ଘାଣ୍ଟିଲେ ସ୍ପିନର: ୨୭ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ ଜିତିଲା ଶ୍ରୀଲଙ୍କା

ବ୍ୟାଟିଂରେ ଫ୍ଲପ ହୋଇଥିବା ଦିନୁତ ୱେଲାଲାଗେ ୫ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଦିନିକିଆର ହିରୋ ଜେଫ୍ରୀ ଭଣ୍ଡାରେସ ୨ଟି, ମହୀଶ ତିକଶାନା ୨ଟି ଓ ଅସିତ ଫର୍ଣ୍ଣାଣ୍ଡୋ ଗୋଟିଏ ସଫଳତା ପାଇଛନ୍ତି।

Dunith Wellalage

ଅକ୍ଷରଙ୍କ ୱିକେଟ ନେବା ପରେ ୱେଲାଲାଗେ

Hemant Lenka
  • Published: Wednesday, 07 August 2024
  • Updated: 07 August 2024, 08:25 PM IST

Sports

Latest News

ଦୀର୍ଘ ୨୭ ବର୍ଷ ପରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ଜିତିବାକୁ ସକ୍ଷମ ହୋଇଛି ଶ୍ରୀଲଙ୍କା। ଆଜି ସ୍ପିନରଙ୍କ ଦମରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ତୃତୀୟ ଦିନିକିଆରେ ୧୧୦ ରନରେ ହରାଇ ଦେଇଛି। ଏଥିସହ ୩ ଟିକିଆ ଦନିକିଆ ସିରିଜକୁ ଘରୋଇ ଟିମ ୨-୦ରେ ଜିତି ନେଇଛି। ପ୍ରଥମ ଦିନିକିଆ ଟାଇ ହୋଇଥିଲା। ଭାରତ ଦିନିକିଆ ବିଶ୍ୱକପର ରନର୍ସ ଅପ ହୋଇଥିବା ବେଳେ ନିକଟରେ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ଭଳି ଚାମ୍ପିୟନ ଟିମ ବିପକ୍ଷରେ ଶ୍ରୀଲଙ୍କା ୨୧ଶ ଶତାବ୍ବୀରେ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି। 

ଗୌତମ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଟିମ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟିମ ଇଣ୍ଡିଆ ସହ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଦଳ ତାଙ୍କ କୋଚିଂରେ ଶ୍ରୀଲଙ୍କାକୁ ଟି-୨୦ରେ ସିରିଜରେ ମୂଳପୋଛ କରି ଦେଇଥିଲା।

ହେଲେ ଦିନିକିଆ ସିରିଜରେ ଦଳ ମାଟି କାମୁଡ଼ିଛି। ୧୯୯୭ରେ ଶେଷଥର ପାଇଁ ଶ୍ରୀଲଙ୍କା ୩-୦ରେ ଭାରତକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଖେଳା ଯାଇଥିବା ପ୍ରାୟ ୧୧ଟି ଦ୍ୱିପାକ୍ଷିକ ସିରିଜରେ ଭାରତ ସବୁବେଳେ ବିଜୟୀ ହୋଇ ଆସୁଥିଲା। କିନ୍ତୁ ଏଥର ଶ୍ରୀଲଙ୍କା ମାଟିରେ ଭାରତ ସିରିଜ ପରାଜୟର ଲଜ୍ଜା ମୁଣ୍ଡାଇଛି।

ସେହିପରି ଚରିତ ଅସଲଙ୍କା ଶ୍ରୀଲଙ୍କାର ନୂଆ କ୍ୟାପ୍ଟେନ ଭାବେ ଦିନିକିଆ ସିରିଜର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରଥମ ସିରିଜ ଖେଳିବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।

Also Read

ତୃତୀୟ ଦିନିକିଆରେ ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ଓପନର ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ୯୬ ଓ କୁଶଲ ମେଣ୍ଡିସଙ୍କ ୫୯ ରନ ବଳରେ ଦଳ ୭ ୱିକେଟ ହରାଇ ୨୪୮ ରନ କରିଥିଲା। ୨୪୯ ରନର ଟାର୍ଗେକୁ ପିଛା କରୁଥିବା ଭାରତ ସ୍ପିନ ଜାଲରେ ଫସି କେବଳ ୨୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୮ ରନ ହିଁ କରିବାକୁ ସକ୍ଷମ ହୋଇଛି।

୨୪୯ ରନର ଟାର୍ଗେଟକୁ ପିଛା କରୁଥିବା ଭାରତକୁ ପୁଣିଥରେ ରୋହିତ ଶର୍ମା ଦ୍ରୁତ ଷ୍ଟାର୍ଟ ଦେଇଥିଲେ। କିନ୍ତୁ ଶୁବମନ ଗିଲ ୬ ରନ କରି ଫର୍ଣ୍ଣାଣ୍ଡୋଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ଏହାପରେ ୱେଲାଲାଗେ ଭାରତୀୟ ବ୍ୟାଟରଙ୍କୁ ଘାଇଲା କରିଥିଲେ।

ସେ ରୋହିତ ଶର୍ମାଆ(୩୫), ବିରାଟ କୋହଲି(୨୦), ଶ୍ରେୟସ ଆୟର(୮) ଓ ଅକ୍ଷର ପଟେଲ(୨)ଙ୍କ ୱିକେଟ ନେଇଥିଲେ। ଇତି ମଧ୍ୟରେ ତିକଶାନା ୬ ରନ କରିଥିବା ଋଷଭ ପନ୍ତଙ୍କୁ ମଧ୍ୟ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଭାରତର ଶେଷ ଆଶା ରିୟାନ ପରାଗ ଓ ଶିବମ ଦୁବେଙ୍କ ଉପରେ ରହିଥିଲା। କିନ୍ତୁ ଉଭୟଙ୍କୁ ଭଣ୍ଡାରେସ ଆଉଟ କରି ଭାରତର ପରାଜୟକୁ ସୁନିଶ୍ଚିତ କରି ଦେଇଥିଲେ। ରିୟାନ ୧୫ ଓ ଦୁବେ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ୧୦୧ ରନରେ ତା’ର ୮ମ ୱିକେଟ ହରାଇଥିଲା।

ଭାରତ ନିଶ୍ଚିତ ପରାଜୟ ଆଡ଼କୁ ଯାଉଥିବା ବେଳେ ୱାଶିଂଟନ ସୁନ୍ଦର କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ଏହା କେବଳ ସମୁଦ୍ରକୁ ଶଙ୍ଖେ ସଦୃଶ ରହିଥିଲା। ଗୋଟିଏ ପଟେ କୁଲଦୀପ ଯାଦବ ୱିକେଟ ରଖି ଛିଡ଼ା ହୋଇଥିବା ବେଳେ ସୁନ୍ଦର ରନ ହାସଲ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ୨୬ତମ ଓଭରରେ ତାଙ୍କୁ ତିକଶାନା ୩୦ ରନରେ ଆଉଟ କରି ଦେଇଥିଲେ। ଭାରତ ୧୩୮ ରନରେ ୯ମ ୱିକେଟ ହରାଇଥିଲା। ୨୭ତମ ଓଭରର ପ୍ରଥମ ବଲରେ ୱେଲାଲାଗେ ୬ ରନ କରିଥିବା କୁଲଦୀପଙ୍କୁ ଆଉଟ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story