Advertisment

ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ବୋର୍ଡକୁ ଭଙ୍ଗିବା ପାଇଁ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

Srilanka Cricket team

Srilanka Cricket team

Advertisment

କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଏକ ଚକିତ କଲା ଭିଳ ଖବର ସାମ୍ନାକୁ ଆସିଛି। ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ। ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭାଙ୍ଗି ଦିଆଯାଇଛି । ଏନେଇ ଶ୍ରୀଲଙ୍କର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ବୋର୍ଡକୁ ଭଙ୍ଗିବା ପାଇଁ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

Advertisment

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ। ଭାରତ ଠାରୁ ଶ୍ରୀଲଙ୍କା ହାରିବାର ଦିନକ ପରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ରୋଶନ ରଣସିଙ୍ଘା ଏଭଳି ପଦକ୍ଷେପ ନେଇଛନ୍ତି। କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିବା ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ଏକ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରିଛନ୍ତି। ପୂର୍ବତନ କ୍ୟାପଟେନ୍ ଅର୍ଜୁନ ରଣତୁଙ୍ଗାଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯାଇଛି । ଏହି ବୋର୍ଡରେ ଦୁଇ ଜଣ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ମଧ୍ୟ ଅଛନ୍ତି।

କହିରଖୁଛୁ ଯେ ଶ୍ରୀଲଙ୍କା କ୍ରିକେଟ୍ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଡି ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୁର୍ଣ୍ଣ ବୋର୍ଡକୁ ହଟାଇ ଦିଆଯାଇଛି।

Advertisment

ନିକଟରେ ଓ୍ୱାର୍ଲ୍ଡ କପ୍‌ ୨୦୨୩ର ଭାରତ-ଶ୍ରୀଲଙ୍କା ଲିଗ୍ ମ୍ୟାଚ୍‌ରେ ଶୀଲଙ୍କା ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଶ୍ରୀଲଙ୍କା ବ୍ୟାଟ୍‌ସ୍‌ମ୍ୟାନ୍‌ମାନେ ଟାର୍ଗେଟରେ ପହଞ୍ଚିବା ତ ଦୂରର କଥା ୧୦୦ ରନ୍‌ ମଧ୍ୟ କରିପାରିନଥିଲେ। ଅତ୍ୟନ୍ତ ଲଜ୍ଜାଜନକ ବ୍ୟାଟିଂ କରି ଦଳ ମାତ୍ର ୫୫ ରନ୍ କରି ଆଉଟ୍ ହୋଇଥିଲା।

Sri Lanka Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe