Advertisment

ବିଶ୍ୱକପ୍‌ରେ ବିଜୟର ସ୍ୱାଦ ଚାଖିଲା ଶ୍ରୀଲଙ୍କା

ସଦୀରା ସମରାବିକ୍ରମା ଅପରାଜେୟ ରହି ଦଳକୁ ବିଜୟ ପଥରେ ନେଇ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Srilanka

Srilanka

ଲଗାତାର ତିନିଟି ପରାଜୟ ପରେ ଆଜି ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପ୍ କ୍ରିକେଟରେ ବିଜୟର ସ୍ୱାଦ ଚାଖିଛି ଶ୍ରୀଲଙ୍କା। ନେଦରଲ୍ୟାଣ୍ଡସକୁ ୫ ୱିକେଟରେ ହରାଇଛି ଦଳ।

Advertisment

ଲକ୍ଷ୍ନୌରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା।

୨୬୩ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ଚତୁର୍ଥ ଓଭରରେ କୁଶଲ ପେରେରାଙ୍କ ୱିକେଟ୍ ହରାଇଥିଲା। ସେ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିଭଳି ୯.୩ ଓଭରରେ ଦଳ ଅଧିନାୟକ କୁଶଲ ମେଣ୍ଡିସ ୧୧ ରନ୍‌ରେ ଆଉଟ୍ ହୋଇଯାଇଥିଲେ।

Advertisment

ରନ୍‌ ରେଟ୍ ଠିକ୍ ଥିଲେ ସୁଦ୍ଧା ୧୦ ଓଭର ଭିତରେ ୨ଟି ୱିକେଟ୍ ପଡ଼ିବାରୁ ଶ୍ରୀଲଙ୍କାର ଅବସ୍ଥା ମଧ୍ୟ ଦକ୍ଷିଣ ଆଫ୍ରିକା ଭଳି ହେବ ବୋଲି ଆଶଙ୍କା କରାଯାଉଥିଲା। କାରଣ ଏହା ପୂର୍ବ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

ତେବେ ସଦୀରା ସମରାବିକ୍ରମା ଅପରାଜେୟ ରହି ଦଳକୁ ବିଜୟ ପଥରେ ନେଇ ଯାଇଥିଲେ। ସେ ୧୦୭ଟି ବଲ୍‌ରୁ ୭ଟି ଚୌକା ସହାୟତାରେ ୯୧ ରନ୍ କରିଥିଲେ। ତାଙ୍କୁ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।

ଓପନର ପଥୁମ ନିଶାଙ୍କ ୫୨ ବଲ୍‌ରୁ ୯ ଚୌକା ସହାୟତାରେ ୫୪ ରନ୍ କରି ଆଉଟ୍ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୧୬.୧ ଓଭରରେ ୧୦୪ ରନ୍‌ରେ ପହଞ୍ଚିଥିଲା।

ନିଶାଙ୍କ ଆଉଟ୍ ହେବା ପରେ ମ୍ୟାଚ୍‌କୁ ଆଗେଇ ନେଇଥିଲେ ସଦୀରା ଓ ଚରିଥା ଅସଲଙ୍କା। ସେମାନଙ୍କ ମଧ୍ୟରେ ୭୦ରୁ ଅଧିକ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ୬୬ ବଲ୍‌ରେ ୪୪ ରନ୍ କରିଥିବା ବେଳେ ଆର୍ଯ୍ୟନ ଦତ୍ତ ତାଙ୍କୁ ବୋଲ୍ଡ କରି ଦେଇଥିଲେ।

ଧନଞ୍ଜୟ ଡି’ସିଲଭା ୩୭ଟି ବଲ୍‌ରୁ ୩୦ ରନ୍ କରି କୋଲିନ ଆକରମାନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ସଦୀରା ଓ ଦୁଶାନ ହେମନ୍ତ ଅପରାଜିତ ରହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ।

ପ୍ରଥମ ବିଜୟ ସହିତ ଶ୍ରୀଲଙ୍କା ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି। ଦଳକୁ ୨ ପଏଣ୍ଟ ମିଳିଛି।

ICC Men’s Cricket World Cup 2023 ICC World Cup 2023