Advertisment

ରାଇନା ଓ ସ୍ମିଥଙ୍କୁ କେହି କିଣିଲେନି

ବେଙ୍ଗାଲୁରୁ: ଆଇପିଏଲ୍-୨୦୨୨ର ମେଗା ଅକ୍ସନର ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ନିଲାମରେ ଅନସୋଲ୍ଡ ରହିଛନ୍ତି ଭାରତର ପୂର୍ବତନ ବ୍ୟାଟର୍ ତଥା ମିଷ୍ଟର୍ ଆଇପିଏଲ୍ ଭାବେ ପରିଚିତ ସୁରେଶ ରାଇନା। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ୍ ମିଲର୍ ଓ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କୁ ମଧ୍ୟ କେହି କିଣିନାହାନ୍ତି। ତେବେ ଏହି ଖେଳାଳିମାନଙ୍କୁ ପରବର୍ତ୍ତୀ ସମୟରେ ନିଲାମ ହୋଇପାରନ୍ତି। ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ମଧ୍ୟରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ ଓ ୱେଷ୍ଟଇଣ୍ଡିଜର ଶିମରନ୍ ହେଟମେୟର। ଦେବଦତ୍ତ […]

ଅଦ୍ୟତନ ହୋଇଛି
ରାଇନା ଓ ସ୍ମିଥଙ୍କୁ କେହି କିଣିଲେନି

raina-and-smith

Advertisment

ବେଙ୍ଗାଲୁରୁ: ଆଇପିଏଲ୍-୨୦୨୨ର ମେଗା ଅକ୍ସନର ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ନିଲାମରେ ଅନସୋଲ୍ଡ ରହିଛନ୍ତି ଭାରତର ପୂର୍ବତନ ବ୍ୟାଟର୍ ତଥା ମିଷ୍ଟର୍ ଆଇପିଏଲ୍ ଭାବେ ପରିଚିତ ସୁରେଶ ରାଇନା। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଡେଭିଡ୍ ମିଲର୍ ଓ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥଙ୍କୁ ମଧ୍ୟ କେହି କିଣିନାହାନ୍ତି। ତେବେ ଏହି ଖେଳାଳିମାନଙ୍କୁ ପରବର୍ତ୍ତୀ ସମୟରେ ନିଲାମ ହୋଇପାରନ୍ତି।

Advertisment

ଦ୍ୱିତୀୟ ସେଟରେ ବ୍ୟାଟର୍ସଙ୍କ ମଧ୍ୟରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ ଓ ୱେଷ୍ଟଇଣ୍ଡିଜର ଶିମରନ୍ ହେଟମେୟର। ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ କିଣି ନେଇଛି। ସେହିପରି ହେଟମେୟରଙ୍କୁ ରାଜସ୍ଥାନ ରୟାଲ୍ସ ୮.୫ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍ କରିଛି। ମନୀଷ ପାଣ୍ଡେଙ୍କୁ ୪.୬୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ କିଣିଥିବା ବେଳେ ରବିନ୍ ଉଥାପ୍ପାଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଚେନ୍ନାଇ ସୁପର୍ କିଙ୍ଗସ୍, ଜେସନ୍ ରୟଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ ଗୁଜରାଟ ଲାୟନ୍ସ କିଣିଛି।

ସୂଚନାଯୋଗ୍ୟ, ସୁରେଶ ରାଇନା ପୂର୍ବ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିଆସୁଥିଲେ। ଏଥର ମଧ୍ୟ ତାଙ୍କୁ ଚେନ୍ନାଇ ପୁଣିଥରେ ନେବ ବୋଲି ଆଶା ଥିଲା। କିନ୍ତୁ ତାହା ହୋଇନାହିଁ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ନମ୍ବର-୧ ବ୍ୟାଟର୍ ସ୍ମିଥ୍ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ। ନିକଟରେ ତାଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିବାରୁ ଫ୍ରାଞ୍ଚାଇଜିମାନେ ଆଗ୍ରହ ଦେଖାଇନାହାନ୍ତି। ଦକ୍ଷିଣ ଆଫ୍ରିକାର ମିଲର୍ ଗତ ସଂସ୍କରଣରେ ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳିଥିଲେ।

Advertisment
IPL 2022 Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe