Advertisment

ଆଇପିଏଲ ଖେଳିବାକୁ ଇଚ୍ଛା କଲେ ପାକିସ୍ତାନର ଏହି ଦ୍ରୁତ ବୋଲର

୨୦୦୮ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଖେଳାଳିଙ୍କୁ ବ୍ୟାନ କରାଯାଇଛି। ତେବେ ପ୍ରଥମ ସଂସ୍କରଣରେ ସୋଏବ ଅଖତର, ଉମର ଗୁଲ ଓ କମରାନ ଅକମଲଙ୍କ ଭଳି ଖେଳାଳି ବିଭିନ୍ନ ପ୍ରାଞ୍ଚାଇଜରୁ ଖେଳିଥିଲେ।

Pakistan

Pakistan

Advertisment

ପାକିସ୍ତାନର ଷ୍ଟାର ପେସର ହାସନ ଅଲୀ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ସୁଯୋଗ ମିଳିବ, ତା’ହେଲେ ସେ ନିଶ୍ଚିତ ଆଇପିଏଲ ଖେଳିବେ ବୋଲି କହିଛନ୍ତି। ଆଇପିଏଲର ପ୍ରଥମ ସଂସ୍କରଣ ଅର୍ଥାତ ୨୦୦୮ରେ ପାକିସ୍ତାନ ଖେଳାଳିମାନେ ଭାଗ ନେଇଥିଲେ।

Advertisment

କିନ୍ତୁ ୨୦୦୮ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଖେଳାଳିଙ୍କୁ ବ୍ୟାନ କରାଯାଇଛି। ତେବେ ପ୍ରଥମ ସଂସ୍କରଣରେ ସୋଏବ ଅଖତର, ଉମର ଗୁଲ ଓ କମରାନ ଅକମଲଙ୍କ ଭଳି ଖେଳାଳି ବିଭିନ୍ନ ପ୍ରାଞ୍ଚାଇଜରୁ ଖେଳିଥିଲେ।

ହେଲେ ୨୦୦୯ରୁ ଆଉ ପାକିସ୍ତାନର କୌଣସି ଖେଳାଳିଙ୍କୁ ଆଇପିଏଲରେ ଖେଳିବାର ସୁଯୋଗ ମିଳୁନାହିଁ। ଭାରତକୁ ଦେଖି ପାକିସ୍ତାନ ପକ୍ଷରୁ ମଧ୍ୟ ସୁପର ଲିଗର ଆୟୋଜନ କରାଯାଉଛି। ହେଲେ ଏହାର ବଜେଟ ଯଥେଷ୍ଟ କମ।

Advertisment

ଏବେ ହାସନ ଅଲୀ ଆଇପିଏଲ ଖେଳିବାକୁ ଚାହୁଁଥିବା କହିଛନ୍ତି। ସେ କହିଛନ୍ତି, “ପ୍ରତିଟି ଖେଳାଳିଙ୍କ ଇଚ୍ଛା ଆଇପିଏଲ ଖେଳିବା। ମୋର ମଧ୍ୟ ଭାରତରେ ଖେଳିବାକୁ ଇଚ୍ଛା। ଆଇପିଏଲ ବିଶ୍ୱର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ। ଭବିଷ୍ୟତରେ ଯଦି ମୋତେ ସୁଯୋଗ ମିଳିବ, ତା’ହେଲେ ମୁଁ ନିଶ୍ଚିତ ଆଇପିଏଲ ଖେଳିବି।”

ଏହାପୂର୍ବରୁ ପାକିସ୍ତାନର ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ଆଇପିଏଲ ଖେଳିବାକୁ ସୁଯୋଗ ଦେଉ ନଥିବାରୁ ପାକିସ୍ତାନ ଖେଳାଳିଙ୍କୁ ବ୍ୟସ୍ତ ନ ହେବାକୁ କହିଥିଲେ।

କିନ୍ତୁ ଅଧିକାଂଶ ପାକିସ୍ତାନ ଖେଳାଳି ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିବାରେ ଲାଗିଛନ୍ତି। ଆଜି ଏଥିରେ ହାସନ ଅଲୀଙ୍କ ନାଁ ଯୋଡ଼ି ହୋଇଯାଇଛି।

Pakistan Indian Cricket Team Cricket IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe