Advertisment

୧ନଂରେ ସୂର୍ଯ୍ୟ କୁମାର ଦୃଢ଼, ୪୬ ସ୍ଥାନ ଉପରକୁ ଉଠିଲେ ରିଙ୍କୁ ସିଂହ

ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଭାରତର ରବି ବିଷ୍ଣୋଇ ଥିବା ବେଳେ ଟପ୍ ୧୦ରେ ଦକ୍ଷିଣ ଆଫ୍ରିକାର ତାବ୍ରାଇଜ ଶାମସି ପ୍ରବେଶ କରିଛନ୍ତି।

author-image
Hemant Lenka
Rinku

Rinku

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଟିମ ଇଣ୍ଡିଆର କାମଚଳା ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଦବଦବା ଜାରି ରହିଛି। ବେଶ କିଛି ମାସ ହେବ ୧ନଂ ସ୍ଥାନରେ ରହିଥିବା ସୂର୍ଯ୍ୟ କୁମାର ଏବେ ନିଜର ପଏଣ୍ଟ ସଂଖ୍ୟାକୁ ଆହୁରି ବୃଦ୍ଧି କରିଛନ୍ତି।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ୩୬ ବଲରେ ୫୬ ରନର ଇନିଂସ ଖେଳିବାରୁ ତାଙ୍କ ପଏଣ୍ଟ ସଂଖ୍ୟା ବଢ଼ିଛି। ସେ ଏହି ଇନିଂସ ପରେ ୧୦ ପଏଣ୍ଟ ପାଇଛନ୍ତି। ଫଳରେ ଆଇସିସି ରାଙ୍କିଙ୍ଗରେ ତାଙ୍କ ପଏଣ୍ଟ ସଂଖ୍ୟା ୮୬୫କୁ ବୃଦ୍ଧି ପାଇଛି।

ସେହିପରି ରାଇଜିଂ ଇଣ୍ଡିଆ ଷ୍ଟାର ରିଙ୍କୁ ସିଂହ ରାଙ୍କିଙ୍ଗରେ ବଡ଼ ଫାଇଦା ପାଇଛନ୍ତି। ସେ ଏକାଥରେ ୪୬ଟି ସ୍ଥାନ ଉପରକୁ ଉଠି ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ।

Advertisment

ରିଙ୍କୁ ଅପରାଜିତ ୬୮ ରନର ଇନିଂସ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ ଟି-୨୦ ସିରିଜ୍‌ରେ ଘରୋଇ ଟିମ ୧-୦ରେ ଆଗୁଆ ମଧ୍ୟ ହୋଇଯାଇଛି। ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଶେଷ ମ୍ୟାଚ ଖେଳାଯିବ।

ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ସୂର୍ଯ୍ୟ କୁମାର ରହିଥିବା ବେଳେ ୭୮୭ ପଏଣ୍ଟ ସହ ମହମ୍ମଦ ରିଜୱାନ ଦ୍ୱିତୀୟ ଓ ୭୫୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଡେନ ମାର୍କରମ ତୃତୀୟରେ ଅଛନ୍ତି। ଟପ ୧୦ରେ ଅନ୍ୟତମ ଭାରତୀୟ ଋତୁରାଜ ଗାଏକ୍ୱାଡ ୭ମ ସ୍ଥାନରେ ପୂର୍ବଭଳି ରହିଛନ୍ତି।

ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଭାରତର ରବି ବିଷ୍ଣୋଇ ଥିବା ବେଳେ ଟପ୍ ୧୦ରେ ଦକ୍ଷିଣ ଆଫ୍ରିକାର ତାବ୍ରାଇଜ ଶାମସି ପ୍ରବେଶ କରିଛନ୍ତି।

ICC Rinku Singh Suryakumar Yadav