ପରାଜୟରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ହ୍ୟାଟ୍ରିକ, ଶ୍ରୀଲଙ୍କାର ଦ୍ୱିତୀୟ ବିଜୟ

ପୂର୍ବ ଦୁଇଟି ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ବେଳେ ଆଜି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଇଂଲଣ୍ଡ ସମଦଶା ଭୋଗିଛି।

sl

ଶଟ ଖେଳୁଛନ୍ତି ନିଶାଙ୍କା

Hemant Lenka
  • Published: Thursday, 26 October 2023
  • Updated: 26 October 2023, 07:23 PM IST

Sports

Latest News

ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ସେମି ଫାଇନାଲ ରାସ୍ତା ଆହୁରି କଣ୍ଟକିତ ହୋଇଯାଇଛି। ହ୍ୟାଟ୍ରିକ ପରାଜୟ ସହ ଇଂଲଣ୍ଡ ଏବେ ସେମି ଫାଇନାଲ ଦୌଡ଼ରୁ ଏକ ପ୍ରକାରର ବିଦା ହେବା ସ୍ଥିତିରେ ପହଞ୍ଚି ଯାଇଛି। ଚଳିତ ବିଶ୍ୱକପରେ ଇଂଲଣ୍ଡ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ହାରି ସାରିଲାଣି।ଇଂଲଣ୍ଡ କେବଳ ବାଂଲାଦେଶ ଠାରୁ ହିଁ ଜିତିବାକୁ ସକ୍ଷମ ହୋଇଛି। 

ଶ୍ରୀଲଙ୍କା ୮ ୱିକେଟରେ ଇଂଲଣ୍ଡକୁ ଏକତରଫା ଭାବେ ମାତ ଦେଇ ଚଳିତ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି। ୧୫୭ ରନର ଟାର୍ଗେଟକୁ ଦଳ ୧୪୬ ବଲର ପୂର୍ବରୁ ହାସଲ କରି ନେଇଛି। ଦଳ ପକ୍ଷରୁ ପଥୁମ ନିଶାଙ୍କା ଓ ସଦୀରା ସମରାବିକ୍ରମା ଦମଦାର ଇନିଂସ ଖେଳିଛନ୍ତି।

Also Read

ନିଶାଙ୍କା ୭୭ ଓ ସଦୀରା ୬୫ ରନର ଇନିଂସ ଖେଳିଛନ୍ତି। ସେହିପରି ନିଶାଙ୍କା ଦଳକୁ ଜିତିବା ପାଇଁ ୩ ରନର ଆବଶ୍ୟକ ଥିବା ବେଳେ ଆଦିଲ ରଶଦିଙ୍କୁ ଛକା ମାରି ଶ୍ରୀଲଙ୍କା ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ଏଥିସହ ଇଂଲଣ୍ଡ ବିପକ୍ଷରେ ୧୯୯୯ରୁ ବିଶ୍ୱକପରେ ଶ୍ରୀଲଙ୍କା ଜାରି ରଖିଥିବା ବିଜୟ ଧାରା ଅକ୍ଷୁର୍ଣ୍ଣ ରହିଛି। ଇଂଲଣ୍ଡ ବିପକ୍ଷ ଏହା ଶ୍ରୀଲଙ୍କାର କ୍ରମାଗତ ୫ମ ବିଜୟ। 

ବେଙ୍ଗାଲୁରୁରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ୪୩ ରନ ବଳରେ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା। ଏପରି କି ଦଳ ୩୩.୨ ଓଭର ହିଁ ଖେଳିବାକୁ ସକ୍ଷମ ହୋଇଥିଲା।

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହା ଦିନିକିଆ ଇତିହାସରେ ସର୍ବନିମ୍ନ ସ୍କୋର। ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରଥମଥର ପାଇଁ ଏତେ କମ ସ୍କୋରରେ ଅଲଆଉଟ ହେବାର ଲଜ୍ଜାଜନକ ରେକର୍ଡ ମଧ୍ୟ ମୁଣ୍ଡାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଦୀର୍ଘ ଦିନ ପରେ ଦିନିକିଆକୁ ଫେରିଥିବା ଆଞ୍ଜେଲୋ ମାଥ୍ୟୁସ ୨ଟି ଓ କସୁନ ରଜିଥାଙ୍କୁ ୨ଟି ସଫଳତା ମିଳିଥିଲା। ମହୀଶ ତିକଶାନ ଗୋଟିଏ ୱିକେଟ ନେଇଥିଲେ।

୫୦ ଓଭର୍‌ରେ ମାତ୍ର ୧୫୭ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ୯ ରନରେ କୁଶଲ ପେରେରା(୪)ଙ୍କୁ ହରାଇଥିଲା। ଅଧିନାୟକ କୁଶଲ ମେଣ୍ଡିସ ମଧ୍ୟ ୧୧ ରନ କରି ଆଉଟ ହୋଇଯାଇଥିଲେ। ଲାଗୁଥିଲା ୨୦୧୯ରେ ବିଶ୍ୱକପ ଜିତିଥିବା ଇଂଲଣ୍ଡ କିଛି ଚମତ୍କାର କରିବ। କିନ୍ତୁ ପଥୁମ ନିଶାଙ୍କା ଓ ସଦୀରା ସମରାବିକ୍ରମା ଇଂଲଣ୍ଡର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ସେମାନେ କେବଳ ଇଂଲଣ୍ଡର ବୋଲରଙ୍କୁ ସତର୍କତାର ସହ ଖେଳି ନଥିଲେ ବରଂ କାଉଣ୍ଟର ଆଟାକ ମଧ୍ୟ କରିଥିଲେ। ଉଭୟ ସଦୀରା ଓ ନିଶାଙ୍କାଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ମଧ୍ୟ ଦେଖିବାକୁ ମିଳିଥିଲା।

ନିଶାଙ୍କା ଇଂଲିଶ ବୋଲର ମାର୍କ ଉଡଙ୍କୁ ଚୌକା ମାରି ଚଳିତ ବିଶ୍ୱକପରେ ନିଜର ଆଉ ଏକ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଏହା ଚଳିତ ବିଶ୍ୱକପରେ ତାଙ୍କର ୫ମ ମ୍ୟାଚ୍‌ରୁ ୪ର୍ଥ ଅର୍ଦ୍ଧଶତକ। କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଖାତା ଖୋଲିବା ପୂର୍ବରୁ ଅଉଟ ହୋଇଥିଲେ।

କିନ୍ତୁ ଏହାପରେ ସେ ଶ୍ରୀଲଙ୍କା ଖେଳିଥିବା ୩ ମ୍ୟାଚ୍‌ରେ ସେ ୫୦ରୁ ଅଧିକ ରନ କରିଥିଲେ। ଆଜି ମଧ୍ୟ ସେ ଉକ୍ତ ଧାରାକୁ ଆଗକୁ ନେଇ ୫୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ସେ ଆଉ କିଛି ବଡ଼ ଶଟ ମଧ୍ୟ ଖେଳିଥିଲେ। 

ସଦୀରା ମଧ୍ୟ ବଡ଼ ଶଟ ଖେଳିବାକୁ ଆଦୌ ପଛାଇ ନଥିଲେ। ଗତ ମ୍ୟାଚ୍‌ରେ ୯୫ ରନର ଇନିଂସ ଖେଳିଥିବା ସଦୀରା ଆଜି ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦଳୀୟ ସ୍କୋର ୨୨ ଓଭର ସୁଦ୍ଧା ୧୨୯ ଥିବା ବେଳେ ସଦୀରା ୪୩ ବଲରେ ୪୯ ରନ କରିଥିଲେ।

ସେ ୨୩ତମ ଓଭର୍‌ର ପ୍ରଥମ ବଲରେ କ୍ରିସ ୱକ୍ସଙ୍କ ଠାରୁ ୧ ରନ ଆଦାୟ କରି ୪୪ ବଲରେ ୫୦ ରନ ପୂରଣ କରିଥିଲେ।  ଏହି ଓଭର୍‌ରେ ସେ ଗୋଟିଏ ଚୌକା ମାରିବା ସହ ନିଶାଙ୍କାଙ୍କ ସହ ମିଶି ମୋଟ ୬ ରନ ଆଦାୟ କରିଥିଲେ। 

୨୪ତମ ଓଭର୍‌ରେ ସଦୀରା  ମ୍ୟାଚ୍‌କୁ ଶେଷ କରିବା ପାଇଁ ମୋଇନ ଅଲୀଙ୍କୁ ଡବଲ ଚୌକା ମାରି ଦଳୀୟ ସ୍କୋରକୁ ୧୪୬ରେ ପହଞ୍ଚାଇ ଦେଇଥିଲେ। ୨୫ତମ ଓଭର୍‌ରେ ୱିକ୍ସ ପୁଣି ୬ ରନ ଦେଇଥିଲେ। ଶେଷ ୨୫ ଓଭର୍‌ରେ ଶ୍ରୀଲଙ୍କାକୁ ଜିତିବା ପାଇଁ ମାତ୍ର ୫ ରନ ଆବଶ୍ୟକ ରହିଥିଲା। ଆଦିଲ ରଶିଦଙ୍କ ପ୍ରଥମ ବଲରେ ନିଶାଙ୍କା ୨ ରନ ହାସଲ କରିଥିଲେ। ଏହାପରେ ୪ର୍ଥ ବଲ ପରେ ଛକା ମାରି ଦଳକୁ ୮ ୱିକେଟରେ ବିଜୟ କରାଇଥିଲେ। 

ନିଶାଙ୍କା ୮୩ ବଲରେ ଅପରାଜିତ ୭୭ ଓ ସଦୀରା ୫୪ ବଲରେ ଅପରାଜିତ ୬୫ ରନର ଇନିଂସ ଖେଳିଛନ୍ତି। ନିଶାଙ୍କା ୨ଟି ଛକା ଓ ୭ଟି ଚୌକା ମାରିଥିବା ବେଳେ ସଦୀରାଙ୍କ ବ୍ୟାଟରୁ ୭ଟି ଚୌକା ଓ ଗୋଟିଏ ଛକା ଦେଖିବାକୁ ମିଳିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story