/odisha-reporter/media/post_attachments/uploads/2021/04/ipl-MATCH-3.jpg)
ipl-MATCH-3
ଚେନ୍ନାଇ: ଚଳିତ ଆଇପିଏଲର ତୃତୀୟ ମୁକାବିଲାରେ ମୁହାମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରବାଦ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଇଆନ୍ ମୋର୍ଗାନଙ୍କ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ।
ମ୍ୟାଚରେ ଉଭୟ ଦଳ ସ୍ପିନରଙ୍କୁ ଗୁରୁତ୍ୱ ଦେଇଛନ୍ତି। ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶରେ ଆଫଗାନିସ୍ତାନ ସ୍ପିନର ମହମ୍ମଦ ନବି ଓ ରଶିଦ୍ ଖାନ୍ ସ୍ଥାନ ପାଇଛନ୍ତି। ସେହିପରି କେକେଆର୍ ଟିମରେ ସାକିବ୍ ଅଲ୍ ହାସନ୍, ବରୁନ୍ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଅଭିଜ୍ଞ ସ୍ପିନର ହରଭଜନ ସିଂହଙ୍କୁ ସାମିଲ୍ କରାଯାଇଛି।
https://twitter.com/IPL/status/1381240452087615489?s=20
କେକେଆର୍ ପାଇଁ ଶୁବମନ୍ ଗିଲ୍ ଓ ନୀତୀଶ ରାଣା ଓପନ୍ କରିବେ। ଦିନେଶ କାର୍ତ୍ତିକ ୱିକେଟକିପର ଭୂମିକା ବହନ କରିବେ। ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ଓ ଦୁନିଆର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ୍ କମିନ୍ସଙ୍କ ଉପରେ ଦଳ ଆସ୍ଥା ଦେଖାଇଛି।
ହାଇଦ୍ରାବାଦ ଟିମରେ ୱାର୍ଣ୍ଣରଙ୍କ ସହ ଋଦ୍ଧିମାନ ସାହା କିମ୍ବା ଜନ୍ନି ବେୟାରଷ୍ଟୋ ଓପନ କରିପାରନ୍ତି। ମିଡଲ୍ ଅର୍ଡରରେ ମନିଷ ପାଣ୍ଡେ, ବିଜୟ ଶଙ୍କର ରହିଥିବା ବେଳେ କେନ୍ ୱିଲିୟମସନଙ୍କୁ ବାହାରେ ବସିବାକୁ ପଡ଼ିଛି।
ଚୂଡ଼ାନ୍ତ ଏକାଦଶ
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଋଦ୍ଧିମାନ ସାହା (ୱିକେଟକିପର), ମନିଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ମହମ୍ମଦ ନବି, ଅବଦୁଲ ସମାଦ, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଟି. ନଟରାଜନ୍।
କୋଲକାତା ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ରାହୁଲ୍ ତ୍ରିପାଠୀ, ନୀତୀଶ ରାଣା, ଇଆନ୍ ମୋର୍ଗାନ୍ (କ୍ୟାପଟେନ୍), ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ୍, ଶାକିବ୍ ଅଲ୍ ହାସନ୍, ପ୍ୟାଟ୍ କମିନ୍ସ, ହରଭଜନ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ବରୁନ୍ ଚକ୍ରବର୍ତ୍ତୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
