Advertisment

୬ ୱିକେଟରେ ଜିତିଲା ଲକ୍ଷ୍ନୌ ସୁପରଜାୟାଣ୍ଟସ

ଆଜି ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ।

author-image
Niranjan Mishra
IPL

IPL

ଲକ୍ଷ୍ନୌ : ଆଜି ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ।

Advertisment

ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ବଡ଼ ସ୍କୋର କରିପାରିନଥିଲା। ରାହୁଲ ତ୍ରିପାଠୀ ୩୫ ରନ କରିଥିବାବେଳେ ଅନମୋଲପ୍ରିତ ସିଂ ୩୧ରନ କରିଥିଲେ। ସେହିପରି ଶେଷ ବେଳକୁ ଆସିଥିବା ଓବଦୁଲ ସମଦ ୨୧ରନ କରିଥିଲେ। ଅନ୍ୟମାନେ ବିଶେଷ ଭଲ ଖେଳି ନ ଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୨୧ ରନ୍ କରିଥିଲା।

ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୩ଟି, ଅମିତ ମିଶ୍ର ୨ଟି ଓ୍ୱିକେଟ, ୟସ୍ ଠାକୁର ଓ ରବି ବିଷ୍ଣୋୟୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Advertisment

ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପରଜାୟାଣ୍ଟସ ପକ୍ଷରୁ ସର୍ବାଧିକ ରନ୍ କେଏଲ୍‌ ରାହୁଲ (୩୫) ଓ କୁନାଲ ପାଣ୍ଡ୍ୟା (୩୪) କରିଥିଲେ। ଦଳ ୧୬ ଓଭରରେ ୫ ୱିକେଟ ହରାଇ ୧୨୭ ରନ୍ କରିଥିଲା।

ପ୍ରତିପକ୍ଷ ଦଳ ପକ୍ଷରୁ ଆଦିଲ ରସିଦ୍ ସର୍ବାଧିକ ୨ଟି ୱିକେଟ ପାଇଥିଲେ। ଭୁବନେଶ୍ୱର କୁମାର, ଫଜଲହକ୍ ଓ ଉମ୍ରାନ୍ ମଲିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

IPL