Advertisment

ଡେବ୍ୟୁ କରିବେ ସୂର୍ଯ୍ୟକୁମାର! ସିରିଜ୍ ହାତେଇବା ଲକ୍ଷ୍ୟରେ ବିରାଟ୍ ବାହିନୀ

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଏହି ମ୍ୟାଚ୍ ଜିତି ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ଜରିଆରେ ଦିନିକିଆ ଡେବ୍ୟୁ କରିପାରନ୍ତି। ଶ୍ରେୟସ ଆୟର୍ ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିବାର ବହୁତ ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ଟି-୨୦ କ୍ରିକେଟରେ ଜବରଦସ୍ତ ଡେବ୍ୟୁ […]

ଡେବ୍ୟୁ କରିବେ ସୂର୍ଯ୍ୟକୁମାର! ସିରିଜ୍ ହାତେଇବା ଲକ୍ଷ୍ୟରେ ବିରାଟ୍ ବାହିନୀ

surya-kumar-yadav

Advertisment

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଏହି ମ୍ୟାଚ୍ ଜିତି ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ଜରିଆରେ ଦିନିକିଆ ଡେବ୍ୟୁ କରିପାରନ୍ତି। ଶ୍ରେୟସ ଆୟର୍ ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିବାର ବହୁତ ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ଟି-୨୦ କ୍ରିକେଟରେ ଜବରଦସ୍ତ ଡେବ୍ୟୁ କରି ନିଜର ଉପସ୍ଥିତି ଜାରି କରିସାରିଛି।

Advertisment

କରୋନା ମହାମାରୀ ପୂର୍ବରୁ ଆୟର୍ ଭାରତୀୟ ଦିନିକିଆ ଟିମର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଖେଳାଳି ଥିଲା। କିନ୍ତୁ ଭାରତର ବେଞ୍ଚ ଷ୍ଟ୍ରେନ୍ଥ ଏତେ ମଜଭୁତ୍ ଯେ ଏବେ ପଦାର୍ପଣ କରିବାକୁ ଯାଉଥିବା ଯାଦବ ମଧ୍ୟ ବିଶ୍ୱ ଚାମ୍ପିୟନ୍ ଟିମ୍ ପାଇଁ ବିପ୍ପଜନକ ଲାଗୁଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସମେତ ଟିମ୍ ମ୍ୟାନେଜମେଣ୍ଟ ସାମ୍ନାରେ ଏବେ ଚୟନ ସମସ୍ୟା ଚିନ୍ତା ବଢ଼ାଇ ଦେଇଛି।

ରବୀନ୍ଦ୍ର ଜାଡେଜା ଆହତ କାରଣରୁ ତିନିମାସ ଧରି ଟିମରୁ ବାହାରେ ଅଛନ୍ତି, କିନ୍ତୁ ଟେଷ୍ଟରେ ଅକ୍ଷର ପଟେଲ ଓ ଦିନିକିଆରେ କୃନାଲ୍ ପାଣ୍ଡ୍ୟା ତାଙ୍କ ଅନୁପସ୍ଥିତି ଅନୁଭୂତ ହେବାକୁ ଦେଇନାହାନ୍ତି। ଆଇପିଏଲ୍ ଯୋଗୁ ଚର୍ଚ୍ଚା ସାଉଁଣ୍ଟିଥିବା ପ୍ରସିଦ୍ଧା କ୍ରିଷ୍ଣା ପଦାର୍ପଣ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ୪ଟି ୱିକେଟ୍ ନେଇଥିଲେ। ଜାଡେଜା ଓ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ପରେ କୃନାଲ୍ କିମ୍ବା କ୍ରିଷ୍ଣାଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ରହିବାକୁ ପଡ଼ିବ।

Advertisment

ଶିଖର ଧୱନଙ୍କ ଫର୍ମକୁ ଫେରିବା ଭାରତକୁ ସବୁଠାରୁ ଆଶ୍ୱସ୍ତି ଦେଇଛି, ଯିଏ ପ୍ରଥମ ମ୍ୟାଚରେ ୯୮ ରନ୍ କରିଥିଲେ। ରୋହିତ୍ ଶର୍ମାଙ୍କୁ ପ୍ରଥମ ମ୍ୟାଚରେ ଆଘାତ ଲାଗିଥିଲା। ଆସନ୍ତାକାଲି ମ୍ୟାଚ୍ ପାଇଁ ସେ ଫିଟ୍ ହେବା ନେଇ ଟିମ୍ ଆଶାବାଦୀ ଅଛି। ରୋହିତଙ୍କୁ ଯଦି ବିଶ୍ରାମ ମିଳେ, ତାହେଲେ ଶୁବମନ୍ ଗିଲଙ୍କ ଦ୍ୱିତୀୟ ମ୍ୟାଚରେ ଧୱନଙ୍କ ସହ ଓପନ୍ କରିପାରନ୍ତି। ତେବେ ରୋହିତଙ୍କ ଆହତ ସେତେଟା ଗୁରୁତର ନଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ତେଣୁ ରୋହିତ୍ ଫିଟ୍ ଥିଲେ, ନିଶ୍ଚୟ ଖେଳିବେ।

ଯଦି ପନ୍ତ ଖେଳିବେ, ତାହେଲେ ସେ କେବଳ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ପାଇପାରନ୍ତି ଏବଂ ରାହୁଲ୍ ୱିକେଟକିପିଂ କରିବେ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ପ୍ରଥମ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେଣୁ ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ। ଭୁବନେଶ୍ୱର କୁମାର, କ୍ରିଷ୍ଣା ଓ ଶାର୍ଦ୍ଦୁଲ ଠାକୁରଙ୍କ ପେସ୍ ଆଟାକ୍ ପ୍ରଥମ ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଲଗାତର ଖେଳିଆସୁଛନ୍ତି। ତାଙ୍କୁ ଯଦି ବିଶ୍ରାମ ଦିଆଯାଏ, ତାହେଲେ ଭାରିଏସନ୍ ପାଇଁ ଟି. ନଟରାଜନ୍ କିମ୍ବା ମହମ୍ମଦ ସିରାଜଙ୍କୁ ସାମିଲ୍ କରାଯାଇପାରେ।

ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ମ୍ୟାଚ୍ ଜିତି ସିରିଜକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି। କ୍ୟାପଟେନ୍ ଇଅନ୍ ମୋର୍ଗାନ୍ ଓ ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗସଙ୍କୁ ପ୍ରଥମେ ମ୍ୟାଚରେ ଲାଗିଥିବା ଆହତ ଟିମ୍ ମ୍ୟାନେଜମେଣ୍ଟର ସମସ୍ୟା ବଢ଼ାଇ ଦେଇଛି। ଜନ୍ନି ବେୟାରଷ୍ଟୋ ଓ ଜେସନ୍ ରୟ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଦୁହେଁ ଏହାକୁ କାଏମ ରଖିବାକୁ ଚାହିଁବେ। ହେଲେ ଟିମର ମିଡିଲ୍ ଅର୍ଡର ଆଶାମୁତାବକ ପ୍ରଦର୍ଶନ କରିପାରିନାହାନ୍ତି।

ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର ଓ ମୋଇନ୍ ଅଲୀ ବିଫଳ ରହିଥିଲେ। ଏହି ତିନି ଖେଳାଳି ଭଲ ଇନିଂସ୍ ଖେଳିଲେ ହିଁ ଟିମ୍ ବଡ଼ ସ୍କୋର କରିପାରିବ। ଅନ୍ୟପକ୍ଷରେ ଆଦିଲ୍ ରଶିଦ୍ ଓ ମୋଇନଙ୍କ ସ୍ପିନ୍ ଯୋଡ଼ି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବାରେ ବିଫଳ ହୋଇଛନ୍ତି। ପେସ୍ ବୋଲର ମାର୍କ ଉଡ୍ ନିଜର ସ୍ପୀଡ୍ ଓ ଷ୍ଟୋକ୍ସ ନିଜର ପ୍ରଭାବଶାଳୀ ବୋଲିଂ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନ ପାଇଁ ସମସ୍ୟା ଛିଡ଼ା କରିଥିଲେ। କିନ୍ତୁ ଭାରତକୁ ହରାଇବାକୁ ହେଲେ ଇଂଲଣ୍ଡର ମିଡଲ୍ ଅର୍ଡର ବ୍ୟାଟିଂକୁ କ୍ଲିକ୍ କରିବାକୁ ହେବ।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe