Advertisment

୨୩ କୋଟି ଟଙ୍କା ଦେଇ ଏହି ଖେଳାଳିଙ୍କୁ ରଖିବ ହାଇଦ୍ରାବାଦ !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ୫ ଜଣଙ୍କ ଖେଳାଳିଙ୍କୁ ୭୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ସହ ରଖିବ।

author-image
Hemant Lenka
SRH

SRH

ଆଇପିଏଲର ମେଗା ଅକ୍ସନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ନେଇ ବଡ଼ ଖବର ଆସିଛି। ଅକ୍ସନ ପୂର୍ବରୁ କେଉଁ ସବୁ ଖେଳାଳିଙ୍କୁ ହାଇଦ୍ରାବାଦ ମୋଟ ୭୫ କୋଟି ଟଙ୍କା ଦେଇ ରଖିବ, ତା’ର ରିପୋର୍ଟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ୫ ଜଣଙ୍କ ଖେଳାଳିଙ୍କୁ ୭୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ସହ ରଖିବ।

Advertisment

ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର ହେନରିଚ କ୍ଲାସେନଙ୍କୁ ରଖିବା ପାଇଁ ଦଳ ୨୩ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରିବ। ରିଟେନ ଖେଳାଳିଙ୍କ ତାଲିକାରେ କ୍ଲାସେନ ୧ନଂ ସ୍ଥାନରେ ରହିଛନ୍ତି। ତାଙ୍କ ପଛରକୁ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଦ୍ରୁତ ବୋଲର ପାଟ କମିନ୍ସ। ଗତବର୍ଷ କମିନ୍ସଙ୍କୁ ଦଳ କିଣିବା ସହ ଅଧିନାୟକ କରିଥିଲା। ତେଣୁ ତାଙ୍କୁ ହାଇଦ୍ରାବାଦ ୧୮ କୋଟି ଟଙ୍କାରେ ରଖିବ।

ଏହାବାଦ ଭାରତର ଯୁବ ବ୍ୟାଟର ଅଭିଷେକ ଶର୍ମାଙ୍କୁ ଦଳ ରିଟେନ କରିବ। ତାଙ୍କ ଦାମ ରହିବ ୧୪ କୋଟି। ବିସ୍ଫୋରକ ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ ହେଡଙ୍କୁ ୧୨ କୋଟି ଓ ଭାରତୀୟ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ହାଇଦ୍ରାବାଦ ୮ କୋଟି ଟଙ୍କା ବିନିମୟରେ ନିଜ ପାଖରେ ରଖିବ ବୋଲି ରିପୋର୍ଟରେ ଦାବି କରାଯାଇଛି।

Advertisment

ଏହାର ଅର୍ଥ ୫ ଖେଳାଳିଙ୍କ ପାଇଁ ହାଇଦ୍ରାବାଦ ୭୫ କୋଟି ଟଙ୍କା ଖର୍ଚ୍ଚ କରିବ। ଏହାପରେ ବାକି ୪୫ କୋଟି ଟଙ୍କା ଧରି ପ୍ରାଞ୍ଚାଇଜ ଅକ୍ସନରେ ବସିବ। ସେଠାରେ ମଧ୍ୟ ଦଳ କିଛି ନାମୀଦାମୀ ଖେଳାଳିଙ୍କୁ କିଣିବାକୁ ଯୋଜନା କରିଛି।

ଅନ୍ୟପକ୍ଷରେ ଭାରତୀୟ ଟିମର ପୂର୍ବତନ ଖେଳାଳି ହେମାଙ୍ଗ ବାଦାନି ଦିଲ୍ଲୀ କ୍ୟାପିଟାଲ୍ସର କୋଚ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଟାଫ ଭାବେ ପୂର୍ବତନ ଦ୍ରୁତ ବୋଲର ମୁନାଫ ପଟେଲ ମଧ୍ୟ ସାମିଲ ହୋଇପାରନ୍ତି।

୨୦୧୮ରୁ ଦିଲ୍ଲୀର କୋଚ ଭାବେ ରିକି ପଣ୍ଟିଂ କାମ କରୁଥିଲେ। ହେଲେ ୨୦୨୪ ଆଇପିଏଲ ପରଠାରୁ ଦିଲ୍ଲୀ ତାଙ୍କ ସହ ସମ୍ପର୍କଚ୍ଛିନ୍ନ କରି ଦେଇଛିତ। ତେଣୁ ଏବେ ପୂର୍ବତନ ଭାରତୀୟ ଖେଳାଳିଙ୍କୁ କୋଚିଂ ଷ୍ଟାଫ ଭାବେ ପ୍ରାଞ୍ଚାଇଜ ନେବାକୁ ଚାହୁଁଥିବା ଜଣାପଡ଼ିଛି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ୧୮ କୋଟି, ଅକ୍ଷର ପଟେଲଙ୍କୁ ୧୪ କୋଟି ଓ କୁଲଦୀପ ଯାଦବଙ୍କୁ ୧୧ କୋଟି ଟଙ୍କା ଦେଇ ରିଟେନ କରିବ। ୫ ଜଣ ଖେଳାଳିଙ୍କୁ ରଖିଲେ ଦଳକୁ ୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେଣୁ ଦିଲ୍ଲୀ ନିଲାମ ବେଳେ ରାଇଟ ଟୁ ମ୍ୟାଚ କାର୍ଡ ବଦଳରେ ତ୍ରିଷ୍ଟାନ ଷ୍ଟବ୍ସ ଓ ଜ୍ୟାକ ଫ୍ରେଜର ମ୍ୟାଗର୍କଙ୍କୁ ପୁଣି ନିଜ ପାଖକୁ ଆଣିପାରେ।

IPL SRH