Advertisment

ରାଇନା ଆଉଟ୍, ଭୁବନେଶ୍ୱର କୁମାର କ୍ୟାପଟେନ୍

ନୂଆଦିଲ୍ଲୀ: ଚଳିତ ମାସରେ ଆରମ୍ଭ ହେବାକୁଥିବା ବିଜୟ ହଜାର ଟ୍ରଫି ପାଇଁ ଉତ୍ତର ପ୍ରଦେଶ ଟିମର ଘୋଷଣା କରାଯାଇଛି। ତେବେ ଏହି ଟିମରୁ ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କୁ ବାଦ୍ ଦିଆଯାଇଛି। ଉତ୍ତର ପ୍ରଦେଶର କ୍ୟାପଟେନ୍ ଭାବେ ଭୁବନେଶ୍ୱର କୁମାରଙ୍କୁ ନିଯୁକ୍ତ କରାଯାଇଛି। ଗତ ମାସରେ ଆୟୋଜିତ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ରାଇନାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ବୋଧହୁଏ ଏହି କାରଣରୁ ରାଇନାଙ୍କୁ ଦିନିକିଆ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି। ଗତ ବର୍ଷ […]

ଅଦ୍ୟତନ ହୋଇଛି
ରାଇନା ଆଉଟ୍, ଭୁବନେଶ୍ୱର କୁମାର କ୍ୟାପଟେନ୍

raina

Advertisment

ନୂଆଦିଲ୍ଲୀ: ଚଳିତ ମାସରେ ଆରମ୍ଭ ହେବାକୁଥିବା ବିଜୟ ହଜାର ଟ୍ରଫି ପାଇଁ ଉତ୍ତର ପ୍ରଦେଶ ଟିମର ଘୋଷଣା କରାଯାଇଛି। ତେବେ ଏହି ଟିମରୁ ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କୁ ବାଦ୍ ଦିଆଯାଇଛି। ଉତ୍ତର ପ୍ରଦେଶର କ୍ୟାପଟେନ୍ ଭାବେ ଭୁବନେଶ୍ୱର କୁମାରଙ୍କୁ ନିଯୁକ୍ତ କରାଯାଇଛି।

Advertisment

ଗତ ମାସରେ ଆୟୋଜିତ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ରାଇନାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ବୋଧହୁଏ ଏହି କାରଣରୁ ରାଇନାଙ୍କୁ ଦିନିକିଆ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ମହେନ୍ଦ୍ର ସିଂହ ଧୋନି ଅବସର ଘୋଷଣା କରିଥିଲେ। ଧୋନିଙ୍କ ଅବସର ଘୋଷଣାର ଠିକ୍ ପରେ ପରେ ରାଇନା ମଧ୍ୟ କ୍ରିକେଟକୁ ଅଲବିଦା କହିଥିଲେ।

କ୍ରିକେଟରୁ ଅବସର ନେବା ପରେ ରାଇନା ୟୁଏଇରେ ଅନୁଷ୍ଠିତ ଆଇପିଏଲରୁ ମଧ୍ୟ ଓହରିଯାଇଥିଲେ। ରାଇନା ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ସହ ୟୁଏଇ ଗସ୍ତ କରିଥିଲେ। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ରାଇନା ସ୍ୱଦେଶ ଫେରିଆସିଥିଲେ। ରାଇନାଙ୍କ ଏହି ନିଷ୍ପତ୍ତିକୁ ଅନେକେ ବିରୋଧ ମଧ୍ୟ କରିଥିଲେ। ଏବେ ରାଇନାଙ୍କୁ ଏଭଳି ରାଜ୍ୟ ଟିମରୁ ବାଦ୍ ଦେବା ତାଙ୍କର କ୍ରିକେଟ୍ କ୍ୟାରିୟର ସଙ୍କଟରେ ପଡ଼ିଯାଇଛି।

Advertisment

ଉତ୍ତର ପ୍ରଦେଶ ସ୍କ୍ୱାଡ୍: ଭୁବନେଶ୍ୱର କୁମାର (କ୍ୟାପଟେନ୍), କରନ ଶର୍ମା (ଭାଇସ୍ କ୍ୟାପଟେନ୍), ପ୍ରିୟମ ଗର୍ଗ, ଅକ୍ଷଦୀପ ନାଥ, ରିଙ୍କୁ ସିଂହ, ସମୀର ଚୌଧୁରୀ, ମାଧବ କୌଶିକ୍, ଅଭିଷେକ ଗୌସ୍ୱାମୀ, ସମର୍ଥ ସିଂହ, ଅଲମାସ ଶୌକତ, ଉପେନ୍ଦ୍ର ଯାଦବ, ଆର୍ଯ୍ୟନ୍ ଜୁୟଲ୍, କାର୍ତ୍ତିକ ତ୍ୟାଗି, ଶିବମ ମାଭି, ମୋସିନ୍ ଖାନ୍, ଆକିବ୍ ଖାନ୍, ସୋନୁ ସୈନୀ, ପୂର୍ଣ୍ଣାଙ୍କ ତ୍ୟାଗି, ଯୋଗେନ୍ଦ୍ର ଦୋୟାଲ୍, ଜସମେର୍ ଧନକର, ମୁନୀନ୍ଦ୍ର ମୌର୍ଯ୍ୟ, ଶିବମ୍ ଶର୍ମା।

Suresh Raina Vijay Hazare Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe