Advertisment

ଟି-୨୦ ବିଶ୍ୱକପ: ପୁଣି ଜିତିଲା ନେଦରଲ୍ୟାଣ୍ଡ୍ସ, ଶ୍ରୀଲଙ୍କାର ପ୍ରଥମ ବିଜୟ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଗ୍ରୁପ୍‌ ପର୍ଯ୍ୟାୟର ଆଜି ନେଦରଲ୍ୟାଣ୍ଡସ ଓ ଶ୍ରୀଲଙ୍କା ବିଜୟୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ଏହା ଦ୍ୱିତୀୟ ବିଜୟ ହୋଇଥିଲା ବେଳେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ଆଜି ନେଦରଲ୍ୟାଣ୍ଡ୍ସ ପ୍ରତିପକ୍ଷ ନାମିବ୍ୟାକୁ ୫ ୱିକେଟରେ ହରାଇଛି। ସେହିପରି ନାମିବ୍ୟା ଠାରୁ ପ୍ରଥମ ମ୍ୟାଚ୍‌ ହାରିଥିବା ଏସିଆ ଚାମ୍ପିୟନ ଶ୍ରୀଲଙ୍କା ଆଜି ୟୁଏଇ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ୟୁଏଇ ପକ୍ଷରୁ ସ୍ପିନ ବୋଲର କାର୍ତ୍ତିକ ମେଇୟାପ୍ପନ […]

author-image
Hemant Lenka
ଟି-୨୦ ବିଶ୍ୱକପ: ପୁଣି ଜିତିଲା ନେଦରଲ୍ୟାଣ୍ଡ୍ସ, ଶ୍ରୀଲଙ୍କାର ପ୍ରଥମ ବିଜୟ

srilanka

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଗ୍ରୁପ୍‌ ପର୍ଯ୍ୟାୟର ଆଜି ନେଦରଲ୍ୟାଣ୍ଡସ ଓ ଶ୍ରୀଲଙ୍କା ବିଜୟୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସର ଏହା ଦ୍ୱିତୀୟ ବିଜୟ ହୋଇଥିଲା ବେଳେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ଆଜି ନେଦରଲ୍ୟାଣ୍ଡ୍ସ ପ୍ରତିପକ୍ଷ ନାମିବ୍ୟାକୁ ୫ ୱିକେଟରେ ହରାଇଛି।

Advertisment

ସେହିପରି ନାମିବ୍ୟା ଠାରୁ ପ୍ରଥମ ମ୍ୟାଚ୍‌ ହାରିଥିବା ଏସିଆ ଚାମ୍ପିୟନ ଶ୍ରୀଲଙ୍କା ଆଜି ୟୁଏଇ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି। ୟୁଏଇ ପକ୍ଷରୁ ସ୍ପିନ ବୋଲର କାର୍ତ୍ତିକ ମେଇୟାପ୍ପନ ହ୍ୟାଟ୍ରିକ ୱିକେଟ ନେଇଥିଲେ ମଧ୍ୟ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା।

ଦଳ ପକ୍ଷରୁ ପଥୁମ ନିଶାଙ୍କା ୬୦ ବଲରେ ୭୪ ରନ କରିଥିବା ବେଳେ କୁଶଲ ମେଣ୍ଡିସ ୧୮ ଓ ଧନଞ୍ଜୟ ଡି’ସିଲଭା ୨୧ ବଲରେ ୩୩ ରନ କରିଥିଲେ। ଏହି ୩ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଶେଷରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିବାକୁ ସକ୍ଷମ ହୋଇଥିଲା।

Advertisment

୧୫୩ ରନର ଲକ୍ଷ୍ୟ ପାଇଥିବା ୟୁଏଇ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଶେଷରେ ପୂରା ଟିମ୍‌ ମାତ୍ର ୭୩ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୪ ଓଭରରେ ୮ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ତାଙ୍କ ବ୍ୟତୀତ ଦୁଷ୍ମନ୍ତ ଚାମିରା ମଧ୍ୟ ୩ ସଫଳତା ପାଇଛନ୍ତି। ମହୀଶ ତିକସାନାଙ୍କୁ ୨ଟି, ପ୍ରମୋଦ ମଧୁଶାନ ଓ ଦସୁନ ଶଣକାଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।

ୟୁଏଇର ଚିରାଗ ସୁରି(୧୪), ଆୟନ ଅଫଜଲ ଖାନ(୧୯) ଓ ଶେଷ ଭାଗରେ ଜୁନେଦ ସିଦ୍ଦିକି ୧୮ ରନର ଇନିଂସ ଖେଳିଛନ୍ତି। ଏମାନଙ୍କୁ ଛାଡ଼ି ଦେଲେ ଆଉ କୌଣସି ୟୁଏଇ ବ୍ୟାଟର ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରିପାରି ନଥିଲେ। ଶେଷରେ ପୂରା ଟିମ୍‌ ୧୭.୧ ଓଭରରେ ୭୩ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଶ୍ରୀଲଙ୍କା ୭୯ ରନରେ ମ୍ୟାଚ୍‌କୁ ଜିତି ନେଇଛି।

ଏହାପୂର୍ବରୁ ଖେଳା ଯାଇଥିବା ମ୍ୟାଚ୍‌ରେ ନାମିବ୍ୟା ଓ ନେଦରଲ୍ୟାଣ୍ଡ୍ସ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୧ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୩ ବଲ ପୂର୍ବରୁ ୫ ୱିକେଟ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।

ଦଳ ପକ୍ଷରୁ ବିକ୍ରମ ଜିତ ସିଂହ ସର୍ବାଧିକ ୩୯ ରନ କରିଥିବା ବେଳେ ମ୍ୟାକ୍ସ ଓ’ଡୋୱଡ ୩୫ ଓ ବାସ୍‌ ଡେ ଲିଡ୍‌ ୩୦ ରନର ଇନିଂସ ଖେଳିଥିଲେ। ନେଦରଲ୍ୟାଣ୍ଡ୍ସ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ କର ବା ମର ସଦୃଶ ହେବ।