Advertisment

କମବ୍ୟାକ୍‌ ମ୍ୟାଚ୍‌ରେ ଗର୍ଜିଲା ରାଇନାଙ୍କ ବ୍ୟାଟ୍‌, ଚେନ୍ନାଇ ୧୮୮/୭

ମୁମ୍ବାଇ: ୨୦୨୦ ଆଇପିଏଲ ଖେଳି ନଥିବା ଅଭିଜ୍ଞ ସୁରେଶ ରାଇନା ୨୦୨୧ର ପ୍ରଥମ ମ୍ୟାଚ୍‌ରୁ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଇନାଙ୍କ ୫୪ ରନ୍‌ ସାଙ୍ଗକୁ ସାମ କୁରାନଙ୍କ ବିସ୍ଫୋକ ୧୫ ବଲରେ ୩୪ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଋଷଭ ପନ୍ତଙ୍କ ଦିଲ୍ଲୀକୁ ଚଳିତ ଆଇପିଏଲରେ ନିଜର ପ୍ରଥମ ମୁକାବିଲା ଜିତିବା ପାଇଁ ୧୮୯ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି […]

author-image
Hemant Lenka
ଅଦ୍ୟତନ ହୋଇଛି
କମବ୍ୟାକ୍‌ ମ୍ୟାଚ୍‌ରେ ଗର୍ଜିଲା ରାଇନାଙ୍କ ବ୍ୟାଟ୍‌, ଚେନ୍ନାଇ ୧୮୮/୭

Raina

ମୁମ୍ବାଇ: ୨୦୨୦ ଆଇପିଏଲ ଖେଳି ନଥିବା ଅଭିଜ୍ଞ ସୁରେଶ ରାଇନା ୨୦୨୧ର ପ୍ରଥମ ମ୍ୟାଚ୍‌ରୁ ନିଜର ଜଲୱା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରାଇନାଙ୍କ ୫୪ ରନ୍‌ ସାଙ୍ଗକୁ ସାମ କୁରାନଙ୍କ ବିସ୍ଫୋକ ୧୫ ବଲରେ ୩୪ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଋଷଭ ପନ୍ତଙ୍କ ଦିଲ୍ଲୀକୁ ଚଳିତ ଆଇପିଏଲରେ ନିଜର ପ୍ରଥମ ମୁକାବିଲା ଜିତିବା ପାଇଁ ୧୮୯ ରନ୍‌ର ଟାର୍ଗେଟ ମିଳିଛି।

Advertisment

ଟସ୍‌ ଜିତି ମୁମ୍ବାଇର ୱାଙ୍ଖଡେରେ ପନ୍ତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ୍‌ ସାବ୍ୟସ୍ତ କରି କ୍ରିସ୍‌ ୱିକ୍ସ ଓ ଯୁବ ତାରକା ଅଭେଶ ଖାନ୍‌ ୭ ରନ୍‌ ଭିତରେ ଚେନ୍ନାଇର ଦୁଇ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଜାତୀୟ ଦଳରେ ନିମ୍ନକ୍ରମରେ ବ୍ୟାଟିଂ କରୁଥିବା ମୋଇନ ଅଲୀ ଆଜି ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ତାଙ୍କ ସହ କ୍ରିଜ୍‌ରେ ରହିଥିଲେ ସୁରେଶ ରାଇନା।

ଉଭୟ ଦିଲ୍ଲୀ ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ମୋଇନ ଅଲୀ ବଡ଼ବଡ଼ ଶଟ୍‌ ଖେଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିବା ପରେ ମୋଇନ ୩୬ ରନ୍‌ କରି ରବି ଅଶ୍ୱିନଙ୍କ ବଲରେ ଆଉଟ ହୋଇଯାଇଥିଲେ।

Advertisment

ଏହାପରେ ଆରମ୍ଭ ହୋଇଥିଲା ରାଇନାଙ୍କ ଜଲୱା। ସେ ରବି ଅଶ୍ୱିନଙ୍କୁ ଛକା ଚୌକା ବର୍ଷା କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିଛି ସମୟ ପାଇଁ ଅମ୍ବାତି ରାୟୁଡୁ(୨୩) ତାଙ୍କୁ ସହଯୋଗ କରିଥିଲେ। ହେଲେ ରାୟୁଡୁଙ୍କୁ ଆଉଟ କରି ଟମ୍‌ କୁରାନ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରାଇନା ମଧ୍ୟ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ୍‌ ଆଉଟ ହୋଇ ଯାଇଥିଲେ। ପ୍ୟାଭିଲିୟନ ଫେରିବା ପୂର୍ବରୁ ୩୬ ବଲ୍‌ରେ ୫୪ ରନ୍‌ର ଇନିଂସ୍‌ ଖେଳିଥିବା ରାଇନା ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି।

ରାଇନାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ରେଟ୍‌ ମହେନ୍ଦ୍ର ସିଂହ ଧୋନି। ସମସ୍ତଙ୍କ ନଜର ତାଙ୍କ ଉପରେ ମଧ୍ୟ ରହିଥିଲା। ହେଲେ ସେ ଖାତା ଖୋଲିବା ପୂର୍ବରୁ ଅଭେଶ ଖାନ୍‌ଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହି ସମୟରେ ଚେନ୍ନାଇର ସ୍କୋର ୧୫.୩ ଓଭର୍‌ରେ ୧୩୭ ଥିଲା।

ଦଳ ୧୬୫ରୁ ୧୭୦ ରନ କରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଜାଡେଜା ଓ ସାମ କୁରାନ ସବୁ କିଛି ଓଲଟ ପାଲଟ କରିଦେଇଥିଲେ। ବିଶେଷ କରି ସାମ କୁରନା ୧୯ ଓଭର ବୋଲିଂ କରିବାକୁ ଆସିଥିବା ତାଙ୍କ ଭାଇ ଟମ କୁରାନ୍‌ଙ୍କୁ ଲଗାତର ୨ଟି ଛକା ଓ ଗୋଟିଏ ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ଓଭର୍‌ରେ ଚେନ୍ନାଇ ୨୩ ରନ୍‌ ଆଦାୟ କରିଥିଲା। ସାମ କୁରାନଙ୍କୁ ଜାଡେଜା ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ।

ଇନିଂସ୍‌ର ଶେଷ ବଲ୍‌ରେ ସାମ କୁରାନ(୩୪) ନିଜର ଦେଶର ସାଥୀ ଖେଳାଳି କ୍ରିସ୍‌ ୱକ୍ସଙ୍କ ବଲରେ କ୍ଲିନବୋଲ୍ଡ ହେବାରୁ ଚେନ୍ନାଇ ୧୮୮ରେ ଅଟକି ଯାଇଥିଲା। ସାମ କୁରାନ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି। ଜାଡେଜା ଶେଷ ଯାଏ ୧୭ ବଲ୍‌ରେ ୨୬ ରନ୍‌ କରି ଅପରାଜିତ ରହିଥିଲେ।