Advertisment

ସୂର୍ଯ୍ୟଙ୍କ ବିସ୍ଫୋରଣ, ୱେଷ୍ଟଇଣ୍ଡିଜକୁ ୧୮୫ ରନ୍‌ର ଟାର୍ଗେଟ୍

କୋଲକାତା: ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ୫ ୱିକେଟ୍ ହରାଇ ୧୮୪ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ମାତ୍ର ୩୧ ବଲରେ ୧ ଚୌକା ଓ ୭ ଛକା ସହ ୬୫ ଓ ଭେଙ୍କଟେଶ ଆୟର୍ ୧୯ ବଲରେ ୪ ଚୌକା ଓ ୨ ଛକା ସହ ୩୫ ରନ୍ କରି ଅପରାଜିତ ରହିଛନ୍ତି। ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜକୁ ସମ୍ମାନ […]

ଅଦ୍ୟତନ ହୋଇଛି
ସୂର୍ଯ୍ୟଙ୍କ ବିସ୍ଫୋରଣ, ୱେଷ୍ଟଇଣ୍ଡିଜକୁ ୧୮୫ ରନ୍‌ର ଟାର୍ଗେଟ୍

surya-kumar

Advertisment

କୋଲକାତା: ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ୫ ୱିକେଟ୍ ହରାଇ ୧୮୪ ରନ୍ କରିଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ମାତ୍ର ୩୧ ବଲରେ ୧ ଚୌକା ଓ ୭ ଛକା ସହ ୬୫ ଓ ଭେଙ୍କଟେଶ ଆୟର୍ ୧୯ ବଲରେ ୪ ଚୌକା ଓ ୨ ଛକା ସହ ୩୫ ରନ୍ କରି ଅପରାଜିତ ରହିଛନ୍ତି। ସିରିଜ୍ ହାରିସାରିଥିବା ୱେଷ୍ଟଇଣ୍ଡିଜକୁ ସମ୍ମାନ ରକ୍ଷା ପାଇଁ ୧୮୫ ରନ୍ କରିବାକୁ ପଡ଼ିବ।

Advertisment

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡ (୪)ଙ୍କ ୱିକେଟ୍ ହରାଇଥିଲା। ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ଆଣିଥିଲେ। ଶ୍ରେୟସ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୧୬ ‍ଲରେ ୨୫ (୪ ଚୌକା) ରନ୍ କରିଥିଲେ। ଈଶାନ୍ ମଧ୍ୟ ଆତ୍ମବିଶ୍ୱାସ ହରାଇ ବସିଥିଲେ ଏବଂ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପୁଣିଥରେ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ। ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ୯୩ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬୫ (୩୧ ବଲ୍, ୧ ଚୌକା, ୭ ଛକା) ଓ ଭେଙ୍କଟେଶ୍ ଅପରାଜିତ ୩୫ (୧୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର୍, ଶେଫର୍ଡ, ଚେଜ୍, ହେଡେନ୍ ୱାଲ୍ସ ଓ ଡୋମିନିକ୍ ଡ୍ରେକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe