/odisha-reporter/media/media_files/2025/10/28/sky-2025-10-28-13-49-14.jpg)
ସୂର୍ଯ୍ୟ କୁମାର ଓ ଶ୍ରେୟସ ଆୟର
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଳେ ଗୁରୁତର ଆହତ ହୋଇଥିବା ଶ୍ରେୟସ ଆୟର(Shreyas Iyer)ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ତଥ୍ୟ ଦେଇଛି ଟିମ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଆୟର କ୍ୟାଚ୍ ଧରିବା ବେଳେ ଆହତ ହୋଇଥିଲେ। ତାଙ୍କ ବାମ ପଟ ପଞ୍ଜରା ହାଡ଼ରେ ଗୁରୁତର ଆଘାତ ଲାଗିଥିଲା। ଏଥିଯୋଗୁ ସେ ପଡ଼ିଆ ଛାଡ଼ିବା ସହ ଡ୍ରେସିଂ ରୁମରେ ଅଚେତ ହୋଇ ଯାଇଥିଲେ। ଏଥିପାଇଁ ଶନିବାରୁ ଠାରୁ ସିଡ୍ନୀ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ ଆୟର। ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥିଲା।
ସୋମବାର ସେ ଆଇସିୟୁର ବାହାରି ଥିବା ବେଳେ ଆଜି ସୂର୍ଯ୍ୟ କୁମାର ଯାଦବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବଡ଼ ତଥ୍ୟ ଦେଇଛନ୍ତି। ତାଙ୍କ କହିବା କଥା ଯେ ଆୟର ଏବେ ବି ହସ୍ପିଟାଲରେ ରହିଛନ୍ତି। କିନ୍ତୁ ସେ ମୋବାଇଲ ଫୋନରେ ମେସେଜର ଜବାବ ଦେଉଛନ୍ତି।
ବୁଧବାର ଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବ। ଏହାପୂର୍ବରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସମୟରେ ସୂର୍ଯ୍ୟ କୁମାରଙ୍କୁ ଆୟରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି ଯେ “ଆହତ ସମ୍ପର୍କରେ ମୁଁ ଖବର ପାଇବା ମାତ୍ରେ ତାଙ୍କୁ ଫୋନ କରିଥିଲି। ମୁଁ ଜାଣିବାକୁ ପାଇଥିଲି ଯେ ତାଙ୍କ ପାଖରେ ଫୋନ ନାହିଁ। ତେଣୁ ଫିଜିଓ କମଲେଶ ଜୈନଙ୍କୁ ଫୋନ କରିଥିଲି। ଆୟରଙ୍କ ଅବସ୍ଥା ସ୍ଥିର ଥିବା ସେ କହିଥିଲେ।
ପ୍ରଥମ ଦିନରେ ଆପଣ କିଛି ବି ନିଶ୍ଚିତ ହୋଇପାରିବେ ନାହିଁ। କିନ୍ତୁ ମୁଁ ଆୟରଙ୍କ ସହ ଦୁଇ ଦିନ ହେଲା କଥା ହେଉଛି। ସେ ମୋ ମେସେଜର ଜବାବ ଦେଉଛନ୍ତି। ଯଦି ସେ ମେସେଜର ଜବାବ ଦେଉଛନ୍ତି, ତା’ହେଲେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହା ବହୁତ ଭଲ କଥା।
ଡାକ୍ତରମାନେ ସେଠାରେ ରହିଛନ୍ତି। ସେମାନେ ତାଙ୍କୁ କିଛି ଦିନ ନିରୀକ୍ଷଣରେ ରଖିବେ। ତଥାପି ସେ ଜବାବ ଦେଉଛନ୍ତି ଓ ସମସ୍ତଙ୍କ ସହ କଥା ହେଉଛନ୍ତି। ଏହା ବହୁତ ଭଲ କଥା।”
ବିସିସିଆଇ(Bcci) ଉପ ସଭାପତି ରାଜୀବନ ଶୁକ୍ଳାଙ୍କ କହିବା କଥା ଯେ ଆୟର ଏବେ ବିପଦ ମୁକ୍ତ ରହିଛନ୍ତି। ତାଙ୍କୁ ଆଇସିସିୟୁରୁ ବାହାର କରିଦିଆଯାଇଛି। ଗୋଟିଏ ବ୍ୟକ୍ତିଗତ ରୁମରେ ଆୟର ରହିଛନ୍ତି ଓ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ସେ ସୂଚନା ଦେଇଛନ୍ତି।
ଅଷ୍ଟ୍ରେଲିଆ(Australia) ବିପକ୍ଷ ତୃତୀୟ ଦିନିକିଆ(ODI)ରେ ଆହତ ହୋଇଥିଲେ ଶ୍ରେୟସ। ସେ ଆଲେକ୍ସ କେରୀଙ୍କ କ୍ୟାଚ୍ ଧରିବା ବେଳେ ତାଙ୍କ ବାମ ପଟ ପଞ୍ଜରାରେ ଗଭୀର ଆଘାତ ଲାଗିଥିଲା। କେରୀ ଆଉଟ ହୋଇଥିଲେ ହେଁ ଆହତ ସମସ୍ୟା ଯୋଗୁ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଆୟର।
ଶନିବାର ଠାରୁ ଆୟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଞ୍ଜରାରେ ମାଡ଼ ଯୋଗୁ ତାଙ୍କର ସ୍କାନ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ କଥା ରିପୋର୍ଟରୁ ଜଣାପଡ଼ିବା ପରେ ଶନିବାର ଠାରୁ ହିଁ ଆୟର ଆସିୟୁରେ ରହିଥିଲେ। ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା। ତେଣୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲ ଯିବା ପୂର୍ବରୁ ଶ୍ରେୟସ କିଛି ସମୟ ଡ୍ରେସିଂ ରୁମରେ ରହିଥିଲେ।
ଏହି ସମୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗରେ ସମସ୍ୟା ଦେଖାଯାଇଥିଲା। ଏପରି କି ସେ ଚେତା ହରାଇ ଦେଇଥିଲେ। ଏହାକୁ ଦେଖି ବିସିସିଆଇର ମେଡିକାଲ ଟିମ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇଥିଲା। ଟିମ ଡାକ୍ତର ଓ ଫିଜିଓ କୌଣସି ପ୍ରକାରର ରିକ୍ସ ନନେଇ ଆୟରଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ଯଦି ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥାଆନ୍ତା, ତା’ହେଲେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାର ଆଶଙ୍କା ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
