Advertisment

ଭାରତର ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ!

ବିଶ୍ୱକପ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ବାକି ରହିଛି। ଆସନ୍ତା ୨୩ ତାରିଖରୁ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ।

author-image
Hemant Lenka
SKY

SKY

ବିଶ୍ୱକପ ଫାଇନାଲରେ ପରାଜୟର କଷ୍ଟ ଏଯାଏ ଲୋକମାନେ ଭୁଲି ନାହାନ୍ତି। ଫାଇନାଲ କଥା ଭାବିଲେ ଲୁହ ଏବେ ବି ଆଖିରେ ଚାଲି ଆସୁଛି। କାରଣ ଦୀର୍ଘ ୧୨ ବର୍ଷର ସ୍ୱପ୍ନକୁ ଅଷ୍ଟ୍ରେଲିଆ ଗୋଟିଏ ଝଟକାରେ ଚୂରମାର କରି ଦେଇଛି। ଫାଇନାଲ ମ୍ୟାଚ୍‌ରେ କଙ୍ଗାରୁ ଟିମ ୬ ୱିକେଟରେ ଭାରତକୁ ହରାଇ ବିଶ୍ୱ ବିଜେତା ହୋଇଛି।

Advertisment

ବିଶ୍ୱକପ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ବାକି ରହିଛି। ଆସନ୍ତା ୨୩ ତାରିଖରୁ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହି ସିରିଜରୁ ଭାରତ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ତେବେ ବିଶ୍ୱକପ ଶେଷ ହୋଇଥିବାରୁ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

ସେହିପରି ଦଳର ନିୟମିତ ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ତେଣୁ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତର ନେତୃତ୍ୱ ନେଇ ପାରନ୍ତି। ସେହିପରି ଋତୁରାଜ ଗାଏକ୍ୱାଡଙ୍କୁ ଉପ ଅଧିନାୟକ ପଦ ମିଳିପାରେ।

Advertisment

ପାଣ୍ଡ୍ୟା ଟି-୨୦ରେ ଭାରତ କମାଣ ସମ୍ଭାଳୁ ଥିବା ବେଳେ ସୂର୍ଯ୍ୟ କୁମାର ତାଙ୍କ ଡେପୁଟି ଥିଲେ। ତେଣୁ ଏବେ ପାଣ୍ଡ୍ୟା ଆସିବା ଯାଏ ସେ ଟିମର ନେତୃତ୍ୱ ନେବେ। ବିଶ୍ୱକପର ୪ର୍ଥ ମ୍ୟାଚ୍‌ରେ ଆହତ ହୋଇଥିବା ପାଣ୍ଡ୍ୟା ସୁସ୍ଥ ହେଉଛନ୍ତି। କିନ୍ତୁ ତାଙ୍କର ମ୍ୟାଚ୍‌ ଫିଟନେସ ଆସିନାହିଁ। ସମ୍ଭବତଃ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ବେଳକୁ ସେ ମ୍ୟାଚ୍‌ ଖେଳିବାକୁ ଫିଟ ହେବେ ବୋଲି କୁହାଯାଉଛି।

ବିରାଟ କୋହଲି ଓ ରୋହିତ ଶର୍ମା ଆଉ ଟି-୨୦ ସିରିଜ ଖେଳିବାର ସମ୍ଭାବନା କମ। ସେହିପରି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତରେ ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମ୍ରାଙ୍କୁ ବିସିସିଆଇ ଏବେ ବିଶ୍ରାମ ଦେବାକୁ ଚାହୁଁଛି। କେଏଲ ରାହୁଲ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଖେଳିବେ ନାହିଁ।

ଯୁବ ତାରକା ଓ ସୂର୍ଯ୍ୟ କୁମାରଙ୍କ ସହ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ଲଢ଼େଇ କରିବ। ଏହି ସିରିଜରେ ଭାରତର କୋଚ୍‌ ଦାୟିତ୍ୱରେ ଭିଭିଏସ୍‌ ଲକ୍ଷ୍ମଣ ରହିବେ। କାରଣ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ରବିବାର ଠାରୁ ଶେଷ ହୋଇଛି। ସେ ମୁଖ୍ୟ କୋଚ୍‌ ପଦ ପାଇଁ ପୁଣି ଆବେଦନ କରିବେ କି ନାହିଁ, ସେକଥା ଏଯାଏ ନିଷ୍ପତ୍ତି ହୋଇନି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ବିଶାଖାପଟନମରେ ଖେଳାଯିବ। ଏହାପରେ ନଭେମ୍ବର ୨୬ରେ ଦ୍ୱିତୀୟ ଟି-୨୦ ଥିରୁଅନନ୍ତପୁରମ, ନଭେମ୍ବର ୨୮ରେ ତୃତୀୟ ଟି-୨୦ ଗୁହାଟୀ, ଡିସେମ୍ବର ୧ରେ ୪ର୍ଥ ଟି-୨୦ ରାୟପୁର ଓ ଡିସେମ୍ବର ୩ରେ ଶେଷ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ।

ICCC World Cup ICC Men’s Cricket World Cup 2023 ICC World Cup ICC ICC World Cup 2023