Advertisment

ଶ୍ରୀଲଙ୍କାକୁ ଘାଣ୍ଟିଲା ଆଫଗାନିସ୍ତାନ, ଟାର୍ଗେଟ ୨୪୨

ଆଫଗାନିସ୍ତାନ ପାଇଁ ୧୦୦ତମ ମ୍ୟାଚ୍‌ ଖେଳୁଥିବା ରାଶିଦ ଖାନ ଗୋଟିଏ ୱିକେଟ ନେଇଥିବା ବେଳେ ଫଜଲହକ ଫାରୁକି ୪ ସଫଳତା ହାସଲ କରି ଶ୍ରୀଲଙ୍କାକୁ ଘାଇଲା କରିଛନ୍ତି। ସେହିପରି ମୁଜିବ ଉର ରହମାନ ମଧ୍ୟ ଦୁଇଟି ୱିକେଟ ହାସଲ କରିଛନ୍ତି। ଓମରଜାଇଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

author-image
Hemant Lenka
SL

SL

ବ୍ୟାଟରଙ୍କୁ ସୁହାଉଥିବା ପୁଣେ ପିଚ୍‌ରେ ଶ୍ରୀଲଙ୍କାକୁ ଘାଣ୍ଟିଛନ୍ତି ଆଫଗାନିସ୍ତାନ ବୋଲର। ଭଲ ଆରମ୍ଭ ସତ୍ତ୍ୱେ ମଧ୍ୟକ୍ରମର ବିଫଳତା ଯୋଗୁ ଶ୍ରୀଲଙ୍କା ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହିଁ। ଦଳ ୪୯.୩ ଓଭରରେ ସମସ୍ତ  ୱିକେଟ ହରାଇ ୨୪୧ ରନ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍‌ ଜିତିବା ପାଇଁ ୨୪୨ ରନର ଟାର୍ଗେଟ ମିଳିଛି। 

Advertisment

ଆଜି ଆଫଗାନିସ୍ତାନ ପାଇଁ ୧୦୦ତମ ମ୍ୟାଚ୍‌ ଖେଳୁଥିବା ରାଶିଦ ଖାନ ଗୋଟିଏ ୱିକେଟ ନେଇଥିବା ବେଳେ ଫଜଲହକ ଫାରୁକି ୪ ସଫଳତା ହାସଲ କରି ଶ୍ରୀଲଙ୍କାକୁ ଘାଇଲା କରିଛନ୍ତି। ସେହିପରି ମୁଜିବ ଉର ରହମାନ ମଧ୍ୟ ଦୁଇଟି ୱିକେଟ ହାସଲ କରିଛନ୍ତି। ଓମରଜାଇଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ୨୨ ରନରେ ପ୍ରଥମ ୱିକେଟ ହରାଇଥିଲେ। ଦିମୁଥ କରୁଣାରତ୍ନେ ମାତ୍ର ୧୫ ରନ କରି ଫାରୁକିଙ୍କ ବଲରେ ଆଉଟ ହୋଇଥିଲେ। ତେବେ ପଥୁମ ନିଶାଙ୍କା ଓ ଅଧିନାୟକ କୁଶଲ ମେଣ୍ଡିସ ଦ୍ୱିତୀୟ ୱିକେଟ ପାଇଁ ୬୨ ରନ ଯୋଡ଼ିଥିଲେ। ଏତିକି ବେଳେ ୪୬ ରନ କରିଥିବା ନିଶାଙ୍କାଙ୍କୁ ଅଜମତୁଲ୍ଲା ଓମରଜାଇ ଆଉଟ କରି ଶ୍ରୀଲଙ୍କାକୁ ଦ୍ୱିତୀୟ ଝଟକା ଦେଇଥିଲେ।

Advertisment

ମେଣ୍ଡିସଙ୍କ ସହ ସଦୀରା ସମରାବିକ୍ରମା ତୃତୀୟ ୱିକେଟ ପାଇଁ ଦମଦଦାର ବ୍ୟାଟିଂ କରିଥିଲେ। ଉଭୟ ଆଫଗାନ ସ୍ପିନରଙ୍କୁ ବେଶ ସାହାସର ସହ ମୁକାବିଲା କରି ଦଳୀୟ ସ୍କୋରକୁ ୮୪ରୁ ନେଇ ୧୩୪ ରନରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ମୁଜିବ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ସେ ପ୍ରଥମେ ମେଣ୍ଡିସ(୩୯)ଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ଓଭରରେ ୩୬ ରନ କରିଥିବା ସଦୀରାଙ୍କୁ ଆଉଟ କରି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।ଚରିଥ ଅସଲଙ୍କା ଓ ଧନଞ୍ଜୟ ଡି’ସିଲଭା ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ରାଶିଦ ଖାନ ଏହା କରାଇ ଦେଇ ନଥିଲେ। ସେ ୧୪ ରନ କରିଥିବା ଡି’ସିଲଭାଙ୍କୁ ଚମତ୍କାର ଢଙ୍ଗରେ ବୋଲ୍ଡ କରି ଶ୍ରୀଲଙ୍କାକୁ ୫ମ ଝଟକା ଦେଇଥିଲେ।

ଦଳୀୟ ସ୍କୋର ୧୮୦ ଥିବା ବେଳେ ଅସଲଙ୍କା (୨୨ରନ)ଙ୍କୁ ଫାରୁକି ଆଉଟ କରିଥିଲେ। ଆଉ ୫ ରନ ପରେ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଦୁଷ୍ମନ୍ତ ଚାମୀରା ରନ ଆଉଟ ହୋଇ ଯାଇଥିଲେ। ୧୮୫ରେ ଦଳ ୭ମ ୱିକେଟ ହରାଇଥିଲା।

ଏହି ସମୟରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ସ୍ପିନ ବୋଲର ମହୀଶ ତିକଶାନା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାଥ୍ୟୁସ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ତିକଶାନା ଛକା ଓ ଚୌକା ମାରିଥିଲେ। ଉଭୟ ୮ମ ୱିକେଟ ପାଇଁ ଦ୍ରୁତ ୪୫ ରନ ଯୋଡ଼ି ଶ୍ରୀଲଙ୍କାକୁ ୨୩୦ ରନରେ ପହଞ୍ଚାଇ ଦେଇଥିଲେ। ୪୫ ରନର ଭାଗିଦାରୀ ମଧ୍ୟରୁ ତିକଶାନା ଏକାକୀ ୨୯ ରନ କରିଥିଲେ।

କିନ୍ତୁ ତାଙ୍କୁ ୪୭ତମ ଓଭରର ଶେଷ ବଲରେ ଫାରୁକି ବୋଲ୍ଡ କରି ରନ ଫ୍ଲୋ ଉପରେ ରୋକ ଲଗାଇଥିଲେ। ତିକଶାନାଙ୍କ ପରେ ମାଥ୍ୟୁସ ମଧ୍ୟ ୨୩ ରନ କରି ଫାରୁକିଙ୍କ ୪ର୍ଥ ଶିକାର ବନିଥିଲେ। ଶେଷ ୱିକେଟ ପାଇଁ ଦିଲଶାନ ମଧୁଶଙ୍କା ଓ କସୁନ ରଜିଥା ବଡ଼ ଶଟ ଖେଳିବାକୁ ଚାହିଁଥିଲେ। ତେବେ ଶେଷ ଓଭର ବୋଲିଂ କରୁଥିବା ନବୀନ ଉଲ ହକ ଏହା କରାଇ ଦେଇ ନଥିଲେ।

ନବୀନଙ୍କ ୪ର୍ଥ ବଲ ୱାଇଡ ହୋଇଥିବା ବେଳେ ମଧୁଶଙ୍କା ସିଙ୍ଗଲ ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ନନ ଷ୍ଟ୍ରାଇକରେ ଥିବା ରଜିଥା ଠିକ ସମୟରେ କ୍ରିଜରେ ପହଞ୍ଚି ନ ପାରିବାରୁ ରନ ଆଉଟ ହୋଇ ଯାଇଥିଲେ। ଶେଷରେ ଶ୍ରୀଲଙ୍କା ୪୯.୩ ଓଭର୍‌ରେ ୨୪୧ ରନ କରି ଅଲଆଉଟ ହୋଇଯାଇଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup