିଥ ଲିୟାନାଗେ, ଦିନେଶ ଚାଣ୍ଡିମଲ୍ (ୱିକେଟ୍ କିପର), ଦାସୁନ୍ ଶନକା (କ୍ୟାପଟେନ୍), ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଜେଫରୀ ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମା, ଲାହିରୁ କୁମାରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
