/odisha-reporter/media/post_attachments/uploadimage/library/16_9/16_9_0/IMAGE_1733068035.jpg)
Suman Kumar
ଇତିହାସ ରଚିଛନ୍ତି ବିହାରର ବାମହାତୀ ସ୍ପିନ ବୋଲର ସୁମନ କୁମାର। ସେ କୁଚ ବେହାର ଟ୍ରଫିର ଇତିହାସରେ ପ୍ରଥମ ବୋଲର ଭାବେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ନେଇଛନ୍ତି। ଏଥିସହ ସମାନ ଇନିଂସରେ ସେ ହ୍ୟାଟ୍ରିକ ୱିକେଟ ମଧ୍ୟ ଦଖଲ କରିଛନ୍ତି।
ଟୁର୍ଣ୍ଣାମେଣ୍ଟ ଇତିହାସର ତୃତୀୟ ବୋଲରମାନେ ସେ ହ୍ୟାଟ୍ରିକ ନେବାର ବିରଳ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି। କିନ୍ତୁ ୧୦ ୱିକେଟ ସହ ହ୍ୟାଟ୍ରିକ ପ୍ରଥମ ଘଟଣା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ରେ ସୁମନ କୁମାରଙ୍କ ନାଁରେ ଏପରି କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି।
କୁମାର ରାଜସ୍ଥାନ ବିପକ୍ଷରେ ୩୩.୫ ଓଭର ବୋଲିଂ କରି ୨୦ଟି ମେଡେନ ନେବା ସହ ୫୩ ରନ ଖର୍ଚ୍ଚ କରି ସମସ୍ତ ୧୦ ୱିକେଟ ନେଇଛନ୍ତି। ସେ ୧.୫୭ ହାରରେ ରନ ଦେଇଛନ୍ତି। ସେ ରାଜସ୍ଥାନର ମୋହିତ ଭଗନାନି, ଆନ୍ସ ଓ ସଚିନ ଶର୍ମାଙ୍କୁ ଇନିଂସର ୩୬ମ ଓଭରରେ ଆଉଟ କରି ହ୍ୟାଟ୍ରିକ ହାସଲ କରିଛନ୍ତି। ପାଟନାର ମୋଇନ ଉଲ ହକ ଷ୍ଟାଡିୟମରେ ସୁମନ କୁମାରଙ୍କ ପ୍ରଦର୍ଶନ ଯୋଗୁ ବିହାର ମଧ୍ୟ ନିଜର ଦବଦବା ଦେଖାଇଛି।
ଅବଶ୍ୟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। କିନ୍ତୁ ପ୍ରଥମ ଇନିଂସରେ ଲିଡ୍ ଭିତ୍ତିରେ ବିହାର ୩ ପଏଣ୍ଟ ପାଇଥିବା ବେଳେ ରାଜସ୍ଥାନ କେବଳ ଗୋଟିଏ ପଏଣ୍ଟ ପାଇବାକୁ ସକ୍ଷମ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବିହାର ୧୪୩.୪ ଓଭରରେ ସମସ୍ତ ୱିକେଟ ହରାଇ ୪୬୭ ରନ କରିଥିଲା। ଦଳ ପକ୍ଷରୁ ଦୀପେଶ ଗୁପ୍ତା ଓ ପୃଥ୍ୱୀ ରାଜ ଶତକ ହାସଲ କରିଥିଲେ। ଦୀପେଶ ଶେଷ ଯାଏ ୩୮୧ ବଲରେ ୧୮୩ ରନ କରି ଅପରାଜିତ ରହିଥିଲେ।
ଏହାପରେ ରାଜସ୍ଥାନ ବ୍ୟାଟରଙ୍କୁ ସୁମନ କୁମାର ଘାଇଲା କରିଥିଲେ। ଏକାକୀ ରାଜସ୍ଥାନର ସମସ୍ତଙ୍କ ବ୍ୟାଟରଙ୍କୁ ଆଉଟ କରି ବିହାରକୁ ୨୮୫ ରନର ଲିଡ ଭେଟି ଦେଇଥିଲେ।
ରାଜସ୍ଥାନ ଦ୍ୱିତୀୟ ଇନିଂସରେ କମବ୍ୟାକ କରିବା ସହ ପାର୍ଥ ଯାଦବଙ୍କ ଅପରାଜିତ ୨୦୦ ରନ ବଳରେ ୫ ୱିକେଟ ହରାଇ ୪୧୦ ରନ କରିଥିଲା। ହେଲେ ମ୍ୟାଚ୍ ଡ୍ର ରହିବାରୁ ବିହାର ୩ ପଏଣ୍ଟ ପାଇଛି।
An epic spell 👏
3⃣3⃣.5⃣ overs
2⃣0⃣ maidens
5⃣3⃣ runs
1⃣0⃣ wickets🎩 Hat-trick ✅
Bihar's Suman Kumar claimed all 10 wickets in an innings, including a hat-trick, against Rajasthan in the #CoochBeharTrophy match in Patna! 🔥
Watch 📽️ all his wickets 🔽@IDFCFIRSTBankpic.twitter.com/68eewvJZ0G
— BCCI Domestic (@BCCIdomestic) December 1, 2024
ସୁମନ କୁମାରଙ୍କ ପ୍ରଦର୍ଶନକୁ ଦେଖିଲେ ସେ କୁଚ ବେହାର ଟ୍ରଫିର ୪ଟି ମ୍ୟାଚ୍ରେ ୨୩ଟି ୱିକେଟ ନେଇସାରିଲେଣି। ତାଙ୍କ ଇକୋନୋମୀ ୧.୯୧ ରହିଛି। ବିହାର ତା’ର ପରବର୍ତ୍ତୀ ମ୍ୟାଚ୍ରେ ମହାରାଷ୍ଟ୍ରକୁ ଭେଟିବ। ଡିସେମ୍ବର ୬ରୁ ସମ୍ବାଜୀନଗର ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଆରମ୍ଭ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
