Advertisment

ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିଛନ୍ତି କି ଋଷଭ ପନ୍ତ? ଆସିଲା ଜବାବ

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ମେଗା ଅକ୍ସନରେ ସେ ସାମିଲ ହେବେ। ପନ୍ତ ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କୁ କିଣିବା ପାଇଁ ସବୁ ପ୍ରାଞ୍ଚାଇଜ ଚେଷ୍ଟା କରିବେ। ସେ ରେକର୍ଡ ଦରରେ ବିକ୍ରି ହେବେ ବୋଲି ମଧ୍ୟ କୁହାଯାଉଛି।

Pant

Pant

Advertisment

ଆଇପିଏଲ ୨୦୨୫ ମେଗା ଅକ୍ସନରେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ଟିମ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ। ୨୦୧୬ରୁ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ସହ ରହିଥିଲେ। କିନ୍ତୁ ଚଳିତ ବର୍ଷ ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ସେ ବାହାରି ଯାଇଛନ୍ତି।

Advertisment

ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ମେଗା ଅକ୍ସନରେ ସେ ସାମିଲ ହେବେ। ପନ୍ତ ଜବରଦସ୍ତ ଫର୍ମରେ ଥିବାରୁ ତାଙ୍କୁ କିଣିବା ପାଇଁ ସବୁ ପ୍ରାଞ୍ଚାଇଜ ଚେଷ୍ଟା କରିବେ। ସେ ରେକର୍ଡ ଦରରେ ବିକ୍ରି ହେବେ ବୋଲି ମଧ୍ୟ କୁହାଯାଉଛି।

ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ରିଟେନସନ ଫି’ ସହ ଏକମତ ନ ହୋଇ ପ୍ରାଞ୍ଚାଇଜ ଛାଡ଼ିଥିବା କୁହାଯାଉଛି। କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ସମାନ କଥା କହିଛନ୍ତି। ଅଧିକ ଟଙ୍କା ପାଇବା ଆଶାରେ ପନ୍ତ ଏପରି କରିଥିବା ଗାଭାସ୍କର ଗୋଟିଏ କାର୍ଯ୍ୟକ୍ରମରେ ମତ ରଖିଛନ୍ତି। କିନ୍ତୁ ଏହାର ଭିଡିଓ ଭାଇରାଲ ହେବା ପରେ ପନ୍ତ ଏହାକୁ ଖଣ୍ଡନ କରିଛନ୍ତି।

Advertisment

ଗାଭାସ୍କର ଗୋଟିଏ ଟିଭି ଚ୍ୟାନେଲରେ କହିଥିଲେ ଯେ ବଡ଼ବଡ଼ ଖେଳାଳିମାନେ ବେଳେବେଳେ ନିଜର ଉପଯୁକ୍ତ ପ୍ରାପ୍ୟ ପାଇଁ ଅକ୍ସନରେ ସାମିଲ ହୁଅନ୍ତି। ପନ୍ତ ମଧ୍ୟ ସମାନ କାରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିଛନ୍ତି। ତେବେ ଦିଲ୍ଲୀ ତାଙ୍କୁ ନିଲାମ ବେଳେ ପୁଣି ଅଧିକ ଦାମରେ କିଣିବାକୁ ଚେଷ୍ଟା କରିବ।

ଟଙ୍କା ପାଇଁ ପନ୍ତ ଦିଲ୍ଲୀ ଛାଡ଼ିଥିବା ଗାଭାସ୍କର ଦେଇଥିବା ବୟାନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାରୁ ପନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୋ ରିଟେନସନ ନିଶ୍ଚିତ ଭାବେ ଟଙ୍କା ପାଇଁ ନଥିଲା ବୋଲି ମୁଁ କହିପାରିବି।”

ପନ୍ତଙ୍କ ପଛରେ ୧୦ଟି ଯାକ ପ୍ରାଞ୍ଚାଇଜ ନିଲାମ ବେଳେ ପଡ଼ି ପାରନ୍ତି। ହେଲେ ପ୍ରାଞ୍ଚାଇଜମାନଙ୍କ ପାଖରେ ରିଟେନସନ ପରେ ଥିବା ଟଙ୍କାକୁ ଦେଖିଲେ ପନ୍ତ ସମ୍ଭବତଃ ପଞ୍ଜାବ କିଙ୍ଗସ, ଲକ୍ଷ୍ନୌ ସୁପର ଜାଏଣ୍ଟସ କିମ୍ବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଖକୁ ଯାଇ ପାରନ୍ତି। ଏପରି କି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ତାଙ୍କୁ ପୁଣି କିଣିପାରେ।

Rishabh Pant IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe