Advertisment

ଟି-୨୦ ପାଇଁ ଦଳ ଘୋଷଣା: ସୂର୍ଯ୍ୟ, ତେୱାତିଆ ଓ ଈଶାନ କିଶନଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୯ ଜଣିଆ ସ୍କ୍ୱାଡ‌ ଘୋଷଣା କରିଛି। ଆହତ ସମସ୍ୟା ଯୋଗୁ ଦୀର୍ଘ ଦିନ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ନୂଆ ମୁହଁ ଭାବେ ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ, ରାହୁଲ ତେୱାତିଆ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଆଯାଇଛି। ଏହି ୪ ଯୁବ ଖେଳାଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ। ଉକ୍ତ ପ୍ରଦର୍ଶନକୁ ଆଧାର […]

author-image
Hemant Lenka
ଅଦ୍ୟତନ ହୋଇଛି
ଟି-୨୦ ପାଇଁ ଦଳ ଘୋଷଣା: ସୂର୍ଯ୍ୟ, ତେୱାତିଆ ଓ ଈଶାନ କିଶନଙ୍କୁ ସୁଯୋଗ

T-20

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଆଜି ବିସିସିଆଇ ୧୯ ଜଣିଆ ସ୍କ୍ୱାଡ‌ ଘୋଷଣା କରିଛି। ଆହତ ସମସ୍ୟା ଯୋଗୁ ଦୀର୍ଘ ଦିନ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ନୂଆ ମୁହଁ ଭାବେ ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ, ରାହୁଲ ତେୱାତିଆ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ଦିଆଯାଇଛି। ଏହି ୪ ଯୁବ ଖେଳାଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ। ଉକ୍ତ ପ୍ରଦର୍ଶନକୁ ଆଧାର କରି ବିସିସିଆଇ ସମସ୍ତଙ୍କୁ ଟି-୨୦ ସ୍କ୍ୱାଡରେ ସାମିଲ କରିଛି।

Advertisment

ବରୁଣ ଚକ୍ରବର୍ତ୍ତୀଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସ୍କ୍ୱାଡରେ ରଖାଯାଇଥିଲା। ହେଲେ ଆହତ ଯୋଗୁ ସେ ବାଦ୍‌ ପଡ଼ିଥିଲେ। ତେବେ ବରିଷ୍ଠ ଖେଳାଳି ଯଶପ୍ରୀତ ବୁମ୍ରାଙ୍କୁ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଛି। ପୂର୍ବଭଳି ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଦଳରେ ନିଜ ସ୍ଥାନ ବଜାୟୀ ରଖିଛନ୍ତି।

ଟେଷ୍ଟ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଅକ୍ଷର ପଟେଲଙ୍କୁ ଟି-୨୦ ସ୍କ୍ୱାଡରେ ମଧ୍ୟ ସୁଯୋଗ ମିଳିଛି। ବିରାଟ କୋହଲି ଟିମର କମାଣ ସମ୍ଭାଳିବେ ଓ ରୋହିତ ଶର୍ମା ତାଙ୍କ ଡେପୁଟି ଭାବେ କାର୍ଯ୍ୟ କରିବେ। କେଏଲ ରାହୁଲ, ଶିଖର ଧୱନ ଓ ଶ୍ରେୟସ ଆୟର ମଧ୍ୟ ସ୍କ୍ୱାଡରେ ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଓ ୟୁଜବେନ୍ଦର ଚହଲଙ୍କୁ ୫ ଟିକିଆ ଟି-୨୦ ସିରିଜ୍‌ ପାଇଁ ଦଳରେ ସାମିଲ କରାଯାଇଛି।

Advertisment

ମାର୍ଚ୍ଚ ୧୨ରୁ ଭାରତ ଓ ଇଂଲଣ୍ତ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ତାରିଖ ଯାଏ ଚାଲିବ। ସମସ୍ତ ୫ଟି ଯାକ ଟି-୨୦ ଅହମଦାବାଦର ମୋଟେରାରେ ଅନୁଷ୍ଠିତ ହେବ।

ଟିମ ଇଣ୍ଡିଆ ସ୍କ୍ୱାଡ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେୱାତିଆ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଈଶାନ କିଶନ, ୟୁଜବେନ୍ଦର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସୈନି ଓ ଶାର୍ଦ୍ଦୁଲ ଠାକୁର।