Advertisment

ସୂର୍ଯ୍ୟକୁମାରଙ୍କ ଧମାକା, ମାତ୍ର ୨୬ ବଲ୍‌ରେ ୧୨୨ ରନ୍

ନୂଆଦିଲ୍ଲୀ: ଭାରତୀୟ ଦଳରେ ସାମିଲ୍ ହେବା ପରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଚଳିତ ବିଜୟ ହଜାରେ ଟ୍ରଫିର ଆଜି ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ପୁଡୁଚେରୀ ଟିମର ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ପୃଥ୍ୱୀ ଶ’ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି। ଗୋଟିଏ ପଟେ ପୃଥ୍ୱୀ ଦ୍ୱିଶତକ ମାରିଥିବା ବେଳେ ଅନ୍ୟପଟେ ସୂର୍ଯ୍ୟକୁମାର ମଧ୍ୟ ଦ୍ରୁତ ଶତକ ମାରିଛନ୍ତି। […]

author-image
Ranjit Kumar Jena
ସୂର୍ଯ୍ୟକୁମାରଙ୍କ ଧମାକା, ମାତ୍ର ୨୬ ବଲ୍‌ରେ ୧୨୨ ରନ୍

surya

ନୂଆଦିଲ୍ଲୀ: ଭାରତୀୟ ଦଳରେ ସାମିଲ୍ ହେବା ପରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଚଳିତ ବିଜୟ ହଜାରେ ଟ୍ରଫିର ଆଜି ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ସୂର୍ଯ୍ୟକୁମାର ପୁଡୁଚେରୀ ଟିମର ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ପୃଥ୍ୱୀ ଶ’ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି।

Advertisment

ଗୋଟିଏ ପଟେ ପୃଥ୍ୱୀ ଦ୍ୱିଶତକ ମାରିଥିବା ବେଳେ ଅନ୍ୟପଟେ ସୂର୍ଯ୍ୟକୁମାର ମଧ୍ୟ ଦ୍ରୁତ ଶତକ ମାରିଛନ୍ତି। ସୂର୍ଯ୍ୟକୁମାର ମାତ୍ର ୫୦ ବଲରେ ଶତକ ମାରିଛନ୍ତି। ସେ ୫୮ ବଲରେ ୨୨୯ ଷ୍ଟ୍ରାଇକ୍ ରେଟରେ ୧୩୩ ରନ୍‌ର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି, ଯେଉଁଥିରେ ୨୨ ଚୌକା ଓ ୪ ଛକା ସାମିଲ ଅଛି। ଅର୍ଥାତ ସୂର୍ଯ୍ୟକୁମାର ୨୬ ବଲ୍‌ରେ (କେବଳ ବାଉଣ୍ଡ୍ରୀରୁ) ୧୨୦ ରନ୍ ମାରିଛନ୍ତି। ଲିଷ୍ଟ-ଏ’ରେ ଏହା ଦ୍ୱିତୀୟ ଦ୍ରୁତ ଶତକ। ଏହା ପୂର୍ବରୁ ୨୦୧୦ରେ ୟୁସୁଫ ପଠାନ୍ ମହାରାଷ୍ଟ୍ର ବିପକ୍ଷରେ ୪୦ ବଲରେ ଶତକ ମାରିଥିଲେ।

ସୂର୍ଯ୍ୟକୁମାର ମଧ୍ୟ ନିଜର ଏହି ଦ୍ରୁତ ଶତକ ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ୨୦୧୩ରେ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୨ ବଲରେ ଶତକ ମାରିଥିଲେ। କିନ୍ତୁ ସୂର୍ଯ୍ୟକୁମାର ୫୦ ବଲରେ ଶତକ ମାରି ନୂଆ ରେକର୍ଡ କରିଛନ୍ତି।

Advertisment

ସୂର୍ଯ୍ୟକୁମାର ଓ ପୃଥ୍ୱୀ ଶ’ ତୃତୀୟ ୱିକେଟ୍ ପାଇଁ ୨୦୧ ରନ୍‌ର ପାର୍ଟନରଶିପ୍ କରିଛନ୍ତି। ପୃଥ୍ୱୀ ମଧ୍ୟ ଏହି ମ୍ୟାଚରେ ୨୨୭ ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ଯାହା ଲିଷ୍ଟ-ଏ କ୍ରିକେଟରେ ସର୍ବାଧିକ। ଦୁହିଁଙ୍କ ଏହି ଇନିଂସ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୪୫୭ ରନର ବିଶାଳ ସ୍କୋର ଛିଡ଼ା କରିଛି। ବିଜୟ ହଜାରେ ଟ୍ରଫି ଇତିହାସରେ ଏହା ସର୍ବାଧିକ ସ୍କୋର।

କିଛି ଦିନ ତଳେ ଝାଡ଼ଖଣ୍ଡ ମଧ୍ୟ ପ୍ରଦେଶ ବିପକ୍ଷରେ ୯ ୱିକେଟ୍ ହରାଇ ୪୨୨ ରନ୍ କରିଥିଲା। ତେବେ ୫୦ ଓଭର କ୍ରିକେଟ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋର ରେକର୍ଡ ଇଂଲିଶ କାଉଣ୍ଟି ଟିମ୍ ସରେ ନାଁରେ ରହିଛି। ସରେ ୪ ୱିକେଟରେ ୪୯୪ ରନ୍ କରିଥିଲା। ଏହା ପରକୁ ଇଂଲଣ୍ଡ (୪୮୧/୬) ଓ ଇଣ୍ଡିଆ-ଏ (୪୫୮/୪) ରହିଛନ୍ତି।