Advertisment

ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଟିମ ଇଣ୍ଡିଆ

ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା ଭାରତକୁ ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆରେ ହାରିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି।

Jeffrey Vandersay

Jeffrey Vandersay

Advertisment

ଟାର୍ଗେଟ ଥିଲା ୨୪୧। ଅଧିନାୟକ ରୋହିତ ଶର୍ମା ଏକାକୀ ଆରମ୍ଭରୁ ୪୪ ବଲରେ ୬୪ କରି ନେଲେ। ମଧ୍ୟଭାଗରେ ଅକ୍ଷର ପଟେଲ ୪୪ ଓ ଅନ୍ୟତମ ଓପନର ଶୁବମନ ଗିଲ ୩୫ ରନ ଇନିଂସ ଖେଳିଲେ। ତଥାପି ଷ୍ଟାର ଖଚିତ ଭାରତୀୟ ଟିମ ଟାର୍ଗେଟକୁ ହାସଲ କରିପାରିଲା ନାହିଁ।

Advertisment

ଗୌତମ ଗମ୍ଭୀରଙ୍କ କୋଚିଂରେ ପ୍ରଥମ ଥର କୌଣସି ଦିନିକିଆ ସିରିଜ ଖେଳୁଥିବା ଭାରତକୁ ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆରେ ହାରିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ସୁଯୋଗ ହାତ ଛଡ଼ା କରି ମ୍ୟାଚ୍‌କୁ ଟାଇ କରିଥିବା ଭାରତ ଆଜି ୩୨ ରନରେ ଶ୍ରୀଲଙ୍କା ଠାରୁ ହାରିଛି।

ଶ୍ରୀଲଙ୍କା ଟିମ ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରି ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ହୋଇଯାଇଛି। ସ୍ପିନ ଆଟାକକୁ ଭଲ ଖେଳୁଥିବା ଭାରତୀୟ ଟିମ ସେହି ସ୍ପିନ ଜାଲରେ ଫସି ୨୦୮ରେ ରନରେ ଅଲଆଉଟ ହୋଇଯାଇଛି। ଶ୍ରୀଲଙ୍କା ପକ୍ଷରୁ ଲେଗ ସ୍ପିନର ଜେଫ୍ରୀ ବନ୍ଦାରେସୟ ଏକାକୀ ୬ ୱିକେଟ ଦଖଲ କରି ଭାରତୀୟ ଲାଇନ ଅପକୁ ଛିନଛତ୍ର କରି ଦେଇଛନ୍ତି। ସେ ଭାରତର ପ୍ରଥମ ୬ଟି ୱିକେଟ ନେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମଧ୍ୟ ବନିଛନ୍ତି।

Advertisment

୨୪୧ ରନର ପିଛା କରୁଥିବା ଭାରତକୁ ରୋହିତ ଶର୍ମା ଓ ଗିଲ ଦମଦାର ଷ୍ଟାର୍ଟ ଦେଇଥିଲେ। ରୋହିତ ଶର୍ମା ଶ୍ରୀଲଙ୍କାର ସବୁ ବୋଲରଙ୍କୁ କଡ଼ା ପ୍ରହାର କରି ମାତ୍ର ୨୯ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ।

ଉଭୟ ୧୩.୩ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୯୭ରେ ମଧ୍ୟ ପହଞ୍ଚାଇ ଦେଇଥିଲେ। କିନ୍ତୁ ରୋହିତ ୬୪ ରନରେ ଆଉଟ ହେବା ପରେ ଜେଫ୍ରୀ ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଗିଲ ୩୫, ବିରାଟ କୋହଲି ୧୪, ଶିବମ ଦୁବେ ଶୂନ, ଶ୍ରେୟସ ଆୟର ୭ ଓ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଜେଫ୍ରୀଙ୍କ ବଲରେ ଆଉଟ ହୋଇଥିଲେ। ୯୭ ରନରେ ପ୍ରଥମ ୱିକେଟ ହରାଇଥିବା ଭାରତ ୧୪୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସ୍ଥିତି ସମ୍ଭାଳିଥିଲେ। ଏପରି କି ଉଭୟ ୭ମ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ। କିନ୍ତୁ ଅକ୍ଷର ପଟେଲଙ୍କୁ ୪୪ ରନରେ ଆଉଟ କରି ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସୁନ୍ଦର ମଧ୍ୟ ୧୫ ରନ କରି ଅସଲଙ୍କାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଦଳୀୟ ସ୍କୋର ୧୯୦ ଥିବା ବେଳେ ସୁନ୍ଦର ଆଉଟ ହୋଇଯିବାରୁ ଭାରତର ବିଜୟ ଆଶା ସଂପୂର୍ଣ୍ଣ ଭାବେ ମଉଳି ଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା।

ଅସଲଙ୍କା ପ୍ରଥମେ ୪ ରନ କରିଥିବା ସିରାଜଙ୍କୁ ଆଉଟ କରି ଭାରତକୁ ୯ମ ଝଟକା ଦେଇଥିଲେ। ଏହାପରେ ଅର୍ଶଦୀପ ସିଂହ ୩ ରନ କରି ରନ ଆଉଟ ହେବାରୁ ଭାରତୀୟ ଇନିଂସ ୨୦୮ରେ ଅଟକି ଯାଇଥିଲା। ଶ୍ରୀଲଙ୍କା ଏହି ମ୍ୟାଚ୍‌କୁ ୩୨ ରନରେ ଜିତି ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି।

Indian Cricket Team Rohit Sharma INDvSL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe