Advertisment

ପୂରା ପରିବାରକୁ ମାରି ଦେଇଥିଲେ ଗ୍ୟାଙ୍ଗଷ୍ଟର: ଅଧାରୁ ଆଇପିଏଲ ଛାଡ଼ିବାର କାରଣ କହିଲେ ରାଇନା

୨୦୨୦ ଆଇପିଏଲ ପାଇଁ ମହାମାରୀ କରୋନା ଭାଇରସର ଭୟ ଭିତରେ ସେ ଦଳ ସହ ୟୁଇଏଇ ଯାଇଥିଲେ।

Raina

Raina

Advertisment

ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ଓ ଭାରତୀୟ ଟିମର ପୂର୍ବତନ ଖେଳାଳି ସୁରେଶ ରାଇନା ଏବେ ବଡ଼ ଚର୍ଚ୍ଚା ଉପରକୁ ପରଦା ହଟାଇଛନ୍ତି। ୨୦୨୦ ଆଇପିଏଲ ପାଇଁ ମହାମାରୀ କରୋନା ଭାଇରସର ଭୟ ଭିତରେ ସେ ଦଳ ସହ ୟୁଇଏଇ ଯାଇଥିଲେ। କିନ୍ତୁ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ସେ ଅଧାରୁ ୟୁଏଇ ଛାଡ଼ି ଭାରତ ଚାଲି ଆସିଥିଲେ।

Advertisment

କୋଭିଡ-୧୯ ବାୟୋ ବବଲ୍ସ ଓ ବ୍ୟକ୍ତିଗତ କାରଣ ପାଇଁ ସୁରେଶ ରାଇନା ଅଧାରୁ ସ୍ୱଦେଶ ଫେରି ଆସିଥିବା କୁହାଯାଇଥିଲା। ସେହିପରି ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। ରାଇନାଙ୍କୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ହୋଟେଲ ରୁମ ନ ମିଳିବାରୁ ସେ ଆଇପିଏଲ ଅଧାରୁ ଚାଲି ଆସିଥିବା ମଧ୍ୟ କିଛି ରିପୋର୍ଟ ପ୍ରକାଶ ପାଇଥିଲା।

କିନ୍ତୁ ଏବେ ରାଇନା ପୂରା ଘଟଣାର ଖୁଲାସା କରିଛନ୍ତି। ତାଙ୍କ ସମ୍ପର୍କୀୟମାନଙ୍କୁ ପଞ୍ଜାବରେ ହତ୍ୟା କରାଯାଇଥିଲା। ଏପରି ଏକ ସମୟରେ ସେ ତାଙ୍କ ବାପା ଓ ଅନ୍ୟ ପରିବାର ବର୍ଗଙ୍କ ସମୟ ବିତାଇବାକୁ ଆଇପିଏଲ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

Advertisment

ଗୋଟିଏ କାର୍ଯ୍ୟକ୍ରମରେ ରାଇନା କହିଛନ୍ତି, “ପରିବାରରେ ଗୋଟିଏ ଶୋକ ସମୟ ଚାଲିଥିଲା। ମୋ ପିଇସାଙ୍କ ଘରେ ମୃତ୍ୟୁ ଘଟଣା ଘଟିଥିଲା। ଗୋଟିଏ ଗ୍ୟାଙ୍ଗର ସଦସ୍ୟମାନେ ପୂରା ପରିବାରକୁ ହତ୍ୟା କରିଥିଲେ। ପଞ୍ଜାବର ପଠାନକୋଟରେ ଏହା ଘଟିଥିଲା।

ତେଣୁ ମୁଁ ସେଠାରେ ପହଞ୍ଚିବାକୁ ଚାହିଁଥିଲି। ଆଇପିଏଲରେ ବାୟୋ ବବଲ୍ସ ନିୟମ ଚାଲିଥିଲା। ସେଠାରୁ ବାହାରିବା ପରେ ପ୍ରବେଶ ନଥାଏ। ପରିବାରରେ ହତ୍ୟାକାଣ୍ଡ ଯୋଗୁ ବାପା ମର୍ମାହତ ହୋଇଥିଲେ।

କାଚ୍ଛେ ଗ୍ୟାଙ୍ଗ ଆମର ସବୁ କିଛି ଓଲଟପାଲଟ କରି ଦେଇଥିଲେ। ମୋର ପୂରା ପରିବାର ଦୁଃଖରେ ଥିଲେ। ମୁଁ ଭାବିଥିଲି ଯେ ପରିବାର ପରେ କ୍ରିକେଟ ଆସୁଛି। ମୁଁ ଯେକୌଣସି ସମୟରେ ଖେଳିପାରିବି। ମୋ ପରିବାର ସେହି ସମୟରେ ଗୁରୁତ୍ୱପୂର୍ଣ୍ଣ ଥିଲା।

ହଁ, ଏକଥା ମୁଁ ମହେନ୍ଦ୍ର ସିଂହ ଧୋନି ଓ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲି। ମୋ ପରିବାର ପ୍ରଥମେ ଆସୁଛି। ଏହାପରେ ମୁଁ ପୁଣି କ୍ରିକେଟକୁ ଫେରିଥିଲି। ୨୦୨୧ ଆଇପିଏଲରେ ଆମେ ଏକାଠି ଖେଳି ଟ୍ରଫି ଜିତିଥିଲୁ।

କିନ୍ତୁ ୨୦୨୦ରେ ପରିବାର ଅବସ୍ଥା ଭଲ ନଥିଲା। କୋଭିଡ ୧୯ ଯୋଗୁ ପରିବାର ମାନସିକ ଚାପରେ ଥିଲେ। ଏହାପରେ ହତ୍ୟାକାଣ୍ଡ ସ୍ଥିତିକୁ ଆହୁରି ଖରାପ କରି ଦେଇଥିଲା। ତେଣୁ ମୁଁ ଘରକୁ ଆସି ପରିବାର ଲୋକଙ୍କ ସହ ସମୟ କାଟିଥିଲି।”

୨୦୨୧ରେ ରାଇନାଙ୍କ ଉପସ୍ଥିତିରେ ଚେନ୍ନାଇ ଟ୍ରଫି ଜିତିଥିଲା। ଟ୍ରଫି ଜିତିବା ପରେ ରାଇନା ଆଇପିଏଲରୁ ଅବସର ଘୋଷଣା କରିଥିଲେ।

Suresh Raina CSK IPL IPL 2024 MS Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe