Advertisment

ସମସ୍ତଙ୍କ ଭରସା ଭାଙ୍ଗିଦେଲେ ଚେତନ ଶର୍ମା, ଏବେ ଶିବ ସୁନ୍ଦର ଦାସ ହେବେ ମୁଖ୍ୟ ଚୟନକର୍ତ୍ତା!

ଦେଶ ପାଇଁ ଅନ୍ୟ ଚୟନକର୍ତ୍ତାଙ୍କ ତୁଳନାରେ ଶିବ ସୁନ୍ଦର ଦାସ ସବୁଠାରୁ ଅଧିକ ୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।

SS Das

SS Das

Advertisment

ଷ୍ଟିଙ୍ଗ ଅପରେସନ ବେଳେ ବିସ୍ଫୋରକ ବୟାନ ଦେବା ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ପାଇଁ ମହଙ୍ଗା ପଡ଼ିଛି। ଷ୍ଟିଙ୍ଗ ଭିଡିଓ ସାମ୍ନାକୁ ଆସିବା ପରେ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରି ନେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୭ରେ ଚେତନ ଦ୍ୱିତୀୟ ଥର ପାଇଁ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ ହୋଇଥିଲେ।

Advertisment

କିନ୍ତୁ ତାଙ୍କର ଗୋଟିଏ ଭିଡିଓ ସମସ୍ତଙ୍କ ବିଶ୍ୱାସ ଓ ଭରସାକୁ ଭାଙ୍ଗି ଦେଇଛି। ଚେତନ ଇସ୍ତଫା ଦେଇଥିବାରୁ ଚୟନ କମିଟିରେ ଥିବା ଓଡ଼ିଆ ପୁଅ ତଥା ଭାରତୀୟ ଟିମର ପୂର୍ବତନ ଓପନର୍ ଶିବ ସୁନ୍ଦର ଦାସଙ୍କୁ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରାଯାଇପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଚେତନ ଶର୍ମାଙ୍କ ବ୍ୟତୀତ ବିସିସିଆଇ ଚୟନ କମିଟିରେ ଶିବ ସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସାଲିଲ ଅଙ୍କୋଲା ଓ ଶ୍ରୀଧରନ୍ ଶରତ ରହିଛନ୍ତି। ବର୍ତ୍ତମାନ ଚେତନ ଶର୍ମା ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଶିବ ସୁନ୍ଦର ଦାସ ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ଭାବେ ବିସିସିଆଇ ପକ୍ଷରୁ ନିଯୁକ୍ତି ପାଇ ପାରନ୍ତି। କାରଣ ଚୟନ କମିଟିରେ ଥିବା ଅନ୍ୟ ସଦସ୍ୟଙ୍କ ତୁଳନାରେ ଶ୍ରୀ ଦାସଙ୍କ ପାଖରେ ଅଧିକ ଅଭିଜ୍ଞତା ରହିଛି। ସେ ଦେଶ ପାଇଁ ଅନ୍ୟ ଚୟନକର୍ତ୍ତାଙ୍କ ତୁଳନାରେ ସବୁଠାରୁ ଅଧିକ ୨୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତେଣୁ ଶିବ ସୁନ୍ଦର ଜାତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ଅନ୍ୟପକ୍ଷରେ ଚେତନଙ୍କ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ପୂରା ଟିମ ତାଙ୍କ ଉପରୁ ବିଶ୍ୱାସ ତୁଟାଇ ଦେଇଛି। ସେ ସମସ୍ତଙ୍କ ସମ୍ମାନହାନୀ କରିଥିବାରୁ ତାଙ୍କ ସହ ବସି ମିଟିଂ କରିବାକୁ କେହି ଚାହୁଁନାହାନ୍ତି। ନିକଟରେ ଚେତନ ଶର୍ମାଙ୍କର ଷ୍ଟିଙ୍ଗ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ସେ ଖେଳାଳିଙ୍କ ଚୟନ ଓ ଫିଟନେସ୍ ସମ୍ପର୍କରେ ଅନେକ ବଡ଼ବଡ଼ କଥା କହିଥିଲେ। ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳିଙ୍କୁ ସେ ସିଧାସଳଖ ଟାର୍ଗେଟ କରିଥିଲେ।

ସେ ଦ୍ରାବିଡ ଓ କୋହଲିଙ୍କ ମଧ୍ୟରେ ହୋଇଥିବା କିଛି ଗୁପ୍ତ କଥାକୁ ମଧ୍ୟ ସର୍ବସମ୍ମୁଖରେ କହିଥିଲେ। ଚେତନ ଦାବି କରିଥିଲେ ଯେ ୮୦ରୁ ୮୫% ଫିଟ୍ ଥିଲେ ମଧ୍ୟ ବଡ଼ବଡ଼ ଖେଳାଳି ମ୍ୟାଚ୍‌ ଖେଳିବା ପାଇଁ ଇଞ୍ଜେକ୍ସନ ନିଅନ୍ତି। ଡୋପ ଟେଷ୍ଟରେ ଧରା ନପଡ଼ିବା ପାଇଁ ସେମାନେ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଏସବୁ କଥା ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିବାଦ ବଢ଼ବାରୁ ଚେତନ ଶର୍ମା ନିଜ ଆଡ଼କୁ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି।

Bcci Cricket Shiv Sunder Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe