Advertisment

ଫାଇନାଲ୍ ପାଇଁ ଟିମ୍ କମ୍ବିନେସନ୍ କେମିତି ହେବା ଦରକାର? ଗାଭାସ୍କର ବାଛିଲେ ଶ୍ରେଷ୍ଠ ଏକାଦଶ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ରହିଲା। ସାଉଥାମ୍ପଟନରେ ହେବାକୁଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ କେଉଁ ପ୍ରକାର ହେବା ଦରକାର, ସେ ନେଇ କିମ୍ବଦନ୍ତୀ କ୍ରିକେଟର୍ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର ମଧ୍ୟ ନିଜର ଚୂଡ଼ାନ୍ତ ଏକାଦଶ ବାଛିଛନ୍ତି। ଗାଭାସ୍କର ନିଜ ଚୂଡ଼ାନ୍ତ ଏକାଦଶରେ ତିନି ଜଣ ପେସ୍ ବୋଲର, ଦୁଇ ସ୍ପିନର, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଫାଇନାଲ୍ ପାଇଁ ଟିମ୍ କମ୍ବିନେସନ୍ କେମିତି ହେବା ଦରକାର? ଗାଭାସ୍କର ବାଛିଲେ ଶ୍ରେଷ୍ଠ ଏକାଦଶ

sunil-gavaskar

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍‌ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ରହିଲା। ସାଉଥାମ୍ପଟନରେ ହେବାକୁଥିବା ଏହି ମୁକାବିଲାରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ କେଉଁ ପ୍ରକାର ହେବା ଦରକାର, ସେ ନେଇ କିମ୍ବଦନ୍ତୀ କ୍ରିକେଟର୍ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ମହାନ କ୍ରିକେଟର୍ ସୁନୀଲ ଗାଭାସ୍କର ମଧ୍ୟ ନିଜର ଚୂଡ଼ାନ୍ତ ଏକାଦଶ ବାଛିଛନ୍ତି।

Advertisment

ଗାଭାସ୍କର ନିଜ ଚୂଡ଼ାନ୍ତ ଏକାଦଶରେ ତିନି ଜଣ ପେସ୍ ବୋଲର, ଦୁଇ ସ୍ପିନର, ପାଞ୍ଚ ବ୍ୟାଟ୍ସମ୍ୟାନ୍ ଓ ଜଣେ ୱିକେଟକିପରଙ୍କୁ ରଖିଛନ୍ତି। ସେ ମହମ୍ମଦ ସିରାଜ ଓ ଈଶାନ୍ତ ଶର୍ମା ମଧ୍ୟରୁ ଅଭିଜ୍ଞ ଈଶାନ୍ତଙ୍କୁ ଚୟନ କରିଛନ୍ତି। ସୁନୀଲ ଗାଭାସ୍କର ନିଜର ଚୂଡ଼ାନ୍ତ ଏକାଦଶରେ ଯଥାକ୍ରମେ ରୋହିତ୍ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମିଙ୍କୁ ରଖିଛନ୍ତି।

ଏହି ଅବସରରେ ଗାଭାସ୍କର କହିଛନ୍ତି, ଅଶ୍ୱିନ୍ ଓ ଜାଡେଜା ସପ୍ତମ ଓ ଅଷ୍ଟମ ସ୍ଥାନରେ ବ୍ୟାଟିଂ କଲେ, ଟିମ୍ ଇଣ୍ଡିଆ ପାଇଁ ଭଲ ହେବ। ରୋହିତ୍ ଓ ଗିଲଙ୍କୁ ପ୍ରଥମ କିଛି ଓଭର ବଲକୁ ଶରୀରର ନିକଟରେ ଖେଳିବା ଦରକାର। ଦୁହେଁ ବଲକୁ ବିଳମ୍ବରେ ଖେଳିଲେ ଭଲ୍ ହେବ। ବଲ୍ ସୁଇଂ କରିବା ପରେ ଶଟ୍ ଖେଳିବା ଦରକାର। ପିଚରେ ପ୍ରଥମେ ସମୟ ବିତାଇବା ଦରକାର। ଥରେ ସେଟ୍ ହେବା ପରେ ବ୍ୟାଟିଂ କରିବା ସହଜ ହୋଇଯିବ।

Advertisment

ଏହି ମ୍ୟାଚ୍ ଜିତିବା ପାଇଁ କ’ଣ ସ୍କୋର ହେବା ଦରକାର? ଏହା ଉପରେ ଗାଭାସ୍କର କହିଛନ୍ତି, ମ୍ୟାଚ୍ ଜିତିବା ପାଇଁ ପ୍ରଥମ ଇନିଂସରେ ୩୫୦ ରନ୍ କରିବାକୁ ହେବ। ଏହାର ଅର୍ଥ ଟିମ୍ ୩-୪ ସେସନ୍ ଖେଳିବ ଏବଂ କ୍ରିଜରେ ଭଲ ସମୟ ମଧ୍ୟ ବିତାଇବ। ଟିମକୁ ବାର୍ତ୍ତା ଦେଇ ଗାଭାସ୍କର କହିଛନ୍ତି, ହୃଦୟର ସହ ଖେଳ ଏବଂ ମଇଦାନ ଉପରକୁ ଯାଇ ଖେଳ। ଯଦି ଆପଣ ଲଢ଼ିବେ, ତାହେଲେ ବିଜୟ ହାସଲ କରିବେ।

ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ନେଇ ଗାଭାସ୍କର କହିଛନ୍ତି, ନ୍ୟୁଜିଲ୍ୟାଣ୍ଡର ବୋଲିଂ ଆଟାକ୍ ବହୁତ ଘାତକ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସତର୍କତାର ସହ ବ୍ୟାଟିଂ କରିବାକୁ ପଡ଼ିବ। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ପଲା ଭାରୀ, କାରଣ ସେମାନେ ଦୁଇଟି ଟେଷ୍ଟ ଖେଳିକି ଆସିଛନ୍ତି।

ଗାଭାସ୍କରଙ୍କ ଚୂଡ଼ାନ୍ତ ଏକାଦଶ: ରୋହିତ୍ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ମହମ୍ମଦ ଶାମି।