/odisha-reporter/media/post_attachments/uploadimage/library/16_9/16_9_0/Rohit_1721312831.jpg)
Rohit
ରୋହିତ ଶର୍ମାଙ୍କ ପରେ ଟି-୨୦ରେ ଭାରତର କମାଣ କିଏ ସମ୍ଭାଳିବେ? ଏହାକୁ ନେଇ ଚାଲିଥିବା ସସପେନ୍ସ ଉପରୁ ପରଦା ହଟିଛି। ଟି-୨୦ରେ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ।
ପୂର୍ବରୁ ରୋହିତଙ୍କ ସ୍ଥାନ ହାର୍ଦ୍ଦିକ ପାଣ୍ଡ୍ୟା ନେବେ ବୋଲି କୁହାଯାଉଥିଲା। କାରଣ ସେ ରୋହିତଙ୍କ ଡେପୁଟି ଥିଲେ। ହେଲେ ବିସିସିଆଇ ସମସ୍ତଙ୍କୁ ଚକମା ଦେଇ ସୂର୍ଯ୍ୟ କୁମାରଙ୍କୁ କ୍ୟାପ୍ଟେନ କରିଛି। ଶ୍ରୀଲଙ୍କା ବିପକ୍ଷ ସିରିଜରୁ ସୂର୍ଯ୍ୟ କୁମାର ନିଜର ନୂଆ ଦାୟିତ୍ୱ ଆରମ୍ଭ କରିବେ।
ସୂର୍ଯ୍ୟ କୁମାର ଯାଦବ ଅଧିନାୟକ ହୋଇଥିବା ବେଳେ ଶୁବମନ ଗିଲ୍ ଟି-୨୦ରେ ଭାରତର ଉପ ଅଧିନାୟକ ହୋଇଛନ୍ତି। ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ସିରିଜରେ କେବଳ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି।
ଜିମ୍ବାୱେ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ଅଭିଷେକ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସୁଯୋଗ ମିଳି ନାହିଁ। କିନ୍ତୁ ରିୟାନ ପରାଗ ସ୍କ୍ୱାଡରେ ରହିଛନ୍ତି। ବିଶ୍ୱକପ ବିଜୟୀ ଦଳରେ ଥିବା ଋଷଭ ପନ୍ତ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ଟି-୨୦କୁ କମବ୍ୟାକ କରିଛନ୍ତି।
ଏମାନଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ, ସଞ୍ଜୁ ସାମସନ ଓ ଶିବମ ଦୁବେ ଜିମ୍ବାୱେ ଟୁର ଭଳି ଶ୍ରୀଲଙ୍କା ଗସ୍ତରେ ଯିବେ। ରିଙ୍କୁ ସିଂହ, ରବି ବିଷ୍ଣୋଇ, ଖଲୀଲ ଅହମଦ ଓ ୱାଶିଂଟନ ସୁନ୍ଦର ମଧ୍ୟ ସ୍କ୍ୱାଡରେ ଅଛନ୍ତି।
ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ଚାଲିବ। ପ୍ରଥମ ମ୍ୟାଚ୍ ୨୭, ଦ୍ୱିତୀୟ ମ୍ୟାଚ୍ ୨୮ ଓ ତୃତୀୟ ଟି-୨୦ ଜୁଲାଇ ୩୦ ତାରିଖରେ ଖେଳାଯିବ।
ଭାରତୀୟ ଟିମ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଶୁବମନ ଗିଲ(ଉପ ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂହ, ରିୟାନ ପରାଗ, ଋଷଭ ପନ୍ତ(ୱିକେଟ କିପର) ସଞ୍ଜୁ ସାମସନ(ୱିକେଟ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଖଲୀଲ ଅହମଦ ଓ ମହମ୍ମଦ ସିରାଜ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
