Advertisment

ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ

ଚେନ୍ନାଇ: ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୪୯ ରନରେ ରୋକିଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ଟିମକୁ ୧୫୦ ରନ୍ କରିବାକୁ ପଡ଼ିବ। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକ ସୟମରେ ୧୨ ଓଭରରେ ୨ ୱିକେଟ୍ ହରାଇ ୯୧ ରନ୍ କରିଥିଲା। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆଉଟ୍ ପରେ ଆରସିବିକୁ ବ୍ୟାକଫୁଟ୍‌କୁ ଚାଲିଆସିଥିଲ। ତେବେ ଗ୍ଲେନ୍ […]

ଅଦ୍ୟତନ ହୋଇଛି
ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ

Glenn-maxwell

Advertisment

ଚେନ୍ନାଇ: ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୪୯ ରନରେ ରୋକିଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ଟିମକୁ ୧୫୦ ରନ୍ କରିବାକୁ ପଡ଼ିବ।

Advertisment

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକ ସୟମରେ ୧୨ ଓଭରରେ ୨ ୱିକେଟ୍ ହରାଇ ୯୧ ରନ୍ କରିଥିଲା। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆଉଟ୍ ପରେ ଆରସିବିକୁ ବ୍ୟାକଫୁଟ୍‌କୁ ଚାଲିଆସିଥିଲ। ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ତାଙ୍କ ଅର୍ଦ୍ଧଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଛି। ମ୍ୟାକ୍ସୱେଲ୍ ୪୧ ବଲରେ ୫ ଚୌକା ଓ ୩ ଛକା ସହ ୫୯ ରନ୍ କରିଛନ୍ତି।

ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସନରାଇଜର୍ସ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ୱିକେଟ୍ ହରାଇ ଥିଲା। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନ୍ ପିରିୟଡ୍ ସାରି କମବ୍ୟାକ୍ କରିଥିବା ଦେବଦତ୍ତ ପାଡିକଲ୍ ନିରାଶ କରିଥିଲେ। ସେ ମାତ୍ର ୧୧ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶାହବାଜ ଅହମଦ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ସେ ବ୍ୟକ୍ତିଗତ ୧୪ ରନ୍ କରି ଶାହବାଜ ନଦୀମଙ୍କ ବଲରେ ଆଉଟ୍ ହୋଇଥିଲା।

Advertisment

କ୍ୟାପଟେନ୍ ବିରାଟ୍ କୋହଲି ଓ ଚଳିତ ଆଇପିଏଲର ଦ୍ୱିତୀୟ ମହଙ୍ଗା ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳକୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ରନ୍ ଗତିକୁ ବଢ଼ାଇବା ସହ ଦଳକୁ ଚ୍ୟାଲେଞ୍ଜିଂ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଟିମର ସ୍କୋର ୯୧ ଥିବା ବେଳେ କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଜେସନ୍ ହୋଲ୍ଡର। କୋହଲି ୨୯ ବଲରେ ୪ ଚୌକା ସହ ୩୩ ରନ୍ କରିଥିଲେ।

କୋହଲିଙ୍କ ଆଉଟ୍ ପରେ ଗୋଟିଏ ପଟେ ମ୍ୟାକ୍ସୱେଲ୍ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ ପତନ ହେବାରେ ଲାଗିଥିଲା। ଆରସିବିର ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ଏବି ଡି’ଭିଲିୟର୍ସ ମାତ୍ର ୧ ରନ୍ କରି ରଶିଦ୍ ଖାନଙ୍କ ବଲରେ ୱାର୍ଣ୍ଣରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୱାଶିଂଟନ୍ ସୁନ୍ଦର (୮) ଓ ଡାନିଏଲ୍ କ୍ରିଷ୍ଟିଆନ୍ (୧) ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ।

କାଇଲ୍ ଜେମିସନ୍ ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ମ୍ୟାକ୍ସୱେଲ୍ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେଇଥିଲେ। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଖାନ୍ ଓ ହୋଲ୍ଡର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଶାହବାଜ୍ ନଦୀମ ଓ ଟି. ନଟରାଜନ୍ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe