Advertisment

ଟି-୨୦ ରାଙ୍କିଙ୍ଗ: ୩ନଂକୁ ଉଠିଲେ ବାବର, ୨ନଂରେ ସୂର୍ଯ୍ୟ କୁମାର

ଦୁବାଇ: ଟି-୨୦ ବିଶ୍ୱକପର ସୁପର ୧୨ ମୁକାବିଲା ପୂର୍ବରୁ ଆଜି ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ଜାରି କରାଯାଇଛି। ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ପାକିସ୍ତାନର ମହମ୍ମଦ ରିଜୱାନ ରହିଥିବା ବେଳେ ୨ନଂରେ ଭାରତର ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ଗତ ସପ୍ତାହରେ ୪ନଂରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ୩ନଂକୁ ଉଠିଛନ୍ତି। ପୂର୍ବରୁ ୩ନଂରେ ଥିବା ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ ୪ନଂକୁ ଖସିଛନ୍ତି। ୫ନଂ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ […]

ଟି-୨୦ ରାଙ୍କିଙ୍ଗ: ୩ନଂକୁ ଉଠିଲେ ବାବର, ୨ନଂରେ ସୂର୍ଯ୍ୟ କୁମାର

surya

Advertisment

ଦୁବାଇ: ଟି-୨୦ ବିଶ୍ୱକପର ସୁପର ୧୨ ମୁକାବିଲା ପୂର୍ବରୁ ଆଜି ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ଜାରି କରାଯାଇଛି। ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ପାକିସ୍ତାନର ମହମ୍ମଦ ରିଜୱାନ ରହିଥିବା ବେଳେ ୨ନଂରେ ଭାରତର ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ଗତ ସପ୍ତାହରେ ୪ନଂରେ ଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଏବେ ୩ନଂକୁ ଉଠିଛନ୍ତି। ପୂର୍ବରୁ ୩ନଂରେ ଥିବା ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ ୪ନଂକୁ ଖସିଛନ୍ତି। ୫ନଂ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ ରହିଛନ୍ତି।

Advertisment

ଭାରତର କେଏଲ ରାହୁଲ ୧୩ ନଂରେ, ବିରାଟ କୋହଲି ୧୫ ନଂ ଓ ୧୬ ନଂ ସ୍ଥାନରେ ଅଧିନାୟକ ରୋହିତ ଶର୍ମା ସ୍ଥିର ରହିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲ୍ଲିପ୍ସ ପ୍ରବେଶ କରିଛନ୍ତି। ସେ ବାଂଲାଦେଶ-ନ୍ୟୁଜିଲ୍ୟାଣ୍ଡ –ପାକିସ୍ତାନ ମଧ୍ୟରେ ଶେଷ ହୋଇଥିବା ତ୍ରିପାକ୍ଷିକ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ସେ ୧୩ଟି ସ୍ଥାନ ଉପରକୁ ଉଠି ୧୦ନଂ ସ୍ଥାନରେ ପହଞ୍ଚିଛନ୍ତି।

ଟି-୨୦ ଅଲରାଉଣ୍ଡଙ୍କ କଥା ବିଚାରକୁ ନେଲେ ବାଂଲାଦେଶ ଅଧିନାୟକ ସାକିବ-ଅଲ-ହାସନ ୧ନଂ ସ୍ଥାନକୁ ପୁଣି ଫେରିଛନ୍ତି। ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ୧୭୩ ପଏଣ୍ଟ ସହ ତାଲିକାର ୬ନଂ ସ୍ଥାନରେ ରହିଛନ୍ତି। ସାକିବଙ୍କ ପୂର୍ବରୁ ଆଫଗାନିସ୍ତାନର ମହମ୍ମଦ ନବି ୧ନଂ ସ୍ଥାନରେ ଥିଲେ। ହେଲେ ତ୍ରିପାକ୍ଷିକ ସିରିଜ୍‌ରେ ସାବିକ ବ୍ୟାଟ ଓ ବଲରେ କମାଲ କରିଥିଲେ। ଏଥିପାଇଁ ସେ ଟି-୨୦ ବିଶ୍ୱକପ ପୂର୍ବରୁ ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନକୁ ଫେରିଛନ୍ତି।

Advertisment

ଅନ୍ୟପକ୍ଷରେ ଟପ୍‌ ୧୦ ବୋଲିଂ ରାଙ୍କିଙ୍ଗରେ ମଧ୍ୟ ଅଦଳବଦଳ ଦେଖିବାକୁ ମିଳିଛି। ଆଫଗାନିସ୍ତାନର ମୁଜୀବ ଉର ରହମାନ ୨ଟି ସ୍ଥାନ ଉପରକୁ ଉଠି ୫ମରେ ପହଞ୍ଚି ଯାଇଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ଗୋଟିଏ ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୭୦୫ ପଏଣ୍ଟ ସହ ୧ନଂ ସ୍ଥାନରେ, ୬୯୬ ପଏଣ୍ଟ ସହ ରଶିଦ ଖାନ ଦ୍ୱିତୀୟରେ, ୬୯୨ ପଏଣ୍ଟ ସହ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ତୃତୀୟରେ ଓ ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର ତାବ୍ରାଇଜ୍‌ ଶାମସୀ ରହିଛନ୍ତି।

ଭାରତର ଭୁବନେଶ୍ୱର କୁମାର, ରବି ଅଶ୍ୱିନ ଓ ଅକ୍ଷର ପଟେଲ ଯଥାକ୍ରମେ ୧୨, ୨୨ ଓ ୨୩ତମ ସ୍ଥାନ ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe