Advertisment

ଜାଡେଜାଙ୍କ ନୋ ବଲ ଭାରତକୁ ମହଙ୍ଗା ପଡ଼ିଲା କି?

ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ମାର୍ନସ ଲାବୁଶେନ ଖାତା ଖୋଲି ନଥିଲେ। ଏହି ସମୟରେ ଜାଡେଜାଙ୍କ ଗୋଟିଏ ଲେନ୍ଥ ବଲକୁ ସେ ବୁଝି ନପାରି ବୋଲ୍ଡ ହୋଇଯାଇଥିଲେ।

No Ball

No Ball

Advertisment

ନାଗପୁର ଓ ଦିଲ୍ଲୀରେ ଦମଦାର ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଇନ୍ଦୋରରେ ହାରି ଯାଇଛି। ଇନ୍ଦୋର ଟେଷ୍ଟକୁ ଅଷ୍ଟ୍ରେଲିଆ ୯ ୱିକେଟରେ ଜିତି ଭାରତ ବିପକ୍ଷ ସିରିଜ୍‌କୁ ୨-୧ କରିବାକୁ ସକ୍ଷମ ହୋଇଛି। ଭାରତ ଇନ୍ଦୋରରେ ପ୍ରଥମଥର କୌଣସି ଟେଷ୍ଟ ମ୍ୟାଚ୍‌ ହାରିଥିବା ବେଳେ ୧୧ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଭାରତରେ ଖେଳାଯାଉଥିବା କୌଣସି ଟେଷ୍ଟ ମ୍ୟାଚ୍‌ରେ ପରାସ୍ତ ହୋଇଛି।

Advertisment

ବ୍ୟାଟରଙ୍କ ବିଫଳତା ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଥିବା ବେଳେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଦେଇଥିବା ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ମତରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ପକାଇଥିବା ନୋ ବଲ ହିଁ ଭାରତକୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହା ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି ସେ କହିଛନ୍ତି।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ମାର୍ନସ ଲାବୁଶେନ ଖାତା ଖୋଲି ନଥିଲେ। ଏହି ସମୟରେ ଜାଡେଜାଙ୍କ ଗୋଟିଏ ଲେନ୍ଥ ବଲକୁ ସେ ବୁଝି ନପାରି ବୋଲ୍ଡ ହୋଇଯାଇଥିଲେ। ତେବେ ଟିଭି ଅମ୍ପାୟାର ଏହାକୁ ନୋ ବଲ ଘୋଷଣା କରିବାରୁ ଲାବୁଶେନଙ୍କୁ ଜୀବନଦାନ ମିଳିଥିଲା। ଏହାପରେ ସେ ୩୧ ରନ ଇନିଂସ ଖେଳିଥିଲେ ସତ ହେଲେ ଉସମାନ ଖ୍ୱାଜାଙ୍କ ସହ ସେ ଦ୍ୱିତୀୟ ୱିକେଟ ପାଇଁ ୯୬ ରନ ଯୋଡ଼ି ମ୍ୟାଚ୍‌ର ମୋଡ଼ ବଦଳାଇଥିଲେ। ଏଥିସହ ସ୍ପିନିଂ ଟ୍ରାକ୍‌ରେ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆକୁ ମଧ୍ୟ ଉଦ୍ଧାର କରିଥିଲେ।

Advertisment

ଗାଭାସ୍କରଙ୍କ ମତରେ ଏହି ନୋ ବଲ ହିଁ ଭାରତକୁ ମହଙ୍ଗା ପଡ଼ିଛି। ଭାରତ ମ୍ୟାଚ୍‌ ହାରିବା ପରେ ଗାଭାସ୍କର କହିଛନ୍ତି, “ଆପଣ ଯଦି ପୂରା ଟେଷ୍ଟ ମ୍ୟାଚ୍‌କୁ ଦେଖିବେ, ତା’ହେଲେ ଭାରତ ପାଇଁ ନୋ ବଲ ହିଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଜାଣିପାରିବେ। ଲାବୁଶେନ ଶୂନରେ ଆଉଟ ହୋଇଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ୯୬ ରନର ଭାଗିଦାରୀ କରିଥିଲେ। ଭାରତ ମାତ୍ର ୧୦୯ ରନ କରିଥିଲା। ଦ୍ୱିତୀୟ ୱିକେଟ ପାଇଁ ୯୬ ରନର ଭାଗିଦାରୀ କରି ଲାବୁଶେନ ଓ ଖ୍ୱାଜା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ମୁଁ ଭାବୁଛି ଏହା ହିଁ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ଥିଲା। ନୋ ବଲ ହିଁ ଭାରତ ହାତରୁ ମ୍ୟାଚ୍‌ ନେଇ ଯାଇଥିଲା।”

ଭାରତ ତା’ର ପ୍ରଥମ ଇନିଂସରେ ୧୦୯ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୯୭ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବା ପାଇଁ ୭୬ ରନର ଟାର୍ଗେଟ ମିଳିଥିଲା।

ଏହାକୁ ଟ୍ରାଭିସ ହେଡଙ୍କ ଅପରାଜିତ ୪୯ ଓ ଲାବୁଶେନଙ୍କ ଅପରାଜିତ ୨୮ ରନ ବଳରେ କଙ୍ଗାରୁ ଟିମ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଛି।

Border-Gavaskar Trophy India Vs Australia Sunil Gavaskar INDvsAUS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe