Advertisment

ଫେରିଲେନି କମିନ୍ସ, ୪ର୍ଥ ଟେଷ୍ଟରେ ବି ନେତୃତ୍ୱ ନେବେ ସ୍ମିଥ

ତୃତୀୟ ଟେଷ୍ଟ ଭଳି ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ୪ର୍ଥ ମ୍ୟାଚ୍‌ରେ ମଧ୍ୟ ଖେଳିବେନି ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପାଟ କମିନ୍ସି।

author-image
Hemant Lenka
Steve Smith

Steve Smith

ତୃତୀୟ ଟେଷ୍ଟ ଭଳି ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ୪ର୍ଥ ମ୍ୟାଚ୍‌ରେ ମଧ୍ୟ ଖେଳିବେନି ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପାଟ କମିନ୍ସି। ତାଙ୍କ ଅନୁପସ୍ଥିତରେ ଷ୍ଟିଭ ସ୍ମିଥ ପୁଣି ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ। ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଫେରିଥିବା କମିନ୍ସଙ୍କ ମା’ଙ୍କ ଦେହ ଖରାପ ଅଛି। ସେ ଏହି ସମୟରେ ତାଙ୍କ ମା’ଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ସେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ।

Advertisment

ତୃତୀୟ ଟେଷ୍ଟରେ ସ୍ମିଥ ଦଳର ନେତୃତ୍ୱ ନେଇଥିଲେ। ଏହି ମ୍ୟାଚଟି ଇନ୍ଦୋରରେ ଖେଳାଯାଇଥିବା ବେଳେ କଙ୍ଗାରୁ ଟିମ୍‌ ୯ ୱିକେଟରେ ବାଜିମାତ କରିଥିଲା। ଏଥିସହ ଟେଷ୍ଟ ସିରିଜକୁ ୧-୨ ସ୍ଥିତିକୁ ଆଣିଥିଲା। ଏବେ ଅହମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯିବାକୁ ଥିବା ବେଳେ ସ୍ମିଥଙ୍କୁ ପୁଣି କମାଣ ସମ୍ଭାଳିବାକୁ ପଡ଼ିବ।

କମିନ୍ସ ଟେଷ୍ଟ ସିରିଜରୁ ବାଦ ପଡ଼ିଥିବା ବେଳେ ଦିନିକିଆ ସିରିଜ ସ୍କ୍ୱାଡରେ ତାଙ୍କ ନାଁ ରହିଛି। ଟେଷ୍ଟ ମ୍ୟାଚ୍‌ ପରେ ମାର୍ଚ୍ଚ ୧୭ରୁ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ। ଏଥରୁ କମିନ୍ସ ବାଦ ପଡ଼ିବେ କି ନାହିଁ, ତା’ର ନିଷ୍ପତ୍ତି ପରବର୍ତ୍ତୀ ଅବସ୍ଥାରେ ନିଆଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି।

Advertisment

ଅନ୍ୟପକ୍ଷରେ ୪ର୍ଥ ଟେଷ୍ଟ ଜିତିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିଲେ ଟିମ ଇଣ୍ଡିଆ ସିଧାସଳଖ ଜୁନ ମାସରେ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବ। ମ୍ୟାଚ୍‌ ଡ୍ର କିମ୍ବା ଭାରତ ହାରିଲେ, ଦଳକୁ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା ୨ଟିକିଆ ଟେଷ୍ଟ ସିରିଜର ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ। ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍‌ ହାରିଲେ କିମ୍ବା ଡ୍ର ରଖିବାକୁ ସକ୍ଷମ ହେଲେ, ଭାରତ ଫାଇନାଲରେ ପ୍ରବେଶ କରିବ।

India Vs Australia INDvsAUS Border-Gavaskar Trophy Steve Smith