Advertisment

ଦିବାରାତ୍ର ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶକୁ ଫେରିଲେ ଷ୍ଟୁଆର୍ଟ ବ୍ରଡ

ବ୍ରଡ୍‌ ତାଙ୍କ ଟେଷ୍ଟ କ୍ୟାରିୟରର ୧୬୦ତମ ମ୍ୟାଚ୍‌ ଗୁରୁବାର ଖେଳିବାକୁ ମୈଦାନକୁ ଓହ୍ଲାଇବେ।

Stuart Broad

Stuart Broad

Advertisment

ଗୁରୁବାର ଠାରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ବେ ଓଭାଲରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟ ପୂର୍ବରୁ ଭ୍ରମଣକାରୀ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ବ୍ୟକ୍ତିଗତ କାରଣ ପାଇଁ ଇଂଲଣ୍ଡ ଟିମରୁ ବିଶ୍ରାମ ନେଇଥିବା ଭେଟରାନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସ୍କ୍ୱାଡକୁ ଫେରିଥିଲେ। ଏବେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସାମିଲ କରାଯାଇଛି।

Advertisment

ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଆଜି ନିଶ୍ଚିତ କରିଛନ୍ତି ଯେ ବ୍ରଡ୍‌ ତାଙ୍କ ଟେଷ୍ଟ କ୍ୟାରିୟରର ୧୬୦ତମ ମ୍ୟାଚ୍‌ ଗୁରୁବାର ଖେଳିବାକୁ ମୈଦାନକୁ ଓହ୍ଲାଇବେ। ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବ୍ରଡଙ୍କୁ ଦେଖିବାକୁ ମିଳି ନଥିଲା। ତାଙ୍କ ପାର୍ଟନର ମୋଲି କିଙ୍ଗ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବାକୁ ଥିବାରୁ ବ୍ରଡ୍‌ ପାକିସ୍ତାନ ସିରିଜରୁ ଛୁଟି ନେଇଥିଲେ। ହେଲେ ଏବେ ସେ କମବ୍ୟାକ କରିଛନ୍ତି।

ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ୩ ସ୍ପେଶାଲିଷ୍ଟ ଦ୍ରୁତ ବୋଲର ବ୍ରଡ, ଜେମ୍ସ ଆଣ୍ଡରସନ ଓ ଓଲି ରବିନସନଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି। ଓଲି ଷ୍ଟୋନ ଓ ମାଥ୍ୟୁ ପଟ୍ଟସଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

Advertisment

ଷ୍ଟୋକ୍ସ ଆଜି ଅଭ୍ୟାସ କରି ନାହାନ୍ତି। କିନ୍ତୁ ସେ ନିଜକୁ ପିଙ୍କ ବଲ ଟେଷ୍ଟ ପାଇଁ ପ୍ରସ୍ତୁତ କରି ରଖିଥିବା କହିଛନ୍ତି। ଷ୍ଟୋକ୍ସଙ୍କ କ୍ୟାପ୍ଟେନ୍ସରେ ଇଂଲଣ୍ଡ ୨୦୨୨ରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିଛି। ଏହାବାଦ ଦଳ ପରାଜୟର ସ୍ୱାଦ ଚାଖିନି।

ଏହି ସିରିଜ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ ଇଂଲଣ୍ଡ ଗସ୍ତ କରିଥିଲେ। ଏହି ସମୟରେ ଇଂଲଣ୍ଡ ୩-୦ରେ ଟେଷ୍ଟ ସିରିଜ ଜିତିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ପାଖରେ ଏହାର ବଦଲା ନେବାର ସୁଯୋଗ ରହିଛି।

ଇଂଲଣ୍ଡ ଟିମ: ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପପ, ଜୋ ରୁଟ, ହ୍ୟାରୀ ବ୍ରୁକ, ବେନ ଷ୍ଟୋକ୍ସ, ବେନ ଫୋକ୍ସ, ଓଲି ରବିନସନ, ଜ୍ୟାକ ଲିଚ୍‌, ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ।

ECB New Zealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe