Advertisment

ଅନଲକି ସୁନ୍ଦର ଶତକରୁ ବଞ୍ଚିତ, ଭାରତ ୧୬୦ ରନରେ ଆଗୁଆ

ଅହମ୍ମଦାବାଦ: ଭରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ମୋଟ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ସୁନ୍ଦର ଅନଲକି ସାବ୍ୟସ୍ତ ହୋଇଛନ୍ତି। ସେ ୯୬ ରନ୍ କରି ଅପରାଜିତ ରହି ଶତକରୁ ବଞ୍ଚିତ ହୋଇଛନ୍ତି। ସୁନ୍ଦରଙ୍କ ସହ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୬ […]

ଅନଲକି ସୁନ୍ଦର ଶତକରୁ ବଞ୍ଚିତ, ଭାରତ ୧୬୦ ରନରେ ଆଗୁଆ

india-vs-eng

Advertisment

ଅହମ୍ମଦାବାଦ: ଭରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୫ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ମୋଟ ୧୬୦ ରନର ବଡ଼ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ସୁନ୍ଦର ଅନଲକି ସାବ୍ୟସ୍ତ ହୋଇଛନ୍ତି। ସେ ୯୬ ରନ୍ କରି ଅପରାଜିତ ରହି ଶତକରୁ ବଞ୍ଚିତ ହୋଇଛନ୍ତି। ସୁନ୍ଦରଙ୍କ ସହ ଅକ୍ଷର ପଟେଲ ଚମତ୍କାର ବ୍ୟାଟିଂ କରିଛନ୍ତି। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗିଦାରୀ କରିଛନ୍ତି।

Advertisment

ସୁନ୍ଦର ୧୭୪ ବଲରେ ୧୦ ଚୌକା ଓ ୧ ଛକା ସହ ୯୬ ରନ୍ କରି ଅପରାଜିତ ଥିଲେ। ଅକ୍ଷର ୪୩ (୯୭ ବଲୋ, ୫ ଚୌକା, ୧ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ଈଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଖାତା ଖୋଲିପାରିନାହାନ୍ତି। ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୪ଟି, ଜେମ୍ସ ଆଣ୍ଡରସନ୍ ୩ଟି ଓ ଜ୍ୟାକ୍ ଲିଚ୍ ୨ଟି ୱିକେଟ୍ ନେଇଛନ୍ତି।

ଶୁକ୍ରବାର ଦ୍ୱିତୀୟ ଦିବସରେ ଋଷଭ ପନ୍ତଙ୍କ ଦମଦାର ଶତକ ବଳରେ ଭାରତ ପ୍ରଥମ ଲନିଂସ୍ ଲିଡ୍ କରିପାରିଥିଲା। ପନ୍ତ ୧୧୮ ବଲରେ ୧୩ ଚୌକା ଓ ୨ ଛକା ସହ ୧୦୧ ରନ୍ କରିଥିବା ବେଳେ ରୋହିତ୍ ଶର୍ମା ୪୯, ଅଜିଙ୍କ୍ୟ ରାହାଣେ ୨୭ ଓ ଚେତେଶ୍ୱର ପୂଜାରା ୧୭ ରନ୍ କରିଥିଲେ।

Advertisment
India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe