Advertisment

ଆଇପିଏଲ ଅକ୍ସନ: ୧୫ ନମ୍ବର ସେଟରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି, ବେସ୍‌ ପ୍ରାଇସ କେତେ?

ଗତ ଦୁଇଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ସହ ରହିଥିବା ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତି ମଧ୍ୟ ଡିସେମ୍ବର ୧୯ ଅକ୍ସନରେ ଭାଗ ନେବେ।

ss

ss

Advertisment

ଆସନ୍ତା ୧୯ ତାରିଖରେ ୨୦୨୪ ଆଇପିଏଲ ପାଇଁ ମିନି ଅକ୍ସନ ହେବ। ଦୁବାଇରେ ହେବାକୁ ଥିବା ଏହି ଅକ୍ସନ ପାଇଁ ୧୧ ଶହରୁ ଅଧିକ ଖେଳାଳି ପଞ୍ଜୀକରଣ କରିଥିଲେ। କିନ୍ତୁ ବିସିସିଆଇ ସବୁ କିଛି ଯାଞ୍ଚ କରି ନିଲାମ ପ୍ରକ୍ରିୟାରେ ମୋଟ ୩୩୩ ଜଣ ସାମିଲ ହେବେ ବୋଲି ଘୋଷଣା କରିଛି।

Advertisment

ଏହି ଖେଳାଳିଙ୍କ ମଧ୍ୟରେ ୨୧୪ ଜଣ ଭାରତୀୟ କ୍ରିକେଟର ଥିବା ବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ସେହିପରି ଅକ୍ସନରେ ୧୧୬ ଜଣ କ୍ୟାପ୍ଡ (ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା) ଖେଳାଳି ଓ ୨୧୫ ଅନକ୍ୟାପ୍ଡ (ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ଖେଳାଳି ଅଛନ୍ତି।

ଗତ ଦୁଇଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ସହ ରହିଥିବା ଓଡ଼ିଆ ତାରକା ଶୁଭ୍ରାଂଶୁ ସେନାପତି ମଧ୍ୟ ଡିସେମ୍ବର ୧୯ ଅକ୍ସନରେ ଭାଗ ନେବେ। ନିଲାମ ପୂର୍ବରୁ ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ରିଲିଜ କରି ଦେଇଥିଲା। ଏବେ ସେ ହାମର ତଳେ ରହିବେ। ତାଙ୍କୁ କେଉଁ ଦଳ କିଣିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଆଇପିଏଲ ଅକ୍ସନ ପାଇଁ ମୋଟ ୧୯ଟି ସେଟ୍‌ରେ ୩୩୩ ଖେଳାଳିଙ୍କୁ ରଖାଯାଇଛି। ୧୫ ନମ୍ବର ସେଟରେ ସେନାପତି ରହିଛନ୍ତି। ତାଙ୍କ ବେସ୍‌ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଛି।

ପୂର୍ବ ଅକ୍ସନରେ ଚେନ୍ନାଇ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇ କିଣିଥିଲା। ସେ ଦୁଇଟି ସିଜିନ ଚେନ୍ନାଇ ସହ ରହିଥିଲେ ହେଁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇ ନଥିଲେ। ଏବେ ତାଙ୍କ ଆଇପିଏଲ କ୍ୟାରିୟର କେଉଁ ଦିଗରେ ଯାଉଛି, ସେକଥା ଡିସେମ୍ବର ୧୯ ପରେ ସ୍ପଷ୍ଟ ହୋଇଯିବ।

IPL IPL Dubai IPL Auction Subhranshu Senapati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe