Advertisment

ଏକା ଲଢ଼ିଲେ ଶନକା, ଭାରତକୁ ୧୪୭ ରନର ଟାର୍ଗେଟ୍

ଧର୍ମଶାଳା: କ୍ୟାପଟେନ୍ ଦାସୁନ୍ ଶନକାଙ୍କ ଜବରଦସ୍ତ ଇନିଂସ୍ ବଳରେ ଶ୍ରୀଲଙ୍କା ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ୫ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଶ୍ରୀଲଙ୍କା ପକ୍ଷରୁ ଶନକା ସର୍ବାଧିକ ୭୪ (୩୮ ବଲ୍, ୯ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍ ଆଶା ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି। ସିରିଜ୍ କ୍ଲିନ୍ ସୁଇପ୍ କରିବା ପାଇଁ ଭାରତକୁ ୧୪୭ ରନ୍ କରିବାକୁ ପଡ଼ିବ। ଉକ୍ତ ମ୍ୟାଚରେ […]

ଅଦ୍ୟତନ ହୋଇଛି
ଏକା ଲଢ଼ିଲେ ଶନକା, ଭାରତକୁ ୧୪୭ ରନର ଟାର୍ଗେଟ୍

shanaka

Advertisment

ଧର୍ମଶାଳା: କ୍ୟାପଟେନ୍ ଦାସୁନ୍ ଶନକାଙ୍କ ଜବରଦସ୍ତ ଇନିଂସ୍ ବଳରେ ଶ୍ରୀଲଙ୍କା ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ରେ ୫ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଶ୍ରୀଲଙ୍କା ପକ୍ଷରୁ ଶନକା ସର୍ବାଧିକ ୭୪ (୩୮ ବଲ୍, ୯ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର୍ ଆଶା ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି। ସିରିଜ୍ କ୍ଲିନ୍ ସୁଇପ୍ କରିବା ପାଇଁ ଭାରତକୁ ୧୪୭ ରନ୍ କରିବାକୁ ପଡ଼ିବ।

Advertisment

ଉକ୍ତ ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪ଟି ପରିବର୍ତ୍ତନ ସହ ଓହ୍ଲାଇଥିବା ଭାରତ ଭ୍ରମଣକାରୀ ଦଳର ଏହି ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିଥିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ଶ୍ରୀଲଙ୍କା ବ୍ୟାଟରଙ୍କୁ ନିୟନ୍ତ୍ରଣରେ ରଖିଥିଲେ। ଶ୍ରୀଲଙ୍କାର ଚାରି ଟପ୍ ଅର୍ଡର ଯଥା ପାଥୁମ୍ ନିଶାଙ୍କ (୧), ଦନୁସ୍କା ଗୁଣତିଳକ (୦), ଚରିତ ଅସଲଙ୍କା (୪) ଓ ଜନିଥ ଲିୟାନାଗେ (୯) ଦୁଇଅଙ୍କ ଛୁଇଁ ପାରିନଥିଲେ।

୨୯ ରନରେ ୪ ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିବା ବେଳେ କ୍ୟାପଟେନ୍ ଶନକା ଓ ଅଭିଜ୍ଞ ଦିନେଶ ଚାଣ୍ଡିମଲ୍ କିଛି ସମୟ କ୍ରିଜରେ ବିତାଇଥିଲେ। ଚାଣ୍ଡିମଲ୍ (୨୫) ପୁଣିଥରେ ନିରାଶ କରିଥିଲେ। ଚାଣ୍ଡିମଲଙ୍କ ଆଉଟ୍ ବେଳକୁ ଶ୍ରୀଲଙ୍କା ୧୨.୧ ଓଭରରେ ୬୦ ରନ୍ କରିଥିଲେ। ତେବେ ଏହି ସମୟାରେ ଶନକାଙ୍କୁ ଭରପୂର ସାଥ୍ ଦେଇଥିଲେ ଚମିକା କରୁଣାରତ୍ନେ। ଦୁହେଁ ୪୭ ବଲରେ ୮୬ ରନର ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶନକା ମାତ୍ର ୩୮ ବଲ୍ ଖେଳି ୭୪ ଓ କରୁଣାରତ୍ନେ ୧୨ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଆଭେଶ ଖାନ୍ ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ହର୍ଷଲ୍ ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe