ଟି-୨୦ ରାଙ୍କିଙ୍ଗ: ୧ନଂ ସ୍ଥାନ ଦଖଲ କରିପାରିଲେନି ସୂର୍ଯ୍ୟ କୁମାର

ଦୁବାଇ: ଟିମ ଇଣ୍ଡିଆର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଦମଦାର ଫର୍ମରେ ଥିଲେ ମଧ୍ୟ ଆଇସିସି ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟ କୁମାର ତୃତୀୟ ମ୍ୟାଚ୍‌ରେ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି କାରଣରୁ ଆଜି ଆଇସିସି ପକ୍ଷରୁ ଜାରି ଟି-୨୦ ବ୍ୟାଟର ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ୨ନଂ ସ୍ଥାନରେ ରହିଛନ୍ତି। […]

surya-kumar

surya-kumar

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 03:15 PM IST

Sports

Latest News

ଦୁବାଇ: ଟିମ ଇଣ୍ଡିଆର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଦମଦାର ଫର୍ମରେ ଥିଲେ ମଧ୍ୟ ଆଇସିସି ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଓ ଦ୍ୱିତୀୟ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟ କୁମାର ତୃତୀୟ ମ୍ୟାଚ୍‌ରେ କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି କାରଣରୁ ଆଜି ଆଇସିସି ପକ୍ଷରୁ ଜାରି ଟି-୨୦ ବ୍ୟାଟର ରାଙ୍କିଙ୍ଗରେ ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ୨ନଂ ସ୍ଥାନରେ ରହିଛନ୍ତି।

ହେଲେ ୧ନଂ ସ୍ଥାନରେ ଥିବା ମହମ୍ମଦ ରିଜୱାନଙ୍କ ନିକଟବର୍ତ୍ତୀ ହୋଇଛନ୍ତି। ଏବେ ରିଜୱାନ ଓ ସୂର୍ଯ୍ୟଙ୍କ ମଧ୍ୟରେ କେବଳ ୧୬ ପଏଣ୍ଟର ବ୍ୟବଧାନ ରହିଛି। ଟି-୨୦ ବିଶ୍ୱକପ ବେଳେ ସୂର୍ଯ୍ୟ କୁମାର ଯାଦବ ଯଦି ଭଲ ପ୍ରଦର୍ଶନ କରିବେ, ତା’ହେଲେ ସେ ରିଜୱାନଙ୍କୁ ପଛରେ ପକାଇବାକୁ ସକ୍ଷମ ହେବେ।

ବର୍ତ୍ତମାନ ରିଜୱାନ ୮୫୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ସୂର୍ଯ୍ୟ କୁମାର ୮୩୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜମ, ୪ର୍ଥରେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ, ୫ମରେ ଇଂଲଣ୍ଡର ଡାୱଡି ମଲାନ, ୬ଷ୍ଠରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ, ୭ମରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ୟୁଏଇର ମହମ୍ମଦ ୱାସୀମ ଓ ୧୦ମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ରହିଛନ୍ତି।

ଅନ୍ୟପକ୍ଷରେ ଟିମ ଇଣ୍ଡିଆର ଓପନର କେଏଲ ରାହୁଲ ୩ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ୧୫ତମ ସ୍ଥାନରେ ବିରାଟ କୋହଲି ଓ ୧୬ତମ ସ୍ଥାନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ଦମଦାର ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ ବ୍ୟାଟର ରାଙ୍କିଙ୍ଗର ୮ଟି ସ୍ଥାନ ଉପରକୁ ଉଠି ୧୨ରେ ପହଞ୍ଚି ଯାଇଛନ୍ତି।

ତୃତୀୟ ଟି-୨୦ରେ ଶତକ ହାସଲ କରିଥିବା ରିଲି ରୁସୋ ୨୩ରୁ ଆସି ୨୦ତମ ସ୍ଥାନରେ ଓ ଡାଭିଡ ମିଲିର ୧୦ଟି ସ୍ଥାନ ଉପରକୁ ଉଠି ୨୯ତମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos