ଟି-୨୦ ବିଶ୍ୱକପ୍‌: ସୁପର-୧୨ ଲାଇନ ଅପ ଚୂଡ଼ାନ୍ତ, ସହଜ ଗ୍ରୁପରେ ଟିମ ଇଣ୍ତିଆ

ଦୁବାଇ: ଚଳିତ ବର୍ଷ ଟି-୨୦ର ସୁପର ୧୨ ଲାଇନ ଅପ ଚୂଡ଼ାନ୍ତ ହୋଇଛି। ୮ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଟିମ୍‌ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଜି ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଏଥିସହ ଗ୍ରୁପ୍‌ ଏର ଶୀର୍ଷରେ ନିଜର ଅଭିଯାନ ଶେଷ କରିଛି। ଏହି ମ୍ୟାଚ ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସୁପର […]

T-20

T-20

Hemant Lenka
  • Published: Friday, 22 October 2021
  • Updated: 22 October 2021, 09:45 PM IST

Sports

Latest News

ଦୁବାଇ: ଚଳିତ ବର୍ଷ ଟି-୨୦ର ସୁପର ୧୨ ଲାଇନ ଅପ ଚୂଡ଼ାନ୍ତ ହୋଇଛି। ୮ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଟିମ୍‌ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଜି ଯୋଗ୍ୟତା ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସକୁ ୮ ୱିକେଟରେ ପରାସ୍ତ କରିଛି। ଏଥିସହ ଗ୍ରୁପ୍‌ ଏର ଶୀର୍ଷରେ ନିଜର ଅଭିଯାନ ଶେଷ କରିଛି। ଏହି ମ୍ୟାଚ ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସୁପର ୧୨ ପାଇଁ ଲାଇନ ଅପ୍‌ ଚୂଡ଼ାନ୍ତ ହୋଇଛି।

ସୁପର-୧୨ ଲାଇନ ଅପ୍‌କୁ ଦେଇଖିଲେ ଗ୍ରୁପ୍‌-୨ ଅପେକ୍ଷା ଗ୍ରୁପ-୧ରେ ଅନେକ ଟ୍ରଫି ଦାବିଦାର ରହିଛନ୍ତି। ପୂର୍ବରୁ ଗ୍ରୁପ-୧ରେ ୪ ବଡ଼ ଦେଶ ରହିଥିବା ବେଳେ ଏବେ ଶ୍ରୀଲଙ୍କା ଓ ବାଲାଂଦେଶ ଏଥିରେ ସାମିଲ ହୋଇଛନ୍ତି। ଅପେକ୍ଷାକୃତ ସହଜ କୁହାଯାଉଥିବା ଗ୍ରୁପ-୨ରେ ଭାରତ ରହିଛି। ଭାରତ ସହ ଏହି ଗ୍ରୁପ୍‌ରେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ନାମିବିଆ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି। ତେଣୁ ଭାରତ ପାଖରେ ସେମି ଫାଇନାଲ ଖେଳିବାର ଯଥେଷ୍ଟ ସୁଯୋଗ ରହିଛି।

ଅନ୍ୟପକ୍ଷରେ ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦୁଇଥର ବିଶ୍ୱକପ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ବାଂଲାଦେଶ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହେବେ।

ଗ୍ରୁପ୍‌-୨ରୁ ଭାରତ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରୁ ୨ଟି ଦଳ ସେମିକୁ ଯିବା ନିଶ୍ଚିତ। ତଥାପି ଆଫଗାନିସ୍ତାନ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି। ଦଳ ସେମିକୁ ନ ଯାଇପାରେ। କିନ୍ତୁ କୌଣସି ଗୋଟିଏ ବଡ଼ ଦଳକୁ ଝଟକା ଦେବାରେ ଆଫଗାନ ସକ୍ଷମ।

ହେଲେ ଗ୍ରୁପ୍‌-୧ରୁ କେଉଁ ଦୁଇ ଦଳ ସେମି ଖେଳୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। କ୍ରିକେଟ ପଣ୍ଡିତଙ୍କ ମତରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟ କୌଣସି ଗୁଣରେ କମ ନୁହନ୍ତି। ଏହାବାଦ ଟି-୨୦ରେ ପୂର୍ବରୁ କିଛି ବି କହିବା ସମ୍ଭବ ନୁହେଁ। ତେଣୁ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟ ଚକମା ଦେବାର କ୍ଷମତା ରଖିଛନ୍ତି।

ଆସନ୍ତାକାଲିଠାର ସୁପର ୧୨ ମୁକାବିଲା ଆରମ୍ଭ ହେବ। ପ୍ରଥମ ଦିନରେ କ୍ରିକେଟ ପ୍ରେମୀ ଡବଲ ହେଡର ମ୍ୟାଚ୍‌ ଦେଖିବେ। ଅପରାହ୍ନ ୩.୩୦ରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଏହାପରେ ସନ୍ଧ୍ୟା ୭.୩୦ରେ ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜର ମୁକାବିଲା ଇଂଲଣ୍ଡ ସହ ହେବ।

ସେହିପରି ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ। ଟିମ ଇଣ୍ଡିଆ ୩୧ରେ ନ୍ୟୁଜିଲ୍ୟାଣ୍ଡ, ନଭେମ୍ବର ୩ରେ ଆଫଗାନିସ୍ତାନ, ନଭେମ୍ବର ୫ରେ ସ୍କଟଲ୍ୟାଣ୍ଡ ଓ ନଭେମ୍ବର ୮ରେ ନାମିବିଆ ସହ ମ୍ୟାଚ୍‌ ଖେଳିବ। ନାମିବିଆ ପ୍ରଥମଥର ପାଇଁ କୌଣସି ଟେଷ୍ଟ ଖେଳୁଥିବା ମ୍ୟାଚକୁ ହରାଇ ଟି-୨୦ ବିଶ୍ୱକପର ସୁପର ୧୨ରେ ପ୍ରବେଶ କରିଛି।

ଆଜି ଶେଷ ଦିନରେ ଦଳ ଆୟର୍ଲ୍ୟାଣ୍ଡ ସହ ମ୍ୟାଚ୍‌ ଖେଳୁଥିଲା। ଏହି ମ୍ୟାଚ୍‌ରେ ନାମିବିଆ ୮ ୱିକେଟରେ ବିଜୟୀ ହୋଇ ସୁପର ୧୨ରେ ପ୍ରବେଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos