Advertisment

Ashes series: ଶତକ ପରେ ନୂଆ ରେକର୍ଡ କଲେ ଷ୍ଟିଭ ସ୍ମିଥ, ଏବେ କେବଳ ବ୍ରାଡମ୍ୟାନ

ସ୍ମିଥ ଆଶେସ ଇତିହାସର ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ ବନି ଯାଇଥିବା ବେଳେ ତାଙ୍କ ଉପରେ କେବଳ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନ ରହିଛନ୍ତି। ବ୍ରାଡମ୍ୟାନ ୩୭ଟି ମ୍ୟାଚ୍‌ର ୬୩ଟି ଇନିଂସରେ ୫୦୨୮ ରନ କରିଛନ୍ତି।

author-image
Hemant Lenka
Smith

ଶତକ ପରେ ଷ୍ଟିଭ ସ୍ମିଥ

ନୂଆ ରେକର୍ଡ କରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର୍‌ ଷ୍ଟିଭ ସ୍ମିଥ। ଆଶେଷ ସିରିଜର ଶେଷ ମ୍ୟାଚ୍‌ରେ ଗର୍ଜିଛି ସ୍ମିଥଙ୍କ ବ୍ୟାଟ୍‌। ଏହି ମ୍ୟାଚ୍‌ର ତୃତୀୟ ଦିନରେ ସ୍ମିଥ ହାସଲ କରିଛନ୍ତି ଦମଦାର ଶତକ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସ୍ମିଥ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବା କ୍ଷଣି ଆଶେସ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି। 

Advertisment

ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ସ୍ମିଥ ଆଜି ଇଂଲଣ୍ଡର ଜ୍ୟାକ ହୋବ୍ସଙ୍କୁ ଅତିକ୍ରମ କରି ଯାଇଛନ୍ତି। ଆଶେସ ସିରିଜର ୪୧ଟି ମ୍ୟାଚ ଓ ୭୧ଟି ଇନିଂସରେ ହୋବ୍ସ ୩୬୩୬ ରନ କରିଥିଲେ। ତାଙ୍କ ବ୍ୟାଟିଂ ହାର ୫୪.୨୬ ରହିଥିବା ବେଳେ ସେ ୧୩ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ମାରିଥିଲେ।

ସ୍ମିଥ କିନ୍ତୁ ୪୧ଟି ମ୍ୟାଚର ୭୩ଟି ଇନିଂସରେ ୩୬୪୪ ରନ କରି ନେଇଛନ୍ତି। ତାଙ୍କ ବ୍ୟାଟିଂ ହାର ୫୬.୯୩ ରହିଛି। ସେହିପରି ସ୍ମିଥ ଇତି ମଧ୍ୟରେ ୧୩ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ଆଶେସ ସିରିଜରେ ହାସଲ କରିଛନ୍ତି।

Advertisment

ସ୍ମିଥ ଆଶେସ ଇତିହାସର ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ ବନି ଯାଇଥିବା ବେଳେ ତାଙ୍କ ଉପରେ କେବଳ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଡନ ବ୍ରାଡମ୍ୟାନ ରହିଛନ୍ତି। ବ୍ରାଡମ୍ୟାନ ୩୭ଟି ମ୍ୟାଚ୍‌ର ୬୩ଟି ଇନିଂସରେ ୫୦୨୮ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୮୯.୭୮। ସେ ଆଶେସରେ ୧୯ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। 

ଅନ୍ୟପକ୍ଷରେ ୫ମ ଆଶେସରେ ୧୬୦ ରନର ଇନିଂସ ଖେଳିଥିବା ଜୋ ରୁଟ ଏହି ତାଲିକାର ୮ମ ସ୍ଥାନରେ ରହିଛନ୍ତି। ସେ ୩୯ଟି ମ୍ୟାଚର ୭୪ଟି ଇନିଂସରେ ମୋଟ ୨୮୨୨ ରନ କରିଛନ୍ତି। ସେ ଆଶେସରେ ୬ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ମାରିଛନ୍ତି।

ମ୍ୟାଚ(Test Cricket) କଥା ବିଚାରକୁ ନେଲେ ଇଂଲଣ୍ଡ ୫ମ ଟେଷ୍ଟର ପ୍ରଥମ ଇନିଂସରେ ରୁଟଙ୍କ ୧୬୦ ବଳରେ ୩୮୪ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଟ୍ରାଭିସ ହେଡଙ୍କ ୧୬୩ ଓ ସ୍ମିଥଙ୍କ ଅପରାଜିତ ୧୨୯ ରନ ବଳରେ ୭ ୱିକେଟ ହରାଇ ୫୧୮ ରନ କରି ନେଇଛି। ତୃତୀୟ ଦିନର ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୩୪ ରନର ଲିଡ ହାସଲ କରି ନେଇଛି। କ୍ରିଜରେ ଏବେ ବି ସ୍ମିଥଙ୍କ ସହ ବିଉ ୱେବଷ୍ଟର ୪୨ ରନ କରି ଅପରାଜିତ ରହିଛନ୍ତି। 

Test Cricket