Advertisment

ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ: ସୂର୍ଯ୍ୟ କୁମାରଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିଲେ ମାତ୍ର ୨ ଜଣ

ସୂର୍ଯ୍ୟ କୁମାର ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳୁ ଥିବା ବେଳେ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ।

SKY

SKY

Advertisment

ଆଉ କିଛି ସମୟ ପରେ ବିଶାଖାପଟନମରେ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ମ୍ୟାଚ୍‌। ସନ୍ଧ୍ୟା ୭ଟାରୁ ଦୁଇ ଦଳ ମୁହାଁମୁହିଁ ହେବେ। ରବିବାର ଭାରତ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହି ପରାଜୟ ଲୋକଙ୍କ ମନରୁ ଲିଭିନ ନଥିବା ବେଳେ ଭାରତୀୟ ଟିମ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଟି-୨୦ ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇବ।

Advertisment

ସୂର୍ଯ୍ୟ କୁମାର ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳୁ ଥିବା ବେଳେ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ମାତ୍ର ୨ ଜଣ ସାମ୍ବାଦିକ ଯୋଗଦେବା ସମସ୍ତଙ୍କୁ ଚକିତ କରିଛି। ୨ ଜଣ ସାମ୍ବାଦିକଙ୍କୁ ଦେଖି ଭାରତର କାମଚଳା ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ବିସ୍ମିତ ହୋଇଥିଲେ।

ସେ ସ୍ମିତ ହାସ୍ୟ ଦେଇ ‘କେବଳ ୨ ଜଣ ଲୋକ?” ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେ ସେହି ଦୁଇ ଜଣ ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଭାରତର କୌଣସି ଅଧିନାୟକ ପ୍ରେସ କନଫରେନ୍ସ କରୁଥିବା ବେଳେ ଏତେ କମ ସଂଖ୍ୟକ ସାମ୍ବାଦିକ ଉପସ୍ଥିତ ରହିବା ପ୍ରଥମ ଘଟଣା।

Advertisment

ମାତ୍ର ୪ ଦିନ ତଳେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରିଥିଲା। ଏହା ସାଧାରଣ ଲୋକଙ୍କ ଠାରୁ କ୍ରୀଡ଼ାପ୍ରେମୀଙ୍କୁ ମର୍ମାହତ କରିଛି। ତେଣୁ ଏବେ ଅଷ୍ଟ୍ରେଲିଆ ସିରିଜକୁ କେହି ବି ଗୁରୁତ୍ୱ ଦେଉ ନାହାନ୍ତି। ସମ୍ଭବତଃ ଏହି କାରଣ ପାଇଁ ସାମ୍ବାଦିକମାନେ ମଧ୍ୟ ସୂର୍ଯ୍ୟ କୁମାରଙ୍କ ପ୍ରେସ କନଫରେନ୍ସରେ ସାମିଲ ହୋଇ ନଥିବା କୁହାଯାଉଛି। ଏହାବାଦ ଦୁଇ ଦଳରେ କୌଣସି ବରିଷ୍ଠ ଖେଳାଳି ବି ନାହାନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ବିସିସିଆଇ ଯୁବ ଖେଳାଳିଙ୍କୁ ବାଛିଛି। ହାର୍ଦ୍ଦିକ ପାଣ୍ତ୍ୟା, ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଟି-୨୦ ସ୍ପେଶାଲିଷ୍ଟ ଦଳରେ ନାହାନ୍ତି। ଏସିଆନ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଅଧିକାଂଶ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ନଜର ଆସିବେ।

ଭାରତୀୟ ସ୍କ୍ୱାଡ: ଈଶାନ କିଶନ, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର, ୱାଶିଂଟନ ସୁନ୍ଦର, ଆବେଶ ଖାନ, ଋତୁରାଜ ଗାଏକ୍ୱାଡ ଓ ଜିତେଶ ଶର୍ମା।

ICC Suryakumar Yadav Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe