Advertisment

ଚଳିତ ଆଇପିଏଲରେ ୱାଶିଂଟନ ସୁନ୍ଦରଙ୍କ ଅଭିଯାନ ଶେଷ, ଟିମ୍‌ରୁ ବାଦ ପଡ଼ିଲେ

ୱାଶିଂଟନ ସୁନ୍ଦର ଟିମ୍‌ରୁ ବାଦ୍ ପଡ଼ିବା କଥା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

author-image
Jitendra Garnayak
Washington Sundar

Washington Sundar

ସନରାଇଜର୍ସ ହାଇଦ୍ରାବାଦ (SRH)କୁ ଲାଗିଛି ଝଟକା। କାରଣ ଚଳିତ ଆଇପିଏଲର ବାକି ସମସ୍ତ ମ୍ୟାଚରୁ ବାଦ ପଡ଼ିଛନ୍ତି ଦଳର ଅଲ-ରାଉଣ୍ଡର ୱାଶିଂଟନ ସୁନ୍ଦର। ମାଂସପେଶୀରେ ଆଘାତ କାରଣରୁ ସେ ବାଦ ପଡ଼ିଛନ୍ତି।

Advertisment

ୱାଶିଂଟନ ସୁନ୍ଦର ଟିମ୍‌ରୁ ବାଦ ପଡ଼ିବା କଥା ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ଏହା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛି ଫ୍ରାଞ୍ଚାଇଜ।

ଚଳିତ ଆଇପିଏଲରେ ୱାଶିଂଟନଙ୍କ ପ୍ରଦର୍ଶନ ଭଲ ନଥିଲା। ସେ ଉଭୟ ବ୍ୟାଟିଂ ଓ ବୋଲିରେ ଆଖି ଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ତେବେ ଶେଷ ଥର ପାଇଁ ସେ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ୱାଶିଂଟନ ସୁନ୍ଦର।

Advertisment

ଏହି ମ୍ୟାଚ୍‌ରେ ଗୋଟିଏ ଓଭରରେ ୱାଶିଂଟନ ସୁନ୍ଦର ୩ଟି ୱିକେଟ ନେଇଥିଲେ। ତା’ ଭିତରେ ଡାଭିଡ ୱାର୍ଣ୍ଣରଙ୍କ ୱିକେଟ ମଧ୍ୟ ଥିଲା। ୪ ଓଭର ବୋଲିଂ କରି ୨୮ ରନ୍ ଦେଇ ସେ ୩ଟି ୱିକେଟ ପାଇଥିଲେ। ସେହିପରି ବ୍ୟାଟିଂରେ ୧୫ଟି ବଲରୁ ୨୪ ରନ୍ କରିଥିଲେ। ଏଥିରେ ୩ଟି ବାଉଣ୍ଡ୍ରୀ ଥିଲା। ୱାଶିଂଟନଙ୍କ ଏହି ପ୍ରଦର୍ଶନ ଦଳରେ ଏକ ନୂଆ ଆଶା ସଞ୍ଚାର କରିଥିବା ବେଳେ ଆସିଥିଲା ତାଙ୍କର ଆଘାତ ଖବର।  

ସୂଚନାଯୋଗ୍ୟ, ୱାଶିଂଟନ ସୁନ୍ଦର ଚଳିତ ଆଇପିଏଲରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୬୦ ରନ୍ କରିଥିଲେ। ସେହିପରି ମାତ୍ର ୩ଟି ୱିକେଟ ନେବାକୁ ସମର୍ଥ ହୋଇଥିଲେ।