Advertisment

T20 World Cup: ମ୍ୟାଚ୍‌ ବୟକଟ ବିବାଦକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଭାରତ ଓ ପାକିସ୍ତାନର ଅଧିନାୟକ

ପାକିସ୍ତାନ କ୍ରିକେଟ ଟିମ ବିଶ୍ୱକପରେ ଭାଗ ନେବାକୁ ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚି ସାରିଛି। କିନ୍ତୁ ବିଶ୍ୱକପରେ ଦଳ ଭାରତ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଆଉ ସମସ୍ତଙ୍କ ବିରୋଧରେ ଖେଳିବ ବୋଲି କହିଛି। ତଥାପି ଭାରତୀୟ ଟିମ ଆଇସିସି ପ୍ରୋଟକଲ ଅନୁସାରେ ଶ୍ରୀଲଙ୍କା ଗସ୍ତ କରିବ।

SKY

ଦୁଇ ଦଳର ଅଧିନାୟକ (ଫାଇଲ ଫଟୋ)

Advertisment

ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପର ଆୟୋଜନ କରୁଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଅର୍ଥାତ ୧୫ ତାରିଖରେ ଭାରତ-ପାକିସ୍ତାନ ମୁକାବିଲା ହେବାର ଅଛି। କିନ୍ତୁ ଭାରତ ସହ ମ୍ୟାଚ୍‌ ଖେଳିବ ନାହିଁ ବୋଲି ଘୋଷଣା କରିଛି ପାକିସ୍ତାନ ସରକାର। ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଆଇସିସି ମଧ୍ୟରେ ତିକ୍ତତା ଦେଖାଯାଇଛି।

Advertisment

ପାକିସ୍ତାନ କ୍ରିକେଟ ଟିମ ବିଶ୍ୱକପରେ ଭାଗ ନେବାକୁ ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚି ସାରିଛି। କିନ୍ତୁ ବିଶ୍ୱକପରେ ଦଳ ଭାରତ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଆଉ ସମସ୍ତଙ୍କ ବିରୋଧରେ ଖେଳିବ ବୋଲି କହିଛି। ତଥାପି ଭାରତୀୟ ଟିମ ଆଇସିସି ପ୍ରୋଟକଲ ଅନୁସାରେ ଶ୍ରୀଲଙ୍କା ଗସ୍ତ କରିବା ସହ ମ୍ୟାଚ୍‌ ରେଫରୀ ଏହାକୁ ବାତିଲ କରିବା ଯାଏ ସେଠାରେ ରହିବ ବୋଲି ବିସିସିଆଇ ସ୍ପଷ୍ଟ କରି ସାରିଛି। 

ଏସବୁ ଭିତରେ ପୂରା ପ୍ରସଙ୍ଗରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଭାରତ ଓ ପାକିସ୍ତାନ ଟି-୨୦ ଟିମର ଅଧିନାୟକ। ବିଶ୍ୱକପ ପୂର୍ବରୁ ସାମ୍ବାଦିକମାନେ ଉଭୟଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଥିବା ବେଳେ ସେମାନେ ଏହାର ଜବାବ ମଧ୍ୟ ଦେଇଛନ୍ତି। 

Advertisment

କ’ଣ କହିଲେ ସଲମାନ ଅଲୀ ଆଘା?

ପାକିସ୍ତାନ ଟିମର ଅଧିନାୟକ ସଲମାନ ଅଲୀ ଆଘା କଲୋମ୍ବୋରେ କହିଛନ୍ତି ଯେ “ଭାରତ ସହ ମ୍ୟାଚ୍‌ ଆମ ନିୟନ୍ତ୍ରଣରେ ନାହିଁ। ଏହା ସରକାରଙ୍କ ନିଷ୍ପତ୍ତି। ଯଦି ସେମାନଙ୍କ ସହ ବିଶ୍ୱକପର ସେମି ଫାଇନାଲ କିମ୍ବା ଫାଇନାଲ ମ୍ୟାଚ୍‌ ପଡ଼େ, ତା’ହେଲେ ଆମେ ପୁଣି ସରକାରଙ୍କ ପାଖକୁ ଯିବୁ। ସରକାରଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବୁ।” ପ୍ରଥମେ ବାଂଲାଦେଶ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ମନା କରିଥିଲା। ଆଇସିସି ବେଶ କିଛି ଦିନ ଧରି ବାଂଲାଦେଶକୁ ବୁଝାଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।

ଏଥିପାଇଁ ବିଶ୍ୱକପରୁ ବାଂଲାଦେଶକୁ ବିଦା କରି ସ୍କଟଲ୍ୟାଣ୍ଡକୁ ସାମିଲ କରାଯାଇଛି। ବାଂଲାଦେଶ ବିଶ୍ୱକପ ଭାରତ ବଦଳରେ ଶ୍ରୀଲଙ୍କାରେ ଖେଳିବାକୁ ଚାହୁଁଥିଲା। ହେଲେ ଆଇସିସି ଏହାକୁ ଗ୍ରହଣ କରି ନଥିଲା। ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ସରକାର ଭାରତ ସହ ମ୍ୟାଚ୍‌ ଖେଳିବାକୁ ନିଜ ଟିମକୁ ବାରଣ କରିଛି।

ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିବା ସମ୍ପର୍କରେ ଆଘା କହିଛନ୍ତି, “ବାଂଲାଦେଶ ବିଶ୍ୱକପରେ ନଥିବା ଦୁଃଖର ବିଷୟ। ସେମାନେ ଗୋଟିଏ ଭଲ ଦଳ। ଆଶା ସେମାନେ ଆମକୁ ସମର୍ଥନ କରିବେ।” ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଭାରତକୁ ସାମ୍ନା କରିବ ନାହିଁ ବୋଲି କହିଛି। ତେବେ ଦଳ ଆମେରିକା, ନାମ୍ବିଆ ଓ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବ। 

ସଲମାନ ଆଘା କହିଛନ୍ତି, “ଆମେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ବେଶ ଉତ୍ସାହିତ। ଗତ ବିଶ୍ୱକପରେ ଆମେ ଆମେରିକା ଠାରୁ ହାରିଥିଲୁ। ଆମେ ସେହି ବିପର୍ଯ୍ୟୟକୁ ପଛରେ ଛାଡ଼ି ସାରିଛୁ ଓ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛୁ।” 

ଭାରତ ବିପକ୍ଷ ମ୍ୟାଚ୍‌ ବୟକଟ କରିବାକୁ ଥିବାରୁ ପାକିସ୍ତାନକୁ ବିଶ୍ୱକପରେ ଆଗକୁ ବଢ଼ିବାକୁ ହେଲେ ସବୁ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। ଯଦି ଦଳ ଗୋଟିଏ ହେଲେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ହାରିବ କିମ୍ବା ଖରାପ ପାଗ ଯୋଗୁ ମ୍ୟାଚ୍‌ ବାତିଲ ହେବ, ତା’ହେଲେ ପାକିସ୍ତାନର ବିଶ୍ୱକପ(T20 World Cup) ଅଭିଯାନ ଗ୍ରୁପ ପର୍ଯ୍ୟାୟରେ ଶେଷ ହୋଇଯିବ। 

ଏ ସମ୍ପର୍କରେ ଆଘା କହିଛନ୍ତି, “ଆମେ ଜାଣିଛୁ ଯେ ତ୍ରୁଟିର ସ୍ଥାନ ବହୁତ କମ। କିନ୍ତୁ ପାଗ ଉପରେ ଆମର ନିୟନ୍ତ୍ରଣ ନାହିଁ। ଆମେ ଏଠାରେ ଭଲ କ୍ରିକେଟ ଖେଳିବାକୁ ଆସିଛୁ। ପାଗ ଓ ସ୍ଥିତିକୁ ଆମେ ଖାତିର କରୁନା। ଶ୍ରୀଲଙ୍କାରେ ଖେଳିବାକୁ ଯାଉଥିବାରୁ ବେଶ ଖୁସି। ଏହା ମୋ ପାଇଁ ଦ୍ୱିତୀୟ ଘର। ଏହା ମୋର ୬ଷ୍ଠ ଗସ୍ତ। ଆମେ ପରିସ୍ଥିତି ଓ ପାଗ ବିଷୟରେ ଜାଣିଛୁ। ଆମେ ବହୁତ ସହାୟତା ପାଇବୁ।” 

କ’ଣ କହିଲେ ସୂର୍ଯ୍ୟ କୁମାର ଯାଦବ? 

ବୟକଟ ବିବାଦ ମଧ୍ୟରେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ସହ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଥିବା ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କହିଛନ୍ତି। ତାଙ୍କ କହିବା କଥା ଯେ ବୟକଟ କଥାବାର୍ତ୍ତା ଭାରତ ତରଫରୁ ଆସିନାହିଁ ଓ ଭାରତୀୟ ଟିମ ଫେବୃଆରୀ ୧୫ରେ କଲୋମ୍ବୋରେ ଉପସ୍ଥିତ ରହିବ ବୋଲି ସେ କହିଛନ୍ତି। 

ସୂର୍ଯ୍ୟ କୁମାର ଯାଦବ କହିଛନ୍ତି, “ମାନସିକତାରେ ପୂରା ସ୍ପଷ୍ଟତା ଅଛି ବୋଲି ମୁଁ ଭାବୁଛି। ଆମେ ସେହି ମ୍ୟାଚ୍‌ ଖେଳିବୁ ନାହିଁ ବୋଲି କହିନୁ। ଏହା ଅପରପକ୍ଷରୁ ଆସିଛି। ଆଇସସିସି ଅଫିସିଆଲ ସୂଚୀ ଦେଇଛି। ବିସିସିଆଇ ଓ ସରକାର ମିଳିତ ଭାବେ ଆଇସିସି ସହ ମିଶି ନିରପେକ୍ଷ ଭେନ୍ୟୁ ସ୍ଥିର କରିଛନ୍ତି।

ଆମ ବିମାନ କଲୋମ୍ବୋକୁ ବୁକ ହୋଇ ସାରିଛି। ଆମେ ନିଶ୍ଚିତ ଭାବେ ସେଠାକୁ ଯାଉଛୁ। ଆମେ ଫେବୃଆରୀ ୭ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଟିମରେ ସେହି ଆଲୋଚନା ଚାଲିଛି। ଏହାପରେ ଆମେ ସେଠାକୁ ଯିବୁ।” 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe