Advertisment

T20 World Cup: ପ୍ରଥମ ମ୍ୟାଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଏକା ଲଢ଼ିଲେ ସୂର୍ଯ୍ୟ କୁମାର

ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ପ୍ରଥମ ମ୍ୟାଚ୍‌ରେ ଘାଇଲା କରିଛି ଅପେକ୍ଷାକୃତ ଦୁର୍ବଳ ଆମେରିକା। ନିଜର ବ୍ୟାଟିଂ ପାୱାର ପାଇଁ ଜଣାଶୁଣା ଭାରତ ପାଇଁ ଆଜିର ମ୍ୟାଚ୍‌ରେ କେବଳ ଏକା ଲଢ଼ିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ।

author-image
Hemant Lenka
SKY

ସୂର୍ଯ୍ୟ କୁମାର

ଟି-୨୦ ବିଶ୍ୱକପ(T20 World Cup)ର ପ୍ରଥମ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ପ୍ରଥମ ମ୍ୟାଚ୍‌ରେ ଘାଇଲା କରିଛି ଅପେକ୍ଷାକୃତ ଦୁର୍ବଳ ଆମେରିକା। ନିଜର ବ୍ୟାଟିଂ ପାୱାର ପାଇଁ ଜଣାଶୁଣା ଭାରତ ପାଇଁ ଆଜିର ମ୍ୟାଚ୍‌ରେ କେବଳ ଏକା ଲଢ଼ିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ସେ ଦମଦାବର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୧ ରନ କରିବାକୁ ସକ୍ଷମ ହୋଇଛି।

Advertisment

ଫଳରେ ପ୍ରଥମ ମ୍ୟାଚରେ ବିପର୍ଯ୍ୟୟ ଘଟାଇବାକୁ ୟୁଏସଏସକୁ କରିବାକୁ ପଡ଼ିବ ୧୬୨ ରନ। ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୪୯ ବଲରେ ୪୯ ରନ କରିଥିବା ବେଳେ ଆଉ କେହି ୩୦ ରନ ଅତିକ୍ରମ କରି ନାହାନ୍ତି। 

ମୁମ୍ବାଇର ଐତିହାସିକ ୱାଙ୍ଖେଡେରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦ୍ୱିତୀୟ ଓଭରରେ ଅଭିଷେକ ଶର୍ମା(୦)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଅଲୀ ଖାନ ନେଇଥିଲେ। ଅଭିଷେ ପ୍ରଥମ ବଲରେ ଛକା ମାରିବାକୁ ଯାଇ ବାଉଣ୍ଡରୀ ପାଖରେ ଧରାପଡ଼ି ଯାଇଥିଲେ। ଈଶାନ କିଶନ ୧୬ ବଲରେ ୨୦ ରନ କରି ଆଉଟ ହେବା ବେଳକୁ ଭାରତର ସ୍କୋର ୪୨ ରହିଥିଲା। ତାଙ୍କ ୱିକେଟ ଶାଡଲି ଭାନ୍ ସ୍କାଲକ୍ୱିକ୍‌ ନେଇଥିଲେ।

Advertisment

ସମାନ ଓଭରରେ ସେ ତିଳକ ବର୍ମା(୨୫) ଓ ଶିବମ ଦୁବେଙ୍କୁ ମଧ୍ୟ ଆଉଟ କରି ଦେଇଥିଲେ। ଗୋଟିଏ ଓଭରରେ ସେ ୩ ୱିକେଟ ପାଇଥିଲେ।

ରିଙ୍କୁ ସିଂହ ୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ ମଧ୍ୟ ସମସ୍ତଙ୍କୁ ନିରାଶ କରିଛନ୍ତି। ଭାରତ ୭୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ କ୍ରିଜରେ ଛିଡ଼ା ହୋଇ ଗୋଟିଏ ପଟେ ସବୁ କିଛି ଦେଖୁଥିଲେ ସୂର୍ଯ୍ୟ କୁମାର। ଏହି ସମୟରେ ତାଙ୍କୁ ସାଥ ଦେବାକୁ ଆସିଥିଲେ ଅକ୍ଷର ପଟେଲ। ସେ କିଛି ସମୟ ସୂର୍ଯ୍ୟ କୁମାରଙ୍କୁ ସାଥ ଦେଇଥିଲେ।

ହେଲେ ଦଳୀୟ ସ୍କୋର ୧୧୮ ରନ ଥିବା ବେଳେ ଅକ୍ଷର ୧୪ ରନ କରି ହରମିତ ସିଂହଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ସେ ଆଉଟ କରି ଥିଲେ। ଦଳୀୟ ସ୍କୋର ୧୭ ଓଭର ସୁଦ୍ଧା ୧୨୨ ରନ ରହିଥିଲା। ସୂର୍ଯ୍ୟ କୁମାର ୪୭ ଓ ଅର୍ଶଦୀପ ସିଂହ ୪ ରନ କରିଥିଲେ। ଏହି ସମୟରେ ବୋଲିଂ କରିବାକୁ ଆସିଥିଲେ ଶୁଭମ ରଞ୍ଜନ। ତାଙ୍କୁ ଚୌକା ମାରି ସୂର୍ଯ୍ୟ କୁମାର ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତଥାପି ଏହି ଓଭରରେ ଭାରତକୁ କେବଳ ୬ ରନ ମିଳିଥିଲା। 

୧୯ତମ ଓଭର ବୋଲିଂ କରିବାକୁ ଆସିଥିବା ସ୍କାଲକ୍ୱିକ୍‌ଙ୍କ ସାମ୍ନା ଏଥର ସୂର୍ଯ୍ୟ କୁମାରଙ୍କ ସହ ହୋଇଥିଲା। ଏହି ଓଭରରେ ସେ ୧୧ ରନ ଆଦାୟ କରିବା ପରେ ଅର୍ଶଦୀପ ସିଂହଙ୍କୁ ଶେଷ ବଲ ଖେଳିବାକୁ ଦେଇଥିଲେ। କିନ୍ତୁ ଶେଷ ବଲରେ ଛକା ମାରିବାକୁ ଯାଇ ସେ ବାଉଣ୍ଡରୀ ପାଖରେ ଧରାପଡ଼ି ଯାଇଥିଲେ। ସ୍କାଲକ୍ୱିକ୍‌ ୪ ଓଭରରେ ମାତ୍ର ୨୫ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। ୧୯ ଓଭର ଶେଷ ସୁଦ୍ଧା ଭାରତ ୮ ୱିକେଟ ହରାଇ ୧୪୦ ରନ କରିଥିଲା। 

ଇନିଂସର ଶେଷ ଓଭର ପକାଇବାକୁ ଆସିଥିଲେ ସୌରଭ ନେତ୍ରାଭଲକର। ପ୍ରଥମ ବଲରେ ଚୌକା ମାରି ତାଙ୍କୁ ସୂର୍ଯ୍ୟ କୁମାର ଯାଦବ ସ୍ୱାଗତ କରିଥିଲେ। ଦ୍ୱିତୀୟ ବଲରେ ମିଳିଥିଲା ଛକା। ଏହି ଛକା ସହ ଭାରତର ସ୍କୋର ୧୫୦ ରନ ଛୁଇଁଥିଲା। ତୃତୀୟ ବଲରେ ସେ ପୁଣି ଛକା ମାରିଥିଲେ। ୪ର୍ଥ ବଲରୁ ଚୌକା ଆସିଥିଲା। ୫ମ ବଲ ଡଟ ହୋଇଥିଲା। ଶେଷ ବଲରେ ସୂର୍ଯ୍ୟ କୁମାର ୧ ରନ ନେବା ସହ ଦୁଇ ରନ ନେବା ବେଳେ ବରୁଣ ଚକ୍ରବର୍ତ୍ତୀ ରନ ଆଉଟ ହୋଇଥିଲେ। 

ସୂର୍ଯ୍ୟ କୁମାର ଶେଷ ଯାଏ ୪୯ ବଲରେ ୮୪ ରନର ଇନିଂସ ଖେଳି ଅପରାଜିତ ରହିଥିଲେ। ସେ ଏହି ଇନିଂସରେ ୧୦ଟି ଚୌକା ଓ ୪ଟି ଛକା ମାରିଛନ୍ତି। ତାଙ୍କ ଇନିଂସ ଯୋଗୁ ଭାରତ ୯ ୱିକେଟ ହରାଇ ୧୬୧ ରନ କରିପାରିଛି। 

T20 World Cup