ଶୁବମନ ଗିଲ୍
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଆହତ ହୋଇ ଭାରତୀୟ ଟିମରୁ ବାଦ ପଡ଼ିଥିବା ଶୁବମନ ଗିଲଙ୍କୁ ନେଇ ଆସିଛି ବଡ଼ ଖବର। ବେକ ଜନିତ ସମସ୍ୟା ଯୋଗୁ ଦିନିକିଆ ସିରିଜରୁ ବାଦ ପଡ଼ିଥିବା ଗିଲ ଏବେ ପୂରା ଫିଟ ହୋଇ ଯାଇଛନ୍ତି। ତାଙ୍କୁ ବିସିସିଆଇ ମେଡିକାଲ ଟିମ ଫିଟ ଘୋଷଣା କରିଛି। ଏଥିସହ ସେ ଡିସେମ୍ବର ୯ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳକୁ କମବ୍ୟାକ କରିବେ ବୋଲି ମଧ୍ୟ ଜଣାପଡ଼ିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦(T20) ସିରିଜ ପାଇଁ ଆଜି ସ୍କ୍ୱାଡ ଘୋଷଣା ହୋଇପାରେ। ଏହି ସମୟରେ ଦଳକୁ ଫେରିବେ ଭାରତୀୟ ଟି-୨୦ ଟିମର ଉପ ଅଧିନାୟକ ଗିଲ। ଭାରତୀୟ କ୍ରିକେଟ ଟିମର ଦିନିକିଆ ଓ ଟେଷ୍ଟ ଅଧିନାୟକ ହେଉଛନ୍ତି ଗିଲ। ହେଲେ ତାଙ୍କ(Shubhman Gill) ଅନୁପସ୍ଥିତିରେ କେଏଲ ରାହୁଲ ଦିନିକିଆରେ ଭାରତର ମଙ୍ଗ ଧରିଛନ୍ତି।
ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ଗିଲ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଓ ସେ ସ୍କ୍ୱାଡରେ ସାମିଲ ହେବେ। ସେ ଦଳକୁ ପୂର୍ବଭଳି ଉପ ଅଧିନାୟକ ଭାବେ କମବ୍ୟାକ କରିବେ। ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ଅଧିନାୟକ ଭାବେ କାମ କରିବେ। ରାୟପୁରରେ ହିଁ ଟି-୨୦ ସ୍କ୍ୱାଡ ଘୋଷଣା କରାଯିବ।”
ଅନ୍ୟପକ୍ଷରେ ଡ୍ରେସିଂ ରୁମ ବିବାଦ ଚର୍ଚ୍ଚାକୁ ନେଇ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଆଜି ରୋହିତ ଶର୍ମା, ବିରାଟ କୋହଲି ଓ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ କରିବାକୁ ଥିବା ବୈଠକ ମଧ୍ୟ ବାତିଲ ହୋଇଛି।
ଗମ୍ଭୀର ଓ ବିରାଟଙ୍କ ମଧ୍ୟରେ ସବୁ କିଛି ଠିକଠାକ ନଥିବାରୁ ବିସିସିଆଇ ଚୟନ କମିଟିରେ ଥିବା ପ୍ରଜ୍ଞାନ ଓଝାଙ୍କୁ ମଧ୍ୟସ୍ଥି କରି ପଠାଇଥିଲା। କୁହାଯାଉଥିଲା ଯେ ବରିଷ୍ଠ ଅଧିକାରୀମାନେ ଗମ୍ଭୀରଙ୍କ ସମେତ ବିରାଟ ଓ ରୋହିତଙ୍କ ସହ ବୈଠକ କରିବେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବୈଠକ ବାତିଲ ହୋଇଛି। ରାୟପୁରରେ ମଧ୍ୟ ବିରାଟ ଶତକ ମାରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/03/gill-2025-12-03-16-32-24.jpg)