Advertisment

ନିଲାମ ହେଲେ ଓଡ଼ିଆ ତାରକା ଶୁଭ୍ରାଂଶୁ, ଧୋନିଙ୍କ ଟିମ୍ ପାଇଁ ଖେଳିବେ

ବେଙ୍ଗାଲୁରୁ: ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ଖୁସି ଖବର। ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି। ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି। ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ନିଲାମ ହେଲେ ଓଡ଼ିଆ ତାରକା ଶୁଭ୍ରାଂଶୁ, ଧୋନିଙ୍କ ଟିମ୍ ପାଇଁ ଖେଳିବେ

subhransu-senapati

ବେଙ୍ଗାଲୁରୁ: ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ଖୁସି ଖବର। ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି। ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି। ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

Advertisment

ଆଇପିଏଲ୍ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା। ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି।

୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି।

Advertisment

https://twitter.com/ChennaiIPL/status/1492826764061544448?s=20&t=pHKJN1TyrgZF4pTB5h8c2A

ଗତ ବର୍ଷ ଡିସେମ୍ବରରେ ଚେନ୍ନାଇ ସୁପର୍ କିଙ୍ଗସ ଶୁଭ୍ରାଂଶୁଙ୍କୁ ଟ୍ରାଏଲ୍ ପାଇଁ ଡାକିଥିଲା। ଡିସେମ୍ବର ୮ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଆନ୍ଧ୍ର ବିପକ୍ଷ ବିଜୟ ହଜାରେ ଟ୍ରଫିରେ ଶୁଭ୍ରାଂଶୁ ଆକର୍ଷଣୀୟ ଶତକ ମାରିଥିଲେ। ତାଙ୍କର ଏହି ଶତକୀୟ ଇନିଂସ ବଳରେ ଓଡ଼ିଶା ୫୦ ଓଭରରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଏହି ମ୍ୟାଚରେ ଶୁଭ୍ରାଂଶୁ ୧୧୬ (୧୨୦ ବଲ୍, ୮ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଆନ୍ଧ୍ର ୨୧୫ ରନରେ ଅଲଆଉଟ୍ ହୋଇଥିଲା। ଶୁଭ୍ରାଂଶୁଙ୍କ ଏହି ଇନିଂସ୍ ପାଇଁ ତାଙ୍କୁ ଚେନ୍ନାଇ ଟ୍ରାଏଲ୍ ପାଇଁ ଡକାଇ ଥାଇପାରେ। ଏପରିକି ଚେନ୍ନାଇ ସୁପର୍ କିଙ୍ଗସ୍ ଶୁଭ୍ରାଂଶୁଙ୍କୁ ନିଜ ଟିମରେ ସାମିଲ୍ କରିପାରେ ବୋଲି ଖବର ଆସିଥିଲା। ଆଉ ଆଜି ଚେନ୍ନାଇ ତାଙ୍କୁ ନିଜ ଟିମରେ ସାମିଲ୍ କରିଛି।

ଏହା ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା। କିନ୍ତୁ ଚୂଡ଼ାନ୍ତ ତାଲିକା ଜାରି ହେବା ପରେ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ବାଦ୍ ପଡ଼ିଥିଲା। ତେବେ ଓସିଏ ଶୁଭ୍ରାଂଶୁ ଓ ଅଭିଷେକଙ୍କ ନାଁ ଆଇପିଏଲ୍ ନିଲାମ ପାଇଁ ପଠାଇଥିଲା। ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଆଉ ଏହି ପ୍ରଦର୍ଶନ ଆଧାରରେ ଦୁହିଁଙ୍କୁ ନିଲାମରେ ସାମିଲ୍ କରାଯାଇଛି। ଏବେ ଶୁଭ୍ରାଂଶୁ ନିଲାମ ହୋଇଥିବା ବେଳେ ଅଭିଷେକଙ୍କ ଭାଗ୍ୟ ଫିଟୁଛି କି ନାହିଁ, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।