Advertisment

ଶ୍ରୀଲଙ୍କାରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ଷ୍ଟିଭ ସ୍ମିଥ, ଘୋଷଣା ହେଲା ସ୍କ୍ୱାଡ

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିସାରିଛି। ଦଳ ଲର୍ଡସରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ଖେଳିବ।

author-image
Hemant Lenka
Smith

Smith

ଜାନୁଆରୀ ୨୯ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି ଅଷ୍ଟ୍ରେଲିଆ। ସ୍ପିନ ବହୁଳ ଟିମର ନେତୃତ୍ୱ ଷ୍ଟିଭ ସ୍ମିଥ ନେବେ। ନିୟମିତ ଅଧିନାୟକ ପାଟ କମିନ୍ସ ଆହତ ଓ ବ୍ୟକ୍ତିଗତ କାରଣରୁ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଓହରି ଯାଇଛନ୍ତି। ତେଣୁ ଶ୍ରୀଲଙ୍କାରେ ସ୍ମିଥ କ୍ୟାପ୍ଟେନ ଓ ଟ୍ରାଭିସ ହେଡ ଉପ ଅଧିନାୟକ ଭାବେ କାର୍ଯ୍ୟ କରିବେ।

Advertisment

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିସାରିଛି। ଦଳ ଲର୍ଡସରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ଖେଳିବ। ଏପରି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟର ଗୁରୁତ୍ୱ ସେତେଟା ନାହିଁ। ତଥାପି ଅଷ୍ଟ୍ରେଲିଆ ଅଧିକ ସଂଖ୍ୟକ ସ୍ପିନରଙ୍କୁ ସ୍କ୍ୱାଡରେ ସାମିଲ କରିଛି।

ଦଳର ମିଚେଲ ଷ୍ଟାର୍କ, ସେନ ଆବୋଟ୍ଟ ଓ ସ୍କଟ ବୋଲାଣ୍ଡଙ୍କ ଭଳି ଫ୍ରଣ୍ଟ ଲାଇନ ପେସର ରହିଛନ୍ତି। ଏମାନଙ୍କୁ ସାଥ ଦେବା ପାଇଁ ସ୍କ୍ୱାଡରେ ୱେବଷ୍ଟରଙ୍କୁ ରଖାଯାଇଛି। ୩୧ ବର୍ଷୀୟ ୱେବଷ୍ଟର ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ।

Advertisment

ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପର ପୂର୍ବତନ ଅଧିନାୟକ କୁପର କନ୍ନୋଲୀଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି। ଭାରତ ବିପକ୍ଷ ଶେଷ ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଥିବା ଯୁବ ତାରକା ନାଥନ ମ୍ୟାକସ୍ୱିନୀ ଡକରା ମିଳିଛି। ସାମ କନଷ୍ଟାସ ମଧ୍ୟ ନିଜ ସ୍ଥାନ ବଜାୟୀ ରଖିଛନ୍ତି।

ସ୍ପିନର ମ୍ୟାଟ କୁନେମନ ଓ ଟଡ ମର୍ଫି ଶ୍ରୀଲଙ୍କା ଟୁରରେ ଆସିବେ। ଏମାନଙ୍କ ସହ ଅଭିଜ୍ଞ ନାଥନ ଲାୟନ ବି ରହିଛନ୍ତି। ତେବେ ଆହତ ସମସ୍ୟା ଦେଇ ଗତି କରୁଥିବା ଜୋଶ ହାଜେଲଉଡ ଓ ମିଚେଲ ମାର୍ଶଙ୍କୁ ଶ୍ରୀଲଙ୍କା ସିରିଜରେ ସାମିଲ କରାଯାଇନି।

ଅଷ୍ଟ୍ରେଲିଆ ସ୍କ୍ୱାଡ: ଷ୍ଟିଭ ସ୍ମିଥ(ଅଧିନାୟକ), ସେନ ଆବୋଟ୍ଟ, ଆଲେକ୍ସ କେରୀ, କୁପର କନ୍ନୋଲୀ, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିସ, ଉସମାନ ଖୱାଜା, ସାମ କନଷ୍ଟାସ, ମ୍ୟାଟ କୁନେମାନ, ମାର୍ନସ ଲାବୁଶେନ, ନାଥନ ଲାୟନ, ନାଥକ ମ୍ୟାକସ୍ୱିନୀ, ଟଡ ମୁର୍ଫି, ମିଚେଲ ଷ୍ଟାକ ଓ ୱେବଷ୍ଟର।

Test Cricket Steve Smith Test Match