Advertisment

ଆଇସିସି ରାଙ୍କିଙ୍ଗ: ସୂର୍ଯ୍ୟ କୁମାର ବିଶ୍ୱର ୧ନଂ ବ୍ୟାଟର

ଦୁବାଇ: ବିଶ୍ୱର ସବୁ ଖେଳାଳିଙ୍କୁ ପଛରେ ପକାଇ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତ ସୂର୍ଯ୍ୟ କୁମାର ଯାଦବ। ପୂର୍ବରୁ ସେ ୩ନଂ ସ୍ଥାନରେ ଥିବା ବେଳେ ଆଜି ସେ ୧ନଂ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ ୧ନଂ ସ୍ଥାନରେ ଥିବା ମହମ୍ମଦ ରିଜୱାନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଚଳିତ ବିଶ୍ୱକପ ଟି-୨୦ରେ ସୂର୍ଯ୍ୟ କୁମାର ଦମଦାର ପ୍ରଦର୍ଶନ କରିବାରୁ ତାଙ୍କୁ ରାଙ୍କିଙ୍ଗ ଏପରି ଫାଇଦା ମିଳିଛି। ଏବେ […]

ଆଇସିସି ରାଙ୍କିଙ୍ଗ: ସୂର୍ଯ୍ୟ କୁମାର ବିଶ୍ୱର ୧ନଂ ବ୍ୟାଟର

surya-kumar

Advertisment

ଦୁବାଇ: ବିଶ୍ୱର ସବୁ ଖେଳାଳିଙ୍କୁ ପଛରେ ପକାଇ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି ଭାରତ ସୂର୍ଯ୍ୟ କୁମାର ଯାଦବ। ପୂର୍ବରୁ ସେ ୩ନଂ ସ୍ଥାନରେ ଥିବା ବେଳେ ଆଜି ସେ ୧ନଂ ସ୍ଥାନ ଦଖଲ କରିଛନ୍ତି। ପୂର୍ବରୁ ୧ନଂ ସ୍ଥାନରେ ଥିବା ମହମ୍ମଦ ରିଜୱାନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି।

Advertisment

ଚଳିତ ବିଶ୍ୱକପ ଟି-୨୦ରେ ସୂର୍ଯ୍ୟ କୁମାର ଦମଦାର ପ୍ରଦର୍ଶନ କରିବାରୁ ତାଙ୍କୁ ରାଙ୍କିଙ୍ଗ ଏପରି ଫାଇଦା ମିଳିଛି। ଏବେ ସୂର୍ଯ୍ୟଙ୍କ ପଏଣ୍ଟ ସଂଖ୍ୟା ୮୬୩ ଥିବା ବେଳେ ଦ୍ୱିତୀୟରେ ଥିବା ରିଜୱାନଙ୍କ ପାଖରେ ୮୪୨ ପଏଣ୍ଟ ରହିଛି। ୩ୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ, ୪ର୍ଥରେ ପାକିସ୍ତାନର ବାବର ଆଜମ, ୫ମରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୬ଷ୍ଠରେ ଇଂଲଣ୍ଡର ଡାୱିଡ ମଲାନ, ୭ମରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ, ୮ମରେ, ଦକ୍ଷିଣ ଆଫ୍ରିକାର ରିଲି ରୁସୋ, ୯ମରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଓ ୧୦ମରେ ଭାରତର ବିରାଟ କୋହଲି ରହିଛନ୍ତି।

ଗତବର୍ଷ ମାର୍ଚ୍ଚ ମାସରେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ବହୁତ କମ ସମୟରେ ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଯାଏ ଭାରତ ପାଇଁ ୩୭ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ସୂର୍ଯ୍ୟ ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ସେ ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe